Price: ପାଇକାରୀ ମୁଦ୍ରାସ୍ଫୀତି ୧୨.୨୯%କୁ ବୃଦ୍ଧି

21 minutes ago 1
ARTICLE AD BOX

ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପରେ ଏବେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ଉପରମୁହାଁ ହୋଇଛି। ସେପ୍ଟେମ୍ବରରେ ଏହା ୧୧.୩୯% ଥିବାବେଳେ ଅକ୍ଟୋବରରେ ୧୨.୨୯%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଇନ୍ଧନ ଓ ବିଦ୍ୟୁତ୍ ଦର ବୃଦ୍ଧି।

 ପାଇକାରୀ ମୁଦ୍ରାସ୍ଫୀତି ୧୨.୨୯%କୁ ବୃଦ୍ଧି

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପରେ ଏବେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ଉପରମୁହାଁ ହୋଇଛି। ସେପ୍ଟେମ୍ବରରେ ଏହା ୧୧.୩୯% ଥିବାବେଳେ ଅକ୍ଟୋବରରେ ୧୨.୨୯%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଇନ୍ଧନ ଓ ବିଦ୍ୟୁତ୍ ଦର ବୃଦ୍ଧି। ସେପ୍ଟେମ୍ବରରେ ଇନ୍ଧନ ଓ ବିଦ୍ୟୁତ୍ କ୍ଷେତ୍ରରେ ମୁଦ୍ରାସ୍ଫୀତି ୨୫.୮୫% ଥିବାବେଳେ ଅକ୍ଟୋବରରେ ଏହା ୩୨.୮୪%କୁ ବୃଦ୍ଧି ପାଇଛି। 

ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ମୁଦ୍ରାସ୍ଫୀତି ୫୭.୩୨%ରୁ ବୃଦ୍ଧି ପାଇ ୭୦.୮୦% ହୋଇଛି। ସେହିପରି ବିଦ୍ୟୁତ୍ ଦରରେ ବାର୍ଷିକ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ଖଣି ୦.୪୩% ଥିବାବେଳେ ଅକ୍ଟୋବରରେ ୮.୦୬% ହୋଇଛି। ଅନ୍ୟପକ୍ଷରେ ପ୍ରାଥମିକ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ୮.୬୭%ରୁ ବୃଦ୍ଧି ପାଇ ୯.୨୪% ହୋଇଛି। ଏଥିରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୮.୧୪%ରୁ ୮.୨୬%କୁ ବଢ଼ିଛି। ତେବେ ଉତ୍ପାଦିତ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ସାମାନ୍ୟ କମିଛି। ସେପ୍ଟେମ୍ବରରେ ଏହା ୯.୭୬% ଥିବାବେଳେ ଅକ୍ଟୋବରରେ ୯.୫୪% ରହିଛି।

Tata Steel: ଟାଟା ଷ୍ଟିଲ୍‌ ସହ ମିଶିିଯିବ ଏନ୍‌ଆଇଏନ୍‌ଏଲ୍‌: ଏନ୍‌ସିଏଲ୍‌ଟି ଅନୁମୋଦନକୁ ଅପେକ୍ଷା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.