Pilots Fight: କକପିଟରେ ଦୁଇ ପାଇଲଟ ହାତାହାତି: ଜରୁରୀକାଳୀନ ଅବତରଣ କଲା ‘ଫ୍ଲାଇଦୁବାଇ’ ବିମାନ

50 minutes ago 1
ARTICLE AD BOX

ତେଲ୍ ଆଭିଭ୍/ଦୁବାଇ: ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଇଦୁବାଇ’ର ଏକ ବୋଇଂ ୭୩୭ ମ୍ୟାକ୍ସ ବିମାନର କକପିଟରେ ଦୁଇ ପାଇଲଟଙ୍କ ମଧ୍ୟରେ ଘଟିଥିବା ତୀବ୍ର ଗଣ୍ଡଗୋଳ ଓ ମାରପିଟ୍ ଯୋଗୁଁ ମଝି ଆକାଶରେ ଏକ ବଡ଼ ଧରଣର ସୁରକ୍ଷା ସଙ୍କଟ ସୃଷ୍ଟି ହୋଇଛି। ଉଡ଼ାଣ ସମୟରେ ନିୟନ୍ତ୍ରଣ କକ୍ଷରେ ଥିବା ଦୁଇଜଣ ପାଇଲଟ୍ କୌଣସି ବିଷୟକୁ ନେଇ ପରସ୍ପର ସହ ହାତାହାତି ହୋଇପଡ଼ିଥିଲେ। ଏହି ହିଂସାତ୍ମକ ପରିସ୍ଥିତି ମଧ୍ୟରେ ଭୁଲବଶତଃ କକପିଟରୁ ବିମାନ ଅପହରଣ (ହାଇଜ୍ୟାକ୍) ସମ୍ପର୍କିତ ଜରୁରୀକାଳୀନ ସଙ୍କେତ (କୋଡ୍ ୭୫୦୦) ଟ୍ରିଗର ହୋଇଯାଇଥିଲା, ଯାହା ବିମାନ ସୁରକ୍ଷା ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକୁ ସ୍ତବ୍ଧ କରିଦେଇଥିଲା।

ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ

ଉତ୍ତର ସାଉଦି ଆରବ ଆକାଶମାର୍ଗରେ ଏହି ଅପହରଣ ସଙ୍କେତ ମିଳିବା କ୍ଷଣି ଇସ୍ରାଏଲ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଇସ୍ରାଏଲୀ ବାୟୁସେନା ତୁରନ୍ତ ନିଜର ଯୁଦ୍ଧବିମାନଗୁଡ଼ିକୁ ମହାକାଶକୁ ପ୍ରେରଣ କରିବା ସହ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ଡକାଇଥିଲେ। ତେବେ ପାଇଲଟଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ଯୋଗୁଁ ହିଁ ବିମାନଟି ହଠାତ୍ ନିମ୍ନଗାମୀ ହୋଇଥିଲା ଏବଂ ସନ୍ତୁଳନ ହରାଇ ଜରୁରୀକାଳୀନ ସଙ୍କେତ ପଠାଯାଇଥିଲା ବୋଲି ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା। ଘଟଣାପରେ ବିମାନଟିକୁ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଯାଇଛି। ବିମାନ ସଂସ୍ଥା ''ଫ୍ଲାଇଦୁବାଇ'' ଏହି କକପିଟ୍ ଗଣ୍ଡଗୋଳକୁ ସ୍ୱୀକାର କରିବା ସହ ଉଭୟ ପାଇଲଟଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ଦେଇଛି।

Supreme Court: ବାଣଫୁଟା ସମଗ୍ର ଦେଶରେ ନିଷେଧ ନୁହେଁ, ୨୪ ଘଣ୍ଟା ବାଣ ଫୁଟାଇବା ପାଇଁ ମଧ୍ୟ ଅନୁମତି ନାହିଁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.