ARTICLE AD BOX
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ପ୍ରକଳ୍ପ ପାଇଁ ସର୍ଭେ ଓ ସ୍ଥାନ ଚିହ୍ନଟ ହୋଇଥିବା ଘଟଣା ପ୍ରସାରିତ ହେବା ପରେ ନବରଙ୍ଗପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିକଟରେ ତେନ୍ତୁଳିଖୁଣ୍ଟି ବାସିନ୍ଦା ଏହାକୁ ବିରୋଧ କରି ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ଏହି ବିରୋଧରେ ନିକଟସ୍ଥ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ଯୋଗ ଦେଇଛନ୍ତି।
NuclearProject: ଆଣବିକ ପ୍ରକଳ୍ପ ପାଇଁ ଜମି ସମସ୍ୟା, ଆଗେଇ ପାରୁନି ପ୍ରକଳ୍ପ
ଆଜି (ଗୁରୁବାର) ତେନ୍ତୁଳିଖୁଣ୍ଟି ବ୍ଳକ ଅଂଚଳଗୁମ୍ମା ପଂଚାୟତ ଅନ୍ତର୍ଗତ ହିର୍ମୀମୁଣ୍ଡାଠାରେ ଆୟୋଜିତ ସମାବେଶରେ ତେନ୍ତଳିଖୁଣ୍ଟି ବ୍ଲକର ୫ପଂଚାୟତ ଓ କଳାହାଣ୍ଡି ଜିଲ୍ଲାର ୫ପଂଚାୟତର ସହସ୍ରାଧିକ ଲୋକ ସାମିଲ ହୋଇଥିଲେ ।
/filters:format(webp)/sambad/media/media_files/2026/10/22/ngp-hirmi-munda-2-2026-10-22-21-00-21.jpg)
ପ୍ରତିବାଦକାରୀମାନେ କହିଛନ୍ତି, ଆଣବିକ ପ୍ରକଳ୍ପ ହେଲେ ଜଳ, ଜମି, ଜଙ୍ଗଲ, ଜୀବିକା ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ। ଏନେଇ ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି। ଜମି ଅଧିଗ୍ରହଣ ଓ ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କାଶୀପୁରରେ ଡେପଥେରିଆ ଲକ୍ଷଣ; ତେନ୍ତୁଳିଖୁଣ୍ଟି ସୀମାନ୍ତ ଗାଁରେ ସଚେତନତା ଅଭିଯାନ
ସମାବେଶରେ ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,କଳାହାଣ୍ଡି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ରମେଶ ମାଝୀ, ପୂର୍ବତନ ବିଧାୟକ ଭୁଳବଳ ମାଝୀ, ସଦାଶିବ ପ୍ରଧାନୀ, ଜିଲ୍ଲାପରିଷଦ ସଭ୍ୟା ଡ ଲିପିକା ମାଝୀ, ମଞ୍ଜୁଳା ମାଝୀ, ପି.ନାଗରତ୍ନମ୍, ମୁନା ତ୍ରିପାଠୀ, ଅଖିଳ ଭତ୍ରା, ପ୍ରହ୍ଲାଦ ହିଆଳ, ପ୍ରପୁଲ୍ଲ କୁମାର ନାଗ, ବାମ ଦଳ ନେତା ରାଜେଶ ଜାନୀଙ୍କ ସମେତ ବିଜେଡି, କଂଗ୍ରେସ ଓ ବାମଦଳର ବହୁ ନେତା ଯୋଗଦେଇଥିଲେ।
A small wind will blow: ଛୋଟ ପବନ ଚକି ବସିବ: ପବନରୁ ଘରକୁ ମିଳିବ ବିଜୁଳି, ଦେବଗଡ଼, ନବରଙ୍ଗପୁରରେ ଆଣବିକ ଶକ୍ତି ପାଇଁ ଅନୁଧ୍ୟାନ
ସଭାକୁ ଗଜେନ୍ଦ୍ର ସଗରିଆ ସଂଯୋଜନା କରିଥିଲେ। ଆଦିବାସୀଙ୍କ ଜମି ଓ ଅଧିକାରର ସୁରକ୍ଷା ସହ ପ୍ରକଳ୍ପ ସମ୍ପର୍କରେ ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ପ୍ରକଳ୍ପ ନିର୍ମାଣ ଦିଗରେ ପଦକ୍ଷେପ ନିଆଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଡାବୁଗାଁ ବିଧାୟକ ଆସନ୍ତା ବିଧାନସଭାରେ ଏ ନେଇ ପ୍ରଶ୍ନ କରିବେ ବୋଲି କହିଛନ୍ତି। ସେ ପ୍ରଶ୍ନ କରିଲେ ଲାଞ୍ଜିଗଡ଼ ବିଧାୟକବି ପ୍ରଶ୍ନକୁ ସମର୍ଥନ କରି ବିଧାନସଭାକୁ ହୁଲସ୍ତୁଲ କରାଯିବ ବୋଲି ଉଭୟ ବିଧାୟକ କହିଛନ୍ତି।

1 hour ago
1


