ARTICLE AD BOX
ଜୁନ ୬: ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁଆନ୍ଦୋଳନ ଆରମ୍ଭ। ଧୀରେ ଧୀରେ ଏଥିରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ଯୋଗଦେଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବଡ଼ ଆନ୍ଦୋଳନର ରୂପ ନେଲା।
ଜୁନ ୨୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଛାତ୍ରମାନଙ୍କୁ ସମର୍ଥନ ଜଣାଇ ଜନ୍ତରମନ୍ତରରେ ଆମରଣ ଅନଶନ ଆରମ୍ଭ କଲେ। ତାଙ୍କର ଅନଶନ ପରେ ଆନ୍ଦୋଳନକୁ ସମର୍ଥନ ବଢ଼ିବାରେ ଲାଗିଲା।
ଆହୁରି ପଢନ୍ତୁ :Maharastra: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ଜୁଲାଇ ୧୮: ସୋନମ ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ଦିଲ୍ଲୀ ପୁଲିସ ତାଙ୍କୁ ଉଠାଇ ନେଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କଲା।
ଜୁଲାଇ ୨୦: ସିଜେପି ଓ ଛାତ୍ରମାନଙ୍କ ‘ଚଲୋ ସଂସଦ’ ଅଭିଯାନ ସମୟରେ ପୁଲିସ ଲାଠିମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲା। ଏଥିରେ ଅନେକ ଛାତ୍ର, ଆନ୍ଦୋଳନକାରୀ ଓ ପୁଲିସ ଆହତ ହେଲେ। ସେହିଦିନ ସିଜେପି ପ୍ରବକ୍ତା ସୌରଭ ଦାସ ଓ ଆଶୁତୋଷ ରଙ୍କା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ଦୁଇଥର ଭେଟି ଆଲୋଚନା କରିବା ସହ ଦାବି ଉପସ୍ଥାପନ କଲେ।
ଆହୁରି ପଢନ୍ତୁ :Dharmendra Pradhan: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଷ୍ପତ୍ତିକୁ ନେଇ କିଏ କଣ କହିଲେ?
ଜୁଲାଇ ୨୪: ୨୬ ଦିନର ଆମରଣ ଅନଶନ ପରେ ସୋନମ ୱାଙ୍ଗଚୁକ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଏହା ଭଙ୍ଗ କଲେ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ ତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ।
ଜୁଲାଇ ୨୫: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଘୋଷଣା ପରେ ସିଜେପି ପ୍ରତିନିଧି ଦୁଇ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଥିଲେ। ଏଥିରେ ସିଜେପିର ଅନ୍ୟ ଦୁଇ ପ୍ରମୁଖ ଦାବି ସରକାର ମାନି ନେବା ପରେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରାଯାଇଛି।
ୱାଙ୍ଗଚୁକ୍ଙ୍କ ନାମ ନେଲେନି ଦୀପ୍କେ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ଜନ୍ତରମନ୍ତରର ଆନ୍ଦୋଳନସ୍ଥଳରୁ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍କେ ବିଜୟ ହୋଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ ୨୬ ଦିନ ଆମରଣ ଅନଶନ କରି ସିଜେପି ଓ ଛାତ୍ରମାନଙ୍କ ଆନ୍ଦୋଳନକୁ ମହାଆନ୍ଦୋଳନରେ ପରିଣତ କରିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଧନ୍ୟବାଦ ଦେବାକୁ ଦୀପ୍କେ ଭୁଲି ଯାଇଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରମାଣିତ କରୁଛି ଯେ ଯଦି ଆପଣମାନେ ନ ଡ଼ରିବେ ଏବଂ ସରକାରଙ୍କ ନିକଟରେ ମୁଣ୍ଡ ନ ନୁଆଁଇବେ ତା’ହେଲେ ଯେକୌଣସି ବ୍ୟକ୍ତିଙ୍କ ଇସ୍ତଫା ଆମେ ଦିଆଇପାରିବା। ଗଣତନ୍ତ୍ରରେ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

56 minutes ago
1


