PM SHRI Funds: ପିଏମଶ୍ରୀ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦାଖଲ କରୁନାହାନ୍ତି ୧୦ବ୍ଲକ୍‌

56 minutes ago 2
ARTICLE AD BOX

ନବରଙ୍ଗପୁର: ଉଚ୍ଚବିଦ୍ୟାଳୟଗୁଡ଼ିକର ଅନୁସଙ୍ଗିକ ଭିତ୍ତିଭୂମିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପିଏମଶ୍ରୀ, ଶୌଚାଳୟ, ଭିତ୍ତିଭୂମି ସୁଧାରିବା ପାଇଁ ବ୍ଲକକୁ ୧୩କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗତ ୪ବର୍ଷ ମଧ୍ୟରେ ଏଥିରୁ କେବଳ ୨କୋଟି ୨୩ଲକ୍ଷର ହିଁ ବିନିଯୋଗ ପ୍ରମାଣପତ୍ର ଦାଖଲ କରିଛନ୍ତି। 

ଖବର ନେବାକୁ ଜଣାଯାଇଛି, ଜିଲ୍ଲାର ଉମରକୋଟ ବ୍ଲକ୍‌ରେ ୩ଟି, ନବରଙ୍ଗପୁର, ନନ୍ଦାହାଣ୍ଡି, ପାପଡାହାଣ୍ଡି , ରାଇଘର ଓ  ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ୨ଟି ଲେଖାଏଁ, ନବରଙ୍ଗପୁର ପୌରପାଳିକା, ଚନ୍ଦାହାଣ୍ଡି, ଡାବୁଗାଁ, ଝରିଗାଁ, କୋଷାଗୁମୁଡା ଓ ଉମରକୋଟ ପୌରପାଳିକାରେ ଗୋଟିଏ ଲେଖାଏଁ ହାଇସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦେଇ ପରିବର୍ଦ୍ଧିତ କରାଯାଇଛି। ପ୍ରଥମ ପର୍ଯ୍ୟାୟର ୧୯ଟି ପିଏମଶ୍ରୀ ହାଇସ୍କୁଲର ମରାମତି ପାଇଁ ୪ଲକ୍ଷ, ଖେଳ ପଡ଼ିଆ ଉନ୍ନୟନ ପାଇଁ ୫ଲକ୍ଷ, ସୌନ୍ଦର୍ଯ୍ୟୀକରଣପାଇଁ ୩ଲକ୍ଷ, ସେଲଫି ପଏଣ୍ଟ ଉନ୍ନୟନ ପାଇଁ ୩ଲକ୍ଷ, ବିଦ୍ୟାଳୟ ସାଇନେଜ ପାଇଁ ୨୦ହଜାର ଓ ଏଲ୍‌ଇଡି ଲାଇଟିଂ ପାଇଁ ୨ହଜାର ଏଭଳି ସ୍କୁଲ ପିଛା ୧୨ଲକ୍ଷ ୫୨ହଜାର ସର୍ବମୋଟ ୨କୋଟି ୩୭ଲକ୍ଷ ୮୮ହଜାର ଅନୁଦାନ ମଞ୍ଜୁର ହେବା ସହ କାର୍ଯ୍ୟନ୍ବୟନ କରିବାକୁ ବିଡିଓ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୮୪ଲକ୍ଷ ୬୩ହଜାର ୬୦୬ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାଖଲ ହୋଇଥିବା ବେଳେ ୧କୋଟି ୫୩ଲକ୍ଷ ୨୪ହଜାର ୩୯୪ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନି। 

ଓଡ଼ିଶାରେ ପିଏମ୍‌ ଶ୍ରୀ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ଥର ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ଏହା ବ୍ୟତୀତ,  ଚେୟାରଟେବୁଲ, ଆସବାବପତ୍ର, ଲାଇବ୍ରେରୀ ଓ ଶୌଚାଳୟ ଆଦି ନୂତନ ଭାବେ ନିର୍ମାଣ କରିବା ପାଇଁ ହାଇସ୍କୁଲ ପିଛା ୮୫ଲକ୍ଷ ୫୦ହଜାର ଲେଖାଏଁ କେନ୍ଦ୍ର ସରକାର  ଅନୁଦାନ ଦେଇଛନ୍ତି। ଏହି ଅନୁଦାନର ବିନିୟୋଗ ଦାୟିତ୍ବ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି। ଏଥିରୁ ୧୯ଟିରୁ ୧୦ଟି ସକ୍ଷମକେନ୍ଦ୍ର, ୭ଟି ଲାଙ୍ଗୁଏଜ୍ ଲ୍ୟାବ, ୨ଟି ବ୍ୟାରିଆର ପ୍ରି ଏସେସ୍ ର କାମ ସରିଛି। ତେବେ ଏହାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନି। 

PMShri School from today: ଆଜିଠୁ ପିଏମ୍‌ଶ୍ରୀ ସ୍କୁଲରେ ‘ପଢ଼ିବା ଗଢ଼ିବା ଓଡ଼ିଶା’: ପିଲା ପଢ଼ିବେ ସମ୍ବାଦପତ୍ର

୨୦୨୩-୨୪ଆର୍ଥିକ ବର୍ଷରେ ଜିଲ୍ଲାପରିଷଦ ପକ୍ଷରୁ ସ୍କୁଲ ଗୁଡିକରେ ବାଳକ, ବାଳିକା ଶୌଚାଳୟ, ପାନୀୟ ଜଳବ୍ୟବସ୍ଥା ପାଇଁ ୧୦.୩୩କୋଟି ମିଳିଥିଲା। ସେଥିରୁ ୧.୩୦କୋଟିର ବିନିଯୋଗ ପ୍ରମାଣପତ୍ର ବ୍ଲକ ଗୁଡିକ ଦାଖଲ କରିଛନ୍ତି। ଖର୍ଚ୍ଚର ୪ବର୍ଷ ପରେ ବି ୯କୋଟି ୨ଲକ୍ଷ ୯୯ହଜାରର ବିନିଯୋଗ ବ୍ଲକଗୁଡ଼ିକ ଦାଖଲ କରିନାହାନ୍ତି। 

ଗେରୁଆ ହେବ ସରକାରୀ ସ୍କୁଲ: ପିଏମ୍‌ଶ୍ରୀ ସ୍କୁଲଗୁଡ଼ିକର ରଙ୍ଗ ବି ବଦଳିବ, ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ବ୍ଲକର ବିଡିଓ ମାନେ କାହିଁକି କାମ ସମ୍ପୁର୍ଣ୍ଣ କରୁନାହାନ୍ତି ବୋଲି ସାଂସଦ ଇଂ ବଳଭଦ୍ର ମାଝୀ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଡିଇଓ ଛତ୍ରପତି ସାହୁଙ୍କୁ ପଚାରିବା ସହ ବିଗଡ଼ିଥିଲେ।  ସବୁ ବ୍ଲକର ବିଡିଓ ମାନେ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାମ ସାରିବା ସହ ତୁରନ୍ତ ବିନିଯୋଗପ୍ରମାଣ ପତ୍ର ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦାରଖ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ। ତେବେ ତିନିରୁ ଚାରି ବର୍ଷ ପରେ ବି ବିନିଯୋଗ ପ୍ରମାଣପତ୍ର ଦାଖଲ ନ କରିବା ପଛରେ କଣ ରହସ୍ୟ ରହିଛି , ଏହାର ବିଭାଗୀୟ ଓ ଭିଜିଲାନ୍ସ ତଦନ୍ତ କରିବା ଦରକାର ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.