Puri Rath Yatra Pushing and shoving: ପୁରୀ ରଥଯାତ୍ରାରେ ଠେଲାପେଲା, ଜଣେ ଭକ୍ତ ମୃତ, ଏକାଧିକ ଆହତ

13 hours ago 2
ARTICLE AD BOX

ପୁରୀ: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ଘଟିଛି। ବଡ଼ଦାଣ୍ଡରେ ଠେଲାପେଲାରେ ଜଣେ ଭକ୍ତଙ୍କ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ‌ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ମହାପ୍ରଭୁଙ୍କୁ ଦର୍ଶନ ବେଳେ ଦଳାଚକଟା ପରିସ୍ଥିତି, ମାନବାଧିକାର ଆୟୋଗରେ ମାମଲା

ମିଳିଥିବା ସୂଚନାନୁସାରେ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବା ପରେ ଚାରମାଳ ଫିଟାଯାଇଥିଲା। ଏହି ସମୟରେ ହସ୍‌ପିଟାଲ୍‌ ଠାରୁ ପ୍ରାୟ ୧ କିମି ଦୂର ଛକ ଠାରେ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହିସମୟରେ ଜଣେ ପୁରୁଷ ଓ ମହିଳା ଖସି ତଳେ ପଡ଼ିଯାଇଥିଲେ। ସେମା‌ନଙ୍କ ସହ ଆଖପାଖରେ ଜମା ହୋଇଥିବା ଅନ୍ୟମାନେ ମଧ୍ୟ ରାସ୍ତାର ଗୋଟିଏ କଡ଼କୁ ଚାପି ହୋଇଯାଇଥି‌ଲେ। ଏଥିରେ ଅନେକ ପୁରୁଷ ଓ ମହିଳା ଭକ୍ତ ଖଣିଆଖାବରା ହୋଇଥିଲେ।

ଜଣକୁ ଗରୁତର ଅବସ୍ଥାରେ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ଜଣକ କଟକ ଜିଲ୍ଲର ଅନିଳ ଦାସ ବୋଲି ଶୁଣାଯାଉଛି। ତେବେ ପ୍ରଶାସନ ପକ୍ଷରୁଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଖବର ଲେଖାଯିବା ବେଳକୁ ଅନ୍ୟ ଆହତଙ୍କୁ  ଆମ୍ବୁଲାନ୍‌ସ ଯୋଗେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଉଛି। ହସ୍‌ପିଟାଲ୍‌ ପରିସରରେ ସମ୍ପର୍କୀୟଙ୍କ ଗହଳି ଜମିଛି। ପୁଲିସ ପ୍ରଶାସନ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣ କରାଯାଇ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। 

‌ଧରାପଡିଲା ଧାଡ଼ି ଦର୍ଶନର ଅସଲ ଚିତ୍ର : ଶ୍ରୀମନ୍ଦିରରେ ଦଳାଚକଟା ପରିସ୍ଥିତି

ସୂଚନାଯୋଗ୍ୟ ୨୦୨୫ ଜୁନ୍‌ରେ ରଥଯାତ୍ରା ସମୟରେ ଦେବୀ ସୁଭଦ୍ରାଙ୍କ ପହୁଡ଼ ଖୋଲିବା ପରେ ଶ୍ରୀଜଗନ୍ନାଥଙ୍କ ପହୁଡ଼ ସମୟରେ ଦଳାଚକଟାରେ ୩ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା ଓ ଏକାଧିକ ଆହତ ହୋଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.