PNG connection: ଶୋଇ ପଡ଼ିଲା ପ୍ରଶାସନ: ଧିମେଇଗଲା ପିଏନ୍‌ଜି ସଂଯୋଗ

6 days ago 4
ARTICLE AD BOX

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ଗୁରୁତର ଏଲ୍‌ପିଜି ସଙ୍କଟ ଦେଖାଦେଲା। ସରକାର ଘରୋଇ ଗ୍ୟାସ୍‌ ଯୋଗାଣକୁ କଠୋର କରିବା ସହିତ ବାଣିଜ୍ୟିକ ଗ୍ୟାସ୍‌ ଯୋଗାଣକୁ ସଙ୍କୁଚିତ କଲେ। ବିକଳ୍ପ ଭାବେ ପିଏନ୍‌ଜି ବା ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ ଉପରେ ଗୁରୁତ୍ବ ଦିଆଗଲା। କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ଏଥିପାଇଁ ତନାଘନା କଲେ। କମ୍ପାନିଗୁଡ଼ିକୁ ଡାକି ଅଗ୍ରଗତିର ସ୍ଥିତି ସମୀକ୍ଷା କଲେ। କିନ୍ତୁ ଏଲ୍‌ପିଜି ଯୋଗାଣ ସମସ୍ୟା କିଛି ମାତ୍ରାରେ ଦୂର ହୋଇଯିବା ପରେ ପ୍ରଶାସନ ପିଏନ୍‌ଜି ସଂଯୋଗ ବୃଦ୍ଧି ନେଇ ଯେଉଁ ଯୋଜନା ରଖିଥିଲା ତାହାକୁ ଭୁଲିଗଲା। ଏଥିପାଇଁ ପିଏନ୍‌ଜି ସଂଯୋଗ ଧିମେଇ ଗଲା।

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

୫୦ ଦିନରେ ହୋଇଥିଲା ୬୦୦୦, ୧୦୦ ଦିନରେ ହେଲା ୪୦୦୦

ସୂଚନା ଅନୁଯାୟୀ, ରାଜ୍ୟର ଦ୍ବୈତ ନଗରୀରେ ପିଏନ୍‌ଜି ସଂଯୋଗ ସଂଖ୍ୟା ଏପ୍ରିଲ ୨୦ ତାରିଖ ବେଳକୁ ୩୩ ହଜାର ରହିଥିଲା। ସେଥିରୁ ଭୁବନେଶ୍ବରରେ ୨୩ ହଜାର ଏବଂ କଟକରେ ୧୦ ହଜାର ରହିଥିଲା। ମାର୍ଚ୍ଚ ପହିଲାରୁ ଏପ୍ରିଲ ୨୦ (୫୦ ଦିନ) ମଧ୍ୟରେ ରାଜ୍ୟରେ କମ୍ପାନିଗୁଡ଼ିକ ୧୧,୨୦୦ ନୂଆ ସଂଯୋଗ ଦେଲେ। ସେଥିରୁ ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ଭୁବନେଶ୍ବର ଓ କଟକରେ ପ୍ରାୟ ୬୦୦୦ ନୂଆ ସଂଯୋଗ ଦେଇଥିଲା। ସଦ୍ୟ ସୂଚନା ଅନୁଯାୟୀ ଏପ୍ରିଲ ୨୦ରୁ ଜୁଲାଇ ୩୧, ପ୍ରାୟ ୧୦୦ ଦିନ ମଧ୍ୟରେ ଭୁବନେଶ୍ବର ଓ କଟକରେ ୪୦୦୦ ନୂଆ ପିଏନ୍‌ଜି ସଂଯୋଗ ଦିଆଯାଇଛି। ଅର୍ଥାତ୍‌ ପ୍ରଥମ ୫୦ ଦିନରେ ଯେତିକି ନୂଆ ସଂଯୋଗ ଦିଆଯାଇଥିଲା ପରବର୍ତ୍ତୀ ୧୦୦ ଦିନରେ ତାହା ୧୨ ହଜାର ହେବା ପରିବର୍ତ୍ତେ ୪୦୦୦କୁ ଖସି ଆସିଛି। 

Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

ଏପ୍ରିଲ ୨୦ ସୁଦ୍ଧା ରାଜ୍ୟର ଦୁଇଟି ବଡ଼ ସହରରେ ମୋଟ ପିଏନ୍‌ଜି ସଂଯୋଗ ସଂଖ୍ୟା ୩୩ ହଜାର ରହିଥିଲା। ସେଥିରୁ ଭୁବନେଶ୍ବରରେ ୨୩ ହଜାର ଏବଂ କଟକରେ ୧୦ ହଜାର ଗ୍ରାହକ ଥିଲେ। ଜୁଲାଇ ୩୧ ସୁଦ୍ଧା ଉକ୍ତ ଦୁଇ ସହରରେ ପିଏନ୍‌ଜି ସଂଯୋଗ ସଂଖ୍ୟା ୩୭ ହଜାରରେ ପହଞ୍ଚିଛି। ସରକାର ସର୍ବୋଚ୍ଚ ସ୍ତରରେ ମଧ୍ୟ ବିଶେଷ ତତ୍ପରତା ଦେଖାଇଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଏପ୍ରିଲ ମାସରେ ଅନୁଷ୍ଠିତ ୩୯ତମ କ୍ୟାବିନେଟ୍‌ ବୈଠକରେ ସିଟି ଗ୍ୟାସ୍‌ ବିତରଣ ନୀତିକୁ ମଞ୍ଜୁରି ମିଳିଲା। ଆଶା କରାଯାଉଥିଲା ଏହି ନୀତି ଆସିବା ପରେ ରାଜ୍ୟରେ ପିଏନ୍‌ଜି ସଂଯୋଗ ଦ୍ରୁତଗତିରେ ବୃଦ୍ଧି ପାଇବ। କିନ୍ତୁ ସଂଯୋଗ ହାର ବଢ଼ିବା ପରିବର୍ତ୍ତେ କମିବାରେ ଲାଗିଛି। ସରକାର ଏବେଠୁ ଏଥିପ୍ରତି ଯତ୍ନବାନ ନ ହେଲେ ଆଗାମୀ ଦିନରେ ଲୋକଙ୍କୁ ପୁଣି ରନ୍ଧନ ଗ୍ୟାସ୍‌ ସମସ୍ୟାର ଯେ ସମ୍ମୁଖୀନ ହେବାକୁ ନ ପଡ଼ିବ ତାହା କୁହାଯାଇ ପାରିବ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.