Puri Rath Yatra: ଅଧାବାଟରେ ଅଟକିଲେ ଶ୍ରୀଜୀଉ; ଆସନ୍ତାକାଲି ପୁଣି ରଥ ଟାଣିବେ ଭକ୍ତ

10 hours ago 1
ARTICLE AD BOX

ପୁରୀ: ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟ ଆଜି ପାଇଁ ‌ବନ୍ଦ ହୋଇଛି। ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ରାତି ପ୍ରାୟ ୭ଟା ୨୫ରେ ବନ୍ଦ କରାଯାଇଛି। ବଳଭଦ୍ରଙ୍କ ତାଳଧ୍ବଜ ମାର୍କେଟ ଛକ ଏବଂ ସୁଭଦ୍ରାଙ୍କ ଦର୍ପଦଳନ ମରୀଚିକୋଟରେ ପହଞ୍ଚିଛି। ନନ୍ଦିଘୋଷ ରଥ ଅଳ୍ପବାଟ ଗଲା ପରେ ଅଟକିଛି। ଆସନ୍ତାକାଲି ପୂର୍ବାହ୍‌ଣ ୯ଟାରେ ପୁଣି ଥରେ ତିନି ରଥଙ୍କୁ ଭକ୍ତମାନେ ଟାଣିବାର ସୁଯୋଗ ପାଇବେ। 

ରଥଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା ‘ରଥ’ର ଗତି ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ। ଯେଉଁ ମୁହୂର୍ତ୍ତକୁ ଦେଖିବା ପାଇଁ ଭକ୍ତମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ସେହି ଆଶା ପୂରା ହୋଇଛି। ଶରଧାବାଲି ଅଭିମୁଖେ ତିନି ରଥ ’ତାଳଧ୍ବଜ’ ଗଡ଼ିଛି। ଘଣ୍ଟ, ଘଣ୍ଟି ଏବଂ ହରିବୋଲରେ ବଡ଼ଦାଣ୍ଡ କମ୍ପି ଉଠିଛି। ଭକ୍ତମାନେ ଶ୍ରଦ୍ଧାର ସହିତ ରଥ ଟାଣି ନେଉଛନ୍ତି। ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ୟ ଶରଧାବାଲି ଅଭିମୁଖେ ଗଡ଼ିଛି। 

ବଡ଼ଦାଣ୍ଡରେ ରଥ ଗଡ଼ିବା ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା ନୀତି କରିଥିଲେ। ପରମ୍ପରା ଅନୁଯାୟୀ ଗଜପତି ମହାରାଜା ତିନି ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସୁବର୍ଣ୍ଣ ଖଡ଼ିକାରେ ରଥକୁ ପରିଷ୍କାର କରି ଏହି ପବିତ୍ର ନୀତି ସମ୍ପାଦନ କରିଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଣାମ ଜଣାଇ ଦେଶ ଓ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ସର୍ବଜନଙ୍କ ମଙ୍ଗଳ କାମନା କରିଥିଲେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.