ARTICLE AD BOX
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବାରମ୍ବାର ଦୌଡ଼ିବା ପରେ ନ୍ୟାୟ ନପାଇ ଆଜି ଜଣେ ବୃଦ୍ଧ ଥାନା ଭିତରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବୃଦ୍ଧ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍ କ˚ସାର ପଞ୍ଚାୟତ ବାଇପୁର ଗ୍ରାମର ଶିବପ୍ରସାଦ ପ୍ରଧାନ(୬୪)। ଗୁରୁତର ଅବସ୍ଥାରେ ପୁଲିସ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟ ଏବଂ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ପୁଲିସ ଆଗରେ ଥାନା ଭିତରେ ଜଣେ ବୃଦ୍ଧ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ବୃଦ୍ଧଙ୍କ ପରିବାର ଏଥିପାଇଁ ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।
Education: ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ‘ପ୍ରକୃତି ମେଳା’
ସୂଚନାନୁଯାୟୀ, ଶିବପ୍ରସାଦ ପ୍ରଧାନଙ୍କ ତିନି ଝିଅ ଓ ଗୋଟିଏ ପୁଅ। ତିନିଝିଅ ବିବାହିତ। ଜଣେ ଝିଅ ବିବାହ ପରେ ବି ବାପଘରେ ରହୁଥିଲା ବେଳେ ଅନ୍ୟ ଦୁଇ ଝିଅ ଶାଶୂଘରେ ରହୁଛନ୍ତି। ତେବେ ଏକମାତ୍ର ପୁଅ ସହ ବହୁଦିନ ହେବ ତାଙ୍କର ବିବାଦ ଲାଗି ରହିଛି। ସେମାନେ ଘରେ ଅଲଗା ରହୁଥିଲେ। ଥାନାରେ ଉଭୟ ପକ୍ଷରୁ ଏ ସ˚କ୍ରାନ୍ତରେ ଏକାଧିକବାର ଅଭିଯୋଗ ମଧୢ କରାଯାଇଥିଲା। ଛତୁ ଚାଷ କରୁଥିବା ପୁଅ ପରମାନନ୍ଦଙ୍କ ସହ ଶୁକ୍ରବାର ପୁନର୍ବାର ପାଟିତୁଣ୍ଡ ହୋଇଥିଲା। ଛତୁଚାଷ ପାଇଁ ଜମି ଦେଖାଇ ଋଣ ଆଣିବାକୁ ପରମାନନ୍ଦ ଆବେଦନ କରିଥିଲେ। ତେବେ ଜମିର ମାଲିକାନା ବାପା ଶିବପ୍ରସାଦଙ୍କ ନାଁରେ ଥିବାରୁ ସେ ଏହାକୁ ବିରୋଧ କରିଥିଲେ।
ପୁଅ ନିର୍ଯାତନା ଦେଉଥିବା ନେଇ ଜୁନ୍ରେ ଦେଇଥିଲେ ଏତଲା
ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର
ଫଳରେ ଉଭୟ ବାପା-ପୁଅଙ୍କ ମଧୢରେ ପାଟିତୁଣ୍ଡ ହୋଇଥିଲା। ପୁଅ ଏ ନେଇ ଶୁକ୍ରବାର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗତକାଲି ସନ୍ଧୢାରେ ବାଇପୁର ଗାଁକୁ ଯାଇ ବୃଦ୍ଧ ଶିବପ୍ରସାଦଙ୍କୁ ଶନିବାର ଦେଖା କରିବାକୁ କହିଥିଲେ। ତଦନୁଯାୟୀ ବୃଦ୍ଧଜଣକ ଆଜି ଦିନ ପ୍ରାୟ ୧୧ଟାରେ ଜଣେ ସହଯୋଗୀଙ୍କ ସହ ଥାନାକୁ ଯାଇଥିଲେ। ପକେଟ୍ରେ ସେ ଏକ କୀଟନାଶକ ବୋତଲ ନେଇଥିଲେ। ତାଙ୍କୁ ନ୍ୟାୟ ମିଳି ନ ଥିବା ଅଭିଯୋଗ ଆଣି ପୁଲିସ ଆଗରେ ହିଁ ସେ ବିଷ ପିଇଦେଇଥିଲେ। ପୁଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସଦର ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ବୟାନ ରେକର୍ଡ କରିଛନ୍ତି।
Cuttack Bali Jatra: ବାଲିଯାତ୍ରାରେ ରୁମାସିଜ୍ ଅଏଲ୍ ଷ୍ଟଲ୍
ବୃଦ୍ଧ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁଅ-ବୋହୂ ଆମକୁ (ପତ୍ନୀ, ଝିଅ ଓ ବୃଦ୍ଧ) ମାରପିଟ୍ କରୁଥିବା ନେଇ ଗତ ଜୁନ୍ ୯ ତାରିଖରେ ସେ ଏତଲା ଦେଇଥିଲେ। ଜୁନ୍ ୧୮ତାରିଖରେ ଥାନାକୁ ଡକାଗଲା। କିଛି ସମାଧାନ କରାଗଲା ନାହିଁ। ଓଲଟା ଗତକାଲି ପୁଅ ଦେଇଥିବା ଏତଲା ଆଧାରରେ ଆଜି ଥାନାକୁ ଆସିବା ପାଇଁ କୁହାଗଲା। ପୁଅ ନିର୍ଯାତନା ଦେଉଥିବା କଥା ନ ବୁଝି ଓଲଟା ତାଙ୍କୁ ଆତ୍ମହତ୍ୟା କରିବାକୁ ପୁଲିସ ବାଧୢ କରିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ କହିଛନ୍ତି, ବାପ-ପୁଅଙ୍କ ମଧୢରେ ପାରିବାରିକ ବିବାଦରୁ ଏଭଳି ଘଟଣା ଘଟିଛି। ବୃଦ୍ଧ କେଉଁ ପରିସ୍ଥିତିରେ ବିଷ ପିଇଲେ, ତାହାର ତଦନ୍ତ କରାଯିବ।

1 hour ago
1


