ARTICLE AD BOX
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ରବିବାର) ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏବଂ ଓଡ଼ିଶା ପୁଲିସର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥି ପାଇଁ ଭୁବନେଶ୍ବର କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦୀଙ୍କ ସୁରକ୍ଷା ପାଇଁ ରାଜଧାନୀରେ ୯୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦାୟିତ୍ୱରେ ୨୨୩ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୭୧ ଜଣ ଆଇଆଇସି ରହିବେ। ଏହାସହ ୩୭ ଜଣ ଏଏସ୍ପି ଓ ଡିଏସ୍ପି, ୨୦ ଜଣ ଅତିରିକ୍ତ ଏସ୍ପି ଓ ଡିସିପି ପାହ୍ୟାର ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ୱ ତୁଲାଇବେ।
ସେହିପରି ୧୦ ଜଣ ଏସ୍ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କ ସହ ୩ ଜଣ ଡିଆଇଜି ପାହ୍ୟାର ଅଧିକାରୀ ନିୟୋଜିତ ହେବେ। ଜଣେ ଆଇଜି ପାହ୍ୟାର ଅଧିକାରୀ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଜଟଣୀର ଇନଫୋ ଭ୍ୟାଲି-୨ଠାରେ ନବନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଏବଂ ‘ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍’ର ଉଦ୍ଘାଟନ କରିବେ।
ଗସ୍ତ ସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ୨୫ ତାରିଖ ଅପରାହ୍ନରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିବେ। ଏଥିପାଇଁ ୩ଟି ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ତୀବ୍ର କରିଦିଆଯାଇଛି।

44 minutes ago
2


