Practice match: ଅଭ୍ୟାସ ମ୍ୟାଚ୍‌: ଭାରତୀୟ ବୋଲରଙ୍କୁ ନୟାନ୍ତ କଲା ଶ୍ରୀଲଙ୍କା ଏକାଦଶ

1 week ago 4
ARTICLE AD BOX

କଲମ୍ବୋ: ଶ୍ରୀଲଙ୍କା ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୮ ୱିକେଟ୍‌ ହରାଇ ୩୬୩ ରନ୍‌ କରିଛି। ଶ୍ରୀଲଙ୍କା ଏକାଦଶର ପ୍ରାରମ୍ଭିକ ବ୍ୟାଟରମାନେ ଲଢୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। କିନ୍ତୁ ଶେଷ ବେଳକୁ ଭାରତୀୟ ବୋଲରମାନେ ଲୟକୁ ଫେରିବା ପରି ଲାଗିଥିଲା। 

Sports Development ଖେଳ ଓ ଖେଳାଳୀଙ୍କ ବିକାଶ ପାଇଁ ମିଳିମିଶି କାମ କରିବେ ଓଡ଼ିଶା-ବିହାର

ନିୟମିତ ଅଧିନାୟକ ଶୁବମନ ଗିଲ୍‌ ଖେଳୁ ନଥିବାରୁ କେଏଲ ରାହୁଲ ଏହି ମ୍ୟାଚ୍‌ରେ ଦଳର ନେତୃତ୍ବ ନେଉଛନ୍ତି। ଶ୍ରୀଲଙ୍କା ଏକାଦଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ନିଶାନ ମଧୁସ୍କା (୬୬) ଓ ରବିନ୍ଦୁ ରସନ୍ଥା (୭୧) ପ୍ରଥମ ୱିକେଟ୍‌ ଯୋଡ଼ିରେ ୧୧୦ ରନ୍‌ର ଭାଗୀଦାର କରିବା ସହ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ମଧ୍ୟକ୍ରମ ବ୍ୟାଟରମାନେ ଲଢୁଆ ବ୍ୟାଟିଂ କରି ଉପଯୋଗୀ ଯୋଗଦାନ ଦେଇଥିଲେ। ଅଧିନାୟକ ସୋନାଲ ଦିନୁସା ଅର୍ଦ୍ଧଶତକ (୫୨) ଅର୍ଜନ କରିଥିବାବେଳେ ପବନ ରତ୍ନାୟକେ ୩୯ ଓ ପସିନ୍ଦୁ ସୂର୍ଯ୍ୟବନ୍ଦରା ୩୫ ରନ୍‌ର ଯୋଗଦାନ ଦେଇଥିଲେ। ଭାରତ ପକ୍ଷରୁ ତିନି ସ୍ପିନର ରବୀନ୍ଦ୍ର ଜାଦେଜା, ମାନବ ସୁତାର ଓ କୁଳଦୀପ ଯାଦବ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଛନ୍ତି। ଗୁରନୂର ବ୍ରାର୍‌ ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

Sports Award : ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟ୍‌ ପକ୍ଷରୁ ଯୁବ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.