Price hike: ଆଗକୁ ଆହୁରି ମହଙ୍ଗା ମାଡ଼; ଦରଦାମ ବଢ଼ିବ କିମ୍ବା ପ୍ୟାକେଟ୍‌ ଛୋଟ ହେବ

6 days ago 3
ARTICLE AD BOX

ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ମୂଲ୍ୟରେ ବୃଦ୍ଧି ଘଟୁଛି। ଏଥିସହିତ ବିଶ୍ବରେ ଦେଖାଦେଇଥିବା ଭୂରାଜନୈତିକ ଅସ୍ଥିରତା ମଧ୍ୟ ଏଫ୍‌ଏମ୍‌ସିଜି କମ୍ପାନିଙ୍କ ଲାଭକୁ ପ୍ରଭାବିତ କରୁଛି। ଏଥିପାଇଁ ଚଳିତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହେବ। ଦେଶର ଅଗ୍ରଣୀ ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି କିମ୍ବା ପ୍ୟାକେଟ୍‌ରେ ପରିମାଣ କମାଇବା ପାଇଁ ଯୋଜନା ଚଳାଇଛନ୍ତି। ବ୍ରିଟାନିଆ ଓ ଡାବର ଭଳି କମ୍ପାନି ଏଭଳି ରଣନୀତି ଆପଣପାଇ ପାରନ୍ତି।

ଯେଉଁ ସବୁ କମ୍ପାନି ଏପ୍ରିଲ-ଜୁନ ତ୍ରୈମାସରେ ହାରାହାରି ୨ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବଢ଼ାଇଥିଲେ ସେମାନେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମୂଲ୍ୟ ବୃଦ୍ଧି କିମ୍ବା ପ୍ୟାକେଟରେ ବିକ୍ରି କରାଯାଉଥିବା ସାମଗ୍ରୀର ପରିମାଣକୁ ହ୍ରାସ କରିପାରନ୍ତି। କଞ୍ଚାମାଲରେ ହୋଇଥିବା ମୂଲ୍ୟବୃଦ୍ଧି ଜନିତ ପ୍ରଭାବକୁ ଟାଳିବା ପାଇଁ ସେମାନେ ଏଭଳି ରଣନୀତି କାର୍ଯ୍ୟକାରୀ କରିପାରନ୍ତି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ମଧ୍ୟ ବିଭିନ୍ନ ବର୍ଗର ସାମଗ୍ରୀ ମୂଲ୍ୟ ବଢ଼ାଇବା ଯୋଜନା ରଖିଛି। କମ୍ପାନି ୨ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ଦର ବଢ଼ାଇପାରେ ବୋଲି କୁହାଯାଉଛି। ଦ୍ବିତୀୟ ତ୍ରୈମାସରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ ଆଉ ଥରେ ୧.୫ ପ୍ରତିଶତରୁ ୨ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି କରିପାରେ। ଚିନି ଓ ପାମ୍‌ ତେଲ ଦର ଉଚ୍ଚାସ୍ତରରେ ରହିଥିବାରୁ କମ୍ପାନି ୫ ଓ ୧୦ ଟଙ୍କିଆ ବିସ୍କୁଟ ପ୍ୟାକେଟ୍‌ରେ ଦିଆଯାଉଥିବା ପରିମାଣ ହ୍ରାସ କରାଯାଇ ପାରେ ବୋଲି ସ‌ଙ୍କେତ ଦେଇଛି। ସେହିଭଳି ଗୋଦରେଜ୍‌ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ ଏବଂ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ମଧ୍ୟ ଦରଦାମ ବଢ଼ାଇବା ଦ୍ବାର ଉନ୍ମୁକ୍ତ ରଖିଛନ୍ତି।

ଲୁଗା ଓଡ଼ିଶାର, ଚାହିଦା ପଡ଼ିଶାରେ: ଓଡ଼ିଶାରେ ମିଳୁନି କଞ୍ଚାମାଲ, ନାହିଁ ବଜାର ସୁବିଧା

ଗୋଟିଏ ପଟେ ବିକ୍ରି ବୃଦ୍ଧିକୁ ଅବ୍ୟାହତ ରଖିବା ଓ ଅନ୍ୟପଟେ ମାର୍ଜିନକୁ ସୁରକ୍ଷା ଉପରେ ସନ୍ତୁଳନ ରଖିବା ଉପରେ କମ୍ପାନିଗୁଡ଼ିକ ଧ୍ୟାନ ଦେବେ। କମ୍ପାନିଗୁଡ଼ିକ ଅଶୋଧିତ ତେଲ ଦର, ମୌସୁମୀ ବର୍ଷା ଏବଂ ଏଲ୍‌ନିନୋର ସମ୍ଭାବ୍ୟ ପ୍ରଭାବ ଆଦିକୁ ଦେଖୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.