Pollution: ନଭେମ୍ବର ୫ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆର୍‌ରେ ୫୦% କର୍ମଚାରୀରେ ଚାଲିବ ସମସ୍ତ କାର୍ଯ୍ୟାଳୟ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା କମିସନ (ସିଏକ୍ୟୁଏମ୍‌)ଙ୍କ ପକ୍ଷରୁ କଠୋର ନିର୍ଦ୍ଦେଶ ଜାରି କରାଯାଇଛି। ଶୁକ୍ରବାର ସିଏକ୍ୟୁଏମ୍‌ ପକ୍ଷରୁ ଜାରି ନିର୍ଦ୍ଦେଶରେ ଦିଲ୍ଲୀ ଓ ଏନ୍‌ସିଆର୍‌ ଜିଲ୍ଲାରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ନଭେମ୍ବର ୫ ରୁ ୨୦ ପର୍ଯ୍ୟନ୍ତ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବାକୁ ଓ ଅବଶିଷ୍ଟ କର୍ମଚାରୀମାନେ ଘରୁ କାମ କରିବାକୁ କୁହାଯାଇଛି। ଏହି କଟକଣାଗୁଡ଼ିକ ଦିଲ୍ଲୀ, ହରିୟାଣାର ଗୁରୁଗ୍ରାମ, ଫରିଦାବାଦ ଓ ସୋନିପତ ଏବଂ ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗର (ନୋଏଡା) ପାଇଁ ପ୍ରଯୁଜ୍ୟ ହେବ। ଯେଉଁ ଶିଳ୍ପ ପ୍ରତିଷ୍ଠାନ ଓ ଅତ୍ୟାବଶ୍ୟକ ସେବାଗୁଡ଼ିକ ଘରୁ କାମ କରିବା ବ୍ୟବସ୍ଥା ସମ୍ଭବ ନୁହେଁ ସେମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। 

ସିଏକ୍ୟୁଏମ୍‌ ସଦସ୍ୟ ସଚିବ ତରୁଣ କୁମାର ପିଥୋଡଙ୍କ ଦ୍ୱାରା ସ୍ୱାକ୍ଷରିତ, ଏହି ନିର୍ଦ୍ଦେଶଗୁଡ଼ିକ ଏନ୍‌ସିଆର୍‌ ରାଜ୍ୟର ସରକାର ଓ ଦିଲ୍ଲୀ ସରକାରଙ୍କ ବିଭାଗ ଏବଂ ଏଜେନ୍ସିଗୁଡ଼ିକ ପାଇଁ ପ୍ରଯୁଜ୍ୟ। କମିସନ ଉଲ୍ଲେଖ କରିଛନ୍ତି ଯେ, ପରୀକ୍ଷାଧୀନ ସମୟ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ଦିନରେ ଏକ୍ୟୁଆଇ ସ୍ତର ଭୀଷଣ ଓ ଭୀଷଣ+ ବର୍ଗରେ ପହଞ୍ଚିଛି।

Pollution Complaint ମଙ୍ଗଳମ ଟିମ୍ବର୍ସର ପରିବେଶ ପ୍ରଦୂଷଣ: ଏଟିଆର୍‌ ଦାଖଲ ପାଇଁ ଓପିସିବିକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

କମିସନ ଏନ୍‌ସିଆର୍‌ରେ ଧୂଳି ସୃଷ୍ଟିକାରୀ ଭଙ୍ଗାଭଙ୍ଗି କାର୍ଯ୍ୟ ଓ ବାହ୍ୟ ନିର୍ମାଣ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜରୁରୀ ସାର୍ବଜନୀନ ଭିତ୍ତିଭୂମି, ଜାତୀୟ ସୁରକ୍ଷା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଏଥିରୁ ବାଦ୍‌ ଦିଆଯାଇଛି। ତେବେ ରାଜପଥ, ରାସ୍ତା, ଫ୍ଲାଏଓଭର, ଓଭରବ୍ରିଜ୍, ବିଦ୍ୟୁତ୍ ପରିବହନ ଲାଇନ, ପାଇପଲାଇନ୍ ଏବଂ ଦୂରସଂଚାର ନିର୍ମାଣ ପ୍ରକଳ୍ପଗୁଡ଼ିକ ଉପରେ କଟକଣା ରହିବ।
 

Read Entire Article
LEFT SIDEBAR AD

Hidden in mobile, Best for skyscrapers.