Puri Jagannath: ମହାପ୍ରଭୁ ପରିଧାନ କରିବେ ନୂଆ ଅଳଙ୍କାର ସେଟ୍

1 day ago 3
ARTICLE AD BOX

ପୁରୀ (ଶିବପ୍ରସାଦ ଦାସ): ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ବଡ଼ ପ୍ରୟାସ୍। ଏଣିକି ପୁରୁଣା ଅଳଙ୍କାର ସେଟ୍ ବଦଳରେ ମହାପ୍ରଭୁ ପରିଧାନ କରିବେ ନୂଆ ଅଳଙ୍କାର ସେଟ୍। କେବଳ ଏତିକି ନୁହେଁ  ବରଂ ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଆଉ ଦିନ କେଇଟା ପରେ ଅର୍ଥାତ ସେପ୍ଟେମ୍ବର ୩୦ ତାରିଖରେ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। 

ଭକ୍ତଙ୍କ ଭାବାବେଗ ସହ ଜଡିତ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶର ଏକ ନୂଆ ସେଟ୍ ନିର୍ମାଣ ଏବଂ ଗୁଣ୍ଡିଚା ମନ୍ଦିର ଖୋଲିବା ନିଷ୍ପତ୍ତି ଉପରେ ଆଜି ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ସେଟ୍ ନିର୍ମାଣ କରିବା ସହ ରତ୍ନଭଣ୍ଡାର ଗଣତି ସମୟରେ ପ୍ରସ୍ତୁତ ହୋଇଥିବା, ଭିଡିଓ ,ଫୋଟୋ,ଡିଜିଟାଲ ଡକ୍ୟୁମେଣ୍ଟେସନକୁ ପ୍ରାମାଣିକ ଆଧାରରେ  ହିସାବରେ ନେଇ ପ୍ରସ୍ତୁତ ହେବ ନୂଆ ଅଳଙ୍କାର। ଏଥିପାଇଁ ଅନୁଭବୀ ଓ ଅଭିଞ୍ୟ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯିବା ସହ ପାରମ୍ପରିକ ଆକୃତି,ଓଜନ,ଧାର୍ମିକ ପ୍ରାମାଣିକତାକୁ ନଜରରେ ରଖି ନିର୍ମିତ ହେବ ଏହି ଅଳଙ୍କାର ସେଟ୍। 

ଅନ୍ୟପଟେ ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ଥିବାବେଳେ ପ୍ରଥମ ୩ ଦିନ ମାଗଣା ପ୍ରବେଶ କରିବେ ଭକ୍ତ ଶ୍ରଦ୍ଧାଳୁ। ତେବେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୦ଟଙ୍କା ମୂଲ୍ୟ ଦେଇ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ କରିବାକୁ ଥିବାବେଳେ ବୟସ୍କ,ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ପ୍ରବେଶ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେପଟେ ଖୁବଶୀଘ୍ର ପୁରୀବାସୀଙ୍କ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ଉପରେ ପରିଚାଳନା କମିଟି ବୈଠକରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି। ତେବେ ପୁରୀବାସୀଙ୍କ ଆଧାରକାର୍ଡ ଅନୁଧ୍ୟାନ କରାଯିବା ସହ ସ୍ଲଟ୍ ବୁକିଙ୍ଗ ମାଧ୍ୟମରେ ସମୟ ଧାର୍ଯ୍ୟ କରାଯାଇ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସେପଟେ ସେବାୟତ କଲ୍ୟାଣ ଯୋଜନା ଓ ଆଦର୍ଶ ଗୁରୁକୂଳ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।ଆଦର୍ଶ ଗୁରୁକୂଳ ନିର୍ମାଣ କାର୍ଯ୍ୟଆରମ୍ଭ ହୋଇଥିବା ବେଳେ ୧୩୦୦ ମିଟର ପ୍ରାଚୀର ମଧ୍ୟରେ ଗୁରୁକୁଳ ପରିସୀମା ରହିବାକୁ ଥିବାବେଳେ ୮୦୦ ମିଟର ପ୍ରାଚୀର ନିର୍ମାଣ କାର୍ଯ୍ୟ ସରିଛି।ଗୁରୁକୂଳ ପ୍ରକଳ୍ପ ମଧ୍ୟରେସ୍କୁଲ,ମନ୍ଦିର,ଖେଳ ପଡ଼ିଆ,ଅତୁଆଧୁନିକ ଅଡିଟୋରିଅମ,ହଷ୍ଟେଲ ମଧ୍ୟ ନିର୍ମାଣ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଓବିସିସି ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଭୂମି ପୂଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। 

SriMandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ

ଏହାଛଡା ସେବକ ବାସଗୃହ ଯୋଜନା, ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ ୨୦୨୬ ପାଇଁ ଅନଲାଇନ ପୋର୍ଟାଲ କାମ ଚାଲିଥିବା ବେଳେ  ଶ୍ରୀଜଗନ୍ନାଥ ତତ୍ତ୍ୱ, ଗବେଷଣା,ପ୍ରକାଶନ ଓ ପ୍ରଚାର ସବକମିଟି ଉପରେ ଆଲୋଚନା ହୋଇଛି। ଯେକୌଣସି ସଂସ୍ଥା କିମ୍ବା ଅନୁଷ୍ଠାନ ମହାପ୍ରଭୁଙ୍କ ପ୍ରତି ବ୍ୟତିକ୍ରମ ତଥ୍ୟ ପରିବେଷଣ କଲେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ହୋଇଥିବା ସବକମିଟି ଆବଶ୍ୟକ ପଡିଲେ  ଦୀଲ୍ଲି ଯିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେପଟେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଏଏସଆଇ ଡିଜି ୟଦୁବୀର୍ ସିଂ ରାୱତ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କୁ ଭେଟିବା ପରେ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଏଏସଆଇ ଡିଜି। 

ପରିଚାଳନା କମିଟି ବୈଠକରେ ମହାପ୍ରଭୁଙ୍କ ପାଇଁ ଆଉ ଏକ ସୁନାବେଶ ସେଟ୍,ପୁରୀବାସୀଙ୍କ ଦର୍ଶନ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନିଷ୍ପତ୍ତି ଉପରେ ମୋହର ବାଜିବାରୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ସବୁରି ମହଲରେ ପ୍ରଂଶସା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.