Power plant: ପାୱାର୍‌ ପ୍ଲାଣ୍ଟ୍‌ ଯୋଗାଇବ ବିଦ୍ୟୁତ୍‌ ଶକ୍ତି ଓ ମଧୁର ଜଳ

2 hours ago 2
ARTICLE AD BOX

ଲାକ୍ଷାଦ୍ବୀପରେ ଥିବା କବରତ୍ତୀଠାରେ ଭାରତର ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ୍‌ ଟେକ୍ନୋଲଜି’ ଏକ ପାୱାର୍‌ ପ୍ଲାଣ୍ଟ୍‌ ତିଆରି କରୁଛି। ଏହି ପାୱାର୍‌ ପ୍ଲାଣ୍ଟ୍‌ ସମୁଦ୍ରପୃଷ୍ଠର ଗରମ ଜଳ ଓ ତଳେ ଥିବା ଥଣ୍ଡା ଜଳ ଦ୍ବାରା ଚାଲିବ। ସମୁଦ୍ରପୃଷ୍ଠରେ ଥିବା ଜଳ ଏହି ପ୍ଲାଣ୍ଟ୍‌ ଭିତରେ ଥିବା ଆମୋନିଆ ଭଳି ଅଳ୍ପ ଗରମ ତରଳ ପଦାର୍ଥକୁ ଅଧିକ ଗରମ କରିବ। ଫଳରେ ଏଥିରୁ ଜଳୀୟବାଷ୍ପ ବାହାରି ଟର୍ବାଇନ୍‌କୁ ଘୂରାଇବ। ତା’ପରେ ଗଭୀର ସମୁଦ୍ରରୁ ଉଠାଯାଇଥିବା ଜଳ ଏହି ଜଳୀୟବାଷ୍ପକୁ ଘନୀଭୂତ କରି ମଧୁର ଜଳରେ ପରିଣତ କରିବ। ଏହାପରେ ପୁଣି ଗରମ ଜଳ ଯୋଗୁଁ ଜଳୀୟବାଷ୍ପ ସୃଷ୍ଟି ହେବ ଓ ଟର୍ବାଇନ୍‌ ଘୂରିବ ଏବଂ ଥଣ୍ଡା ଜଳ ସେ ବାଷ୍ପକୁ ଘନୀଭୂତ କରିବ। ଏମିତି ଗରମ ଓ ଥଣ୍ଡା ଜଳ ଦ୍ବାରା ଟର୍ବାଇନ୍‌ ସବୁବେଳେ ଘୂରୁବା ସହିତ ବିଦ୍ୟୁତ୍‌ ଶକ୍ତି ଓ ମଧୁର ଜଳ ଉତ୍ପାଦନ ହେଉଥିବ।
ଏହି ପ୍ଲାଣ୍ଟ୍‌ ୧୦୦୦ ମିଟର୍‌ ଗଭୀରରୁ ସମୁଦ୍ର ଜଳ ଉଠାଇ ତାହାକୁ ସମୁଦ୍ରପୃଷ୍ଠରେ ଥିବା ଗରମ ଜଳ ସହିତ ମିଶାଇ ୬୫ କିଲୋୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବ। ତା’ ସହିତ ଏହା ଦିନକୁ ୧ ଲକ୍ଷ ଲିଟର୍‌ ମଧୁର ଜଳ ମଧ୍ୟ ଉତ୍ପାଦନ କରିବ। ଏହି ପ୍ଲାଣ୍ଟ୍‌ର ନାଁ ‘ଓସେନ୍‌ ଥର୍ମାଲ୍‌ ଏନର୍ଜି କନ୍‌ଭର୍ସନ୍‌’ ବା ‘ଓଟିଇସି’। ସମୁଦ୍ର ଜଳରେ ଥିବା ଉତ୍ତାପକୁ ଏହା ବିଦ୍ୟୁତ୍‌ ଶକ୍ତିରେ ପରିଣତ କରେ।

Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’

‘ଓଟିଇସି’ରେ ଏବେ କିଛି ଅସୁବିଧା ବି ରହିଛି। ଗରମ ଓ ଥଣ୍ଡା ସମୁଦ୍ର ଜଳରେ ସାମାନ୍ୟ ତଫାତ୍‌ ରହିଲେ ‘ଓଟିଇସି’ ସିଷ୍ଟମ୍‌ ମାତ୍ର ୩ରୁ ୫ ପ୍ରତିଶତ ଉତ୍ତାପକୁ ବିଦ୍ୟୁତ୍‌ଶକ୍ତିରେ ପରିଣତ କରିବ। ତେଣୁ, ଏହି ପ୍ଲାଣ୍ଟ୍‌ ବଡ଼ ବଡ଼ ‘ହିଟ୍‌ ଏକ୍ସ୍‌ଚେଞ୍ଜର୍‌’ ବା ସମୁଦ୍ର ଭିତରେ ଶହ ଶହ ମିଟର୍‌ ଗଭୀର ପର୍ଯ୍ୟନ୍ତ ବସାଯାଇଥିବା ପାଇପ୍‌ ମାଧ୍ୟମରେ ସମୁଦ୍ର ମଧ୍ୟରୁ ବହୁ ପରିମାଣର ଜଳ ଉଠାଇବ। ଏଥିପାଇଁ ଅଧିକ ଅର୍ଥ ବ୍ୟୟ ହେବ। ତେଣୁ, ଲକ୍ଷଦ୍ବୀପରେ ‘ଓଟିଇସି’ ପରୀକ୍ଷାମୂଳକ ଭାବେ ଚାଲୁ କରାଯାଉଛି। ଏହା ସଫଳ ହେଲେ ଲାକ୍ଷାଦ୍ବୀପରେ ବିଦ୍ୟୁତ୍‌ ଓ ମଧୁର ଜଳର ଅଭାବ ରହିବ ନାହିଁ।

Horizon: ଦିଗ୍‌ବଳୟର ଏ ପାଖରେ: ତିଥି-ଅତିଥିର ଆଳାପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.