PM E-Bus Sewa: ରାଜସ୍ଥାନର ୯ ସହରକୁ ୧୧୫୦ ଇ-ବସ୍‌ ମଞ୍ଜୁର

1 hour ago 2
ARTICLE AD BOX

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚାଲୁଥିବା ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନା ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣୁଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନେତୃତ୍ବରେ ଏହି ‌ଯୋଜନାର ସଫଳ କାର୍ଯ୍ୟାନ୍ବୟନ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ରାଜସ୍ଥାନର ୯ ସହର ପାଇଁ ୧୧୫୦ଟି ଇ-ବସ୍‌କୁ ମଞ୍ଜୁରି ମିଳିଛି।

ସେଥିରୁ ବର୍ତ୍ତମାନ ସୁଦ୍ଧା ୨୫୦ଟି ବସ୍‌ ଦିଆଯାଇଛି। ଜୟପୁରକୁ ୧୦୩ଟି ଇ-ବସ୍‌ ମିଳିଥିବାବେଳେ ୪୫୦ଟି ଇ-ବସ୍‌ ଏବଂ ୫୦ଟି ଡବଲ ଡେକର ଇ-ବସ୍‌ ପାଇବା ଲାଗି ପ୍ରକ୍ରିୟା ଚାଲିଛି। ଏହି ଯୋଜନାର ପ୍ରାରମ୍ଭରେ ରାଜସ୍ଥାନର ୮ଟି ସହର ପାଇଁ ୬୭୫ଟି ଇ-ବସ୍‌ ମଞ୍ଜୁର ହୋଇଥିଲା। କିନ୍ତୁ ରାଜ୍ୟ ସରକାର ବିଶେଷ ପ୍ରୟାସ ପରେ ଏହି ସଂଖ୍ୟା ୧୧୫୦କୁ ବୃଦ୍ଧି ପାଇଛି।

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନା
ସେଥିରୁ ଜୟପୁର ପାଇଁ ୫୫୦, ଯୋଧପୁର ପାଇଁ ୧୨୫, ଅଜମେର ଓ କୋଟା ପାଇଁ ୧୦୦ ଲେଖାଏଁ, ବିକାନେର ପାଇଁ ୭୫, ଭିଲୱାଡ଼ା, ଅଲୱର, ଉଦୟପୁର ଓ ସିକର ପାଇଁ ୫୦ଟି ଲେଖାଏଁ ଇ-ବସ୍‌ ମଞ୍ଜୁର ହୋଇଛି। ଏସବୁ ବସ୍‌ରେ ଅତ୍ୟାଧୁନିକ ପ୍ରଯୁକ୍ତି ରହିଛି ଯାହାଦ୍ବାରା ବରିଷ୍ଠ ନାଗରିକ, ବିଦ୍ୟାର୍ଥୀ ଏବଂ ଦିବ୍ୟାଙ୍ଗ ଲୋକ ଆରାମରେ ଯାତ୍ରା କରିପାରିବେ। ସିସିଟିଭି କ୍ୟାମେରା, ପ୍ୟାନିକ ବଟନ ଓ ସୁରକ୍ଷା ଉପକରଣ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ।

୫୩ କୋଟିରୁ ଅଧିକ ଅର୍ଥ ଅନୁମୋଦନ
ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ କେବଳ ବସ୍‌ କିଣିବା ଏବଂ ଉପଲବ୍ଧତାରେ ସୀମିତ ରହିବ ନାହିଁ। ସଂପୂର୍ଣ୍ଣ ବ୍ୟବସ୍ଥା ପ୍ରସ୍ତୁତ କରାଯାଇ ବସ୍‌ର ନିୟମିତ ଚଳାଚଳ ସହିତ ଯାତ୍ରୀଙ୍କୁ ସୁଲଭ ପରିବହନ ସେବା ମିଳିବ। ଏଥିପାଇଁ ବସ୍‌ ଡିପୋ, ଚାର୍ଜିଂ ଷ୍ଟେସନ, ବିଦ୍ୟୁତ୍‌ ସଂଯୋଗ ଏବଂ ଚଳାଚଳ ସହ ଜଡ଼ିତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଧ୍ୟାନ ଦିଆଯାଇଛି। ବସ୍ ଡିପୋରେ ଚାର୍ଜିଂ ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୬୦ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ସେହିପରି ଡିପୋ ନିର୍ମାଣ ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ୫୩ କୋଟି ଟଙ୍କାରୁ ଅଧିକ ଅର୍ଥ ଅନୁମୋଦନ କରାଯାଇଛି।

ବନ୍ଦେ ଭାରତ ଏକ୍ସପ୍ରେସ: ଏହି ଆଧୁନିକ ଟ୍ରେନ୍ କେତେ ବିଜୁଳି ଖର୍ଚ୍ଚ କରେ ଏବଂ କେତେ ଆସେ ବିଜୁଳି ବିଲ୍?

Read Entire Article
LEFT SIDEBAR AD

Hidden in mobile, Best for skyscrapers.