ARTICLE AD BOX
ଲଣ୍ଡନ: ପଳାତକ ହୀରା ବ୍ୟବସାୟ ନିରବ ମୋଦୀ ଏପର୍ଯ୍ୟନ୍ତ ଲଣ୍ଡନରେ ଥିବାରୁ ବ୍ରିଟେନ ସରକାରର ପୂର୍ବତନ ଗୃହ ମନ୍ତ୍ରୀ ପ୍ରୀତି ପଟେଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏକ ପଡ୍କାଷ୍ଟ୍ରେ ସେ କହିଛନ୍ତି ଯେ ତାଙ୍କ ଦୋଷ କୋର୍ଟରେ ପ୍ରମାଣିତ ହେବା ପରେ ୨୦୨୧ ଏପ୍ରିଲ୍ରେ ତାଙ୍କ ଭାରତ ପ୍ରତ୍ୟର୍ପଣ ନିର୍ଦ୍ଦେଶରେ ମୁଁ ସ୍ବାକ୍ଷର କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେ ଲଣ୍ଡନରେ ଥିବା ଜାଣି ମୁଁ ଅତ୍ୟନ୍ତ ବିସ୍ମିତ। ତାଙ୍କୁ ପ୍ରତ୍ୟର୍ପଣ କରିବାରେ ବ୍ରିଟେନ ସରକାରଙ୍କ ବିଫଳତାକୁ ନେଇ ଭାରତୀୟ କର୍ତ୍ତୃପକ୍ଷ ନିଶ୍ଚିତ ରାଗିଥିବେ।
ବ୍ରିଟେନ ବ୍ୟବସ୍ଥା ନ୍ୟାୟସଙ୍ଗତ ହୋଇଥିଲେ ନିରବ ଏପର୍ଯ୍ୟନ୍ତ ଆମ ଦେଶରେ ରହିବା କଥା ନୁହେଁ। ନିରବ କୌଣସି ଭାରତୀୟ ଜେଲ୍ରେ ରହିବା ଉଚିତ। ତାହା ହୋଇନାହିଁ। ଏହା ବ୍ରିଟେନ ଟିକସଦାତାଙ୍କ ପ୍ରତି ମଧ୍ୟ ଏକ ଅପମାନ ବୋଲି ପଟେଲ କହିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହୀରା ବ୍ୟବସାୟୀ ନିରବ ମୋଦୀ। ମନି ଲଣ୍ଡରିଂ ଓ ଠକେଇ ମାମଲାରେ ତାଙ୍କୁ ସିବିଆଇ ଓ ଇଡି ଖୋଜୁଛନ୍ତି।
Nirav Modi': ନିରବ ମୋଦୀଙ୍କ ଆବେଦନ କୋର୍ଟରେ ଖାରଜ
ପିଏନବି ଠକେଇ ଜଣାପଡ଼ିବା ପୂର୍ବରୁ ଭାରତ ଛାଡ଼ି ନିରବ ପଳାୟନ କରିଥିଲେ। ସେଠାରେ ସେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ଲୁଚିଥିଲେ। କିନ୍ତୁ ୨୦୧୯ ମାର୍ଚ୍ଚରେ ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତା ପରଠାରୁ ସେ ବ୍ରିଟେନର ଏକ ଜେଲରେ ଅଛନ୍ତି। ତାଙ୍କ ପ୍ରତ୍ୟର୍ପଣ ଲାଗି ଭାରତୀୟ ଏଜେନ୍ସି ଲାଗିଛନ୍ତି।

1 hour ago
1


