ARTICLE AD BOX
କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ବିକାଶ ସହ ପ୍ରଯୁକ୍ତିବିଦ୍ୟା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିବାରେ ଲାଗିଛି। ଆମ ଦେଶରେ ଲୋକେ ପ୍ରତିଦିନ ସାମ୍ନା କରୁଥିବା ସମସ୍ୟାର ସମାଧାନ ଦିଗରେ ବି ଏହାର ବ୍ୟବହାର କରିହେବ। ନିକଟରେ ବେଙ୍ଗାଲୁରୁର ଇଞ୍ଜିନିୟର୍ ଗୌରବ ସେନ୍ ଏକ ବ୍ୟବସ୍ଥା ବିକଶିତ କରିଛନ୍ତି। ସେ କହିଛନ୍ତି ଯେ, ଏହି ବ୍ୟବସ୍ଥା ରାସ୍ତାର ଗର୍ତ୍ତଗୁଡ଼ିକୁ ଚିହ୍ନଟ କରିପାରିବ ଏବଂ ସେଗୁଡ଼ିକୁ କିଏ ସଜାଡ଼ିବେ, ତା’ର ସୂଚନା ମଧ୍ୟ ଦେବ।
Indel Money: ଇଣ୍ଡେଲ ମନିର ୫୦୦ କୋଟି ଏନ୍ଏସ୍ଡି ଜାରି
ଇଂଜିନିୟର୍ ସେନ୍ ଚାଟ୍ଜିପିଟି ଇଣ୍ଡିଆ ସହଯୋଗରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏ ସମ୍ପର୍କିତ ଏକ ଭିଡିଓ ସେୟାର୍ କରି ଏହି ବ୍ୟବସ୍ଥା କିପରି କାମ କରେ, ତାହା ଦେଖାଇଛନ୍ତି। ତାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଏହା ଏକ ଡ୍ୟାସ୍କ୍ୟାମ୍, ଯାହା ଗାଡ଼ି ଚଳାଇବା ସମୟରେ ସୂଚନା ସଂଗ୍ରହ କରିବାକୁ ଗାଡ଼ିର ଆକ୍ସିଲେରୋମିଟର୍ ଓ ଜିପିଏସ୍ର ବ୍ୟବହାର କରେ। ସଂଗୃହୀତ ଫୁଟେଜ୍ରୁ ବିଭିନ୍ନ ଆକାରର ଗର୍ତ୍ତ ଚିହ୍ନଟ ପାଇଁ ଏଆଇ ଭିଜନ୍ ମଡେଲ୍ ବ୍ୟବହାର ହୋଇଥାଏ। ଏହି ଆପ୍ ତିଆରି ଲାଗି କୋଡେକ୍ସ୍ ବ୍ୟବହାର କରିଥିବା ଇଂଜିନିୟର ସେନ୍ କହିଛନ୍ତି। ଏହି ବ୍ୟବସ୍ଥା ଏଭଳି ଗର୍ତ୍ତଗୁଡ଼ିକୁ ଖୋଜି ପାରିବ, ଯାହା ଦୂରରୁ ସିଧାସଳଖ ଦେଖାଯାଏ ନାହିଁ, କାରଣ ସେଗୁଡ଼ିକ ସ୍ପିଡ୍ ବ୍ରେକର୍ ପରି ଦେଖାଯାଇପାରେ। ଆଗକୁ କେଉଁ ଠିକାଦାର ବା ସରକାରୀ ବିଭାଗ ରାସ୍ତାକୁ ସଜାଡ଼ିବା କଥା, ତାହା ବି ଏଥିରୁ ଜଣାପଡ଼ିବ ବୋଲି ସେ କହିଛନ୍ତି।
Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍ଲାଇନ ନମ୍ବର ଜାରି

1 hour ago
2


