ARTICLE AD BOX
ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଚଳିତ ଋତୁରେ ଆଉ ଏକ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚଳିତ ଜାପାନ ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
Photograph: (google)ଟୋକିଓ: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଚଳିତ ଋତୁରେ ଆଉ ଏକ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚଳିତ ଜାପାନ ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲ୍ରେ ଏହି ବିଶ୍ବର ୧୦ ନମ୍ବର ଭାରତୀୟ ଖେଳାଳି ସିଧାସଳଖ ୨୧-୧୬, ୨୧-୧୪ରେ ବିଶ୍ବର ୫ ନମ୍ବର ଚୀନ୍ର ହାଁ ୟୁଏଙ୍କୁ ହରାଇଛନ୍ତି। ଏହି ବିଜୟ ସହ ହାଁଙ୍କ ବିରେଧରେ ସିନ୍ଧୁଙ୍କ ବିଜୟ ବ୍ୟବଧାନ ୮-୧ରେ ପହଞ୍ଚିଛି। ୩୧ ବର୍ଷୀୟ ସିନ୍ଧୁ ସେମିଫାଇନାଲ୍ ସ୍ଥାନ ଲାଗି ଶୁକ୍ରବାର ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ। ଓକୁହାରା ନିଜର ଦ୍ବିତୀୟ ରାଉଣ୍ଡ ମ୍ୟାଚ୍ରେ ଦକ୍ଷିଣ କୋରିଆର ଆନ୍ ସି-ୟଙ୍ଗଠୁ ୱାକ୍ଓଭର ପାଇଥିଲେ। ତେବେ ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ତନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳ ୨୦-୨୨, ୧୭-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍ର ଫେଙ୍ଗ ୟାଁ ଝେ ଓ ହୁଆଙ୍ଗ ଡୋଙ୍ଗ ପିଙ୍ଗ୍ଙ୍କଠୁ ହାରି ବିଦାୟ ନେଇଛନ୍ତି।
ଆହୁରି ପଢ଼ନ୍ତୁ: ଅସ୍ତ୍ରବିରତି ସତ୍ତ୍ୱେ ଗାଜାରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍: ଦୁଇ ଦିନରେ ୧୨ ମୃତ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

16 hours ago
1


