ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡ଼ୁ): ଜିଲ୍ଲାର ଏକ ସେବାଶ୍ରମସ୍କୁଲର ଅନ୍ତେବାସୀଙ୍କୁ ଯୌନନିର୍ଯାତନା ମାମଲାର ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଆବଶ୍ୟକ ପ୍ରମାଣ ଅଭାବରୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛି।
POCSO judgment ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମକାରାଦଣ୍ଡ
ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପକ୍ସୋକୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାର ବିଚାର ଚାଳିଥିବା ବେଳେ ୭ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ରାୟ ପ୍ରକାଶ କରିଛନ୍ତି।
POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଆସାମୀକୁ ୧୭ ବର୍ଷ ସଶ୍ରମ କାରାଦଣ୍ଡ
ମାମଲାର ବିବରଣୀ ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୧୫ତାରିଖ ଦିନ ଅଭିଯୁକ୍ତ ପ୍ରଧାନଶିକ୍ଷକ ପୀଡ଼ିତା ଓ ଅନ୍ୟ ୪ ଜଣ ଛାତ୍ରୀଙ୍କୁ ନିଜ ବାସଭବନକୁ ଡାକିଥିଲେ। ସେଠାରେ ଓଆର୍ଏସ ପାଣି ଦେବା ବାହାନାରେ ପୀଡ଼ିତାଙ୍କ ହାତ ଓ କାନ୍ଧ ଧରିବାକୁ ଚେଷ୍ଟା କରିଥିଲେ । ବିରୋଧ କରିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାଛଡ଼ା ବିଷୁବ ସଂକ୍ରାନ୍ତି ଦିନ ମଧ୍ୟ ଯୌନ ନିର୍ଯାତନା ଦେଇଥିବା ଏବଂ ପିଲାମାନଙ୍କୁ ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତେନ୍ତୁଳିଖୁଣ୍ଟି ଥାନାରେ କେସ୍ ନଂ ୮୧/୨୦୨୬ ରୁଜୁ ହୋଇଥିଲା।
POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ଏହି ଘଟଣାକୁ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ଏହି ଅନ୍ତେବାସୀଙ୍କୁ ସାଥୀରେ ନେଇ ନବରଙ୍ଗପୁର ଥାନାକୁ ନେଇ ଅଭିଯୋଗ କରିଥିଲେ। ପରେ ଏହି ମାମଲାର ତଦନ୍ତ ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାପୁଲିସ ମୁଖ୍ୟାଳୟରୁ ଜଣେ ଇନ୍ସପେକ୍ଟର କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଯୁଧିଷ୍ଠିର ନାୟକ ଓ ତପନ ପାଣିଗ୍ରାହୀ ମାମଲା ପରିଚାଳନା କରୁଥିଲେ।

1 hour ago
2


