Power generation: ବାଲିମେଳାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ: ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ସତୀଗୁଡ଼ା

1 day ago 1
ARTICLE AD BOX

ମାଲକାନଗିରି/ଚିତ୍ରକୋଣ୍ଡା: ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର। ଏହାର ପ୍ରଭାବ ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ର ଉପରେ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ୨୨ ତାରିଖରୁ ଜଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପୋଟେରୁ ତଳମୁଣ୍ଡରେ ବନ୍ୟା ସ୍ଥିତି ସହ ଚାଷଜମି ବ୍ୟାପକ ଜଳମଗ୍ନ ହୋଇ ରହିଥିବାରୁ ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ ରଖାଯାଇଛି। ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ବାଲିମେଳା ଜଳଭଣ୍ଡାରରୁ ପାଣି ନ ଛାଡ଼ିବାକୁ ପୋଟେରୁ ଜଳସେଚନ ବିଭାଗ ଓଏଚ୍‌ପିସି ବାଲିମେଳା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିବା ପରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି।

Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା

ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ସତୀଗୁଡ଼ା
ଦାରାକୋଣ୍ଡା ଘାଟିରେ ଅତଡ଼ା ଧସି ଯୋଗାଯୋଗ ବିଚ୍ଛିନ୍ନ

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାରର ଜଳସ୍ତର ମଧ୍ୟ ଦ୍ରୁତଗତିରେ ବଢ଼ୁଛି। ଶୁକ୍ରବାର ସକାଳେ ବାଲିମେଳା ଜଳସ୍ତର ୧୪୯୪ ଫୁଟ ରହିଥିବା ବେଳେ ସନ୍ଧ୍ୟାରେ ୧୪୯୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ପ୍ରାୟ ୧୫୧୬ ଫୁଟ ରହିଛି। ୩ ଦିନର ଲଗାଣ ବର୍ଷାରେ ବାଲିମେଳା ଜଳଭଣ୍ଡାରର ଜଳସ୍ତର ୧୫ ଫୁଟ ଉପରେ ବଢ଼ିଛି। ପୋଟେରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୁଧୁରିବା ପରେ ହିଁ ଜଳବିଦ୍ୟୁତ କେନ୍ଦ୍ରରୁ ପୁନର୍ବାର ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ ବୋଲି ଓଏଚ୍‌ପିସି କର୍ତ୍ତୃପକ୍ଷ କହିଛନ୍ତି। ଦୈନିକ ୮ଟି ୟୁନିଟ୍‌ରୁ ଘଣ୍ଟା ପ୍ରତି ୫୧୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ଗତ ଦୁଇ ଦିନ ଧରି ଚିତ୍ରକୋଣ୍ଡା ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ୧୧୯.୪ ମିମି ବର୍ଷା ହୋଇଛି। ସ୍ୱାଭିମାନ ଅଞ୍ଚଳର ଝୁଲା ବ୍ରିଜରୁ ନୂଆ ଟେକପଦର ଓ ରାଲେଗାଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ମାଟି ଅତଡ଼ା ଧସିବା ସହ ପୋଲ ଭାଙ୍ଗିଯିବାରୁ ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଦାରାକୋଣ୍ଡା ଘାଟିରେ ୧୦୦ ମିଟର ପର୍ଯ୍ୟନ୍ତ ମାଟି ଅତଡ଼ା ଖସିବାରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୋଟର ଲଞ୍ଚ ସେବା ବନ୍ଦ ଥିବା ବେଳେ ଆରଙ୍ଗୀ ଘାଟ ଡଙ୍ଗାକୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ମାଲକାନଗିରି ସଦର ମହକୁମାରେ ଥିବା ସତୀଗୁଡ଼ା ଜଳଭଣ୍ଡାରର ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ବିପଦ ସଙ୍କେତ ୧୯୪ ମିଟର ଥିବା ବେଳେ ଜଳସ୍ତର ବିପଦ ସଙ୍କେତ ଟପିବା ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.