ARTICLE AD BOX
ହରିଦ୍ୱାର: ସନାତନ ଧର୍ମର ସୁରକ୍ଷା କରିବା ସହ ଏହାର ଶୁଦ୍ଧ ସ୍ୱରୂପକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ଲକ୍ଷ୍ୟରେ ୫୨ତମ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ତିନିଦିନିଆ ସମ୍ମିଳନୀରେ ଦେଶର ପ୍ରମୁଖ ଆଧ୍ୟାତ୍ମିକ ଗୁରୁ, ଦାର୍ଶନିକ, ସଂସ୍କୃତ ବିଦ୍ୱାନ ଏବଂ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟମାନେ ଯୋଗଦେବେ। ପତଞ୍ଜଳି ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ୪ରୁ ୫ ହଜାର ସଂସ୍କୃତ ବିଦ୍ୱାନ ଓ ଶତାଧିକ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଅଂଶଗ୍ରହଣ କରିବେ।
ଏ ସମ୍ପର୍କରେ ବାବା ରାମଦେବ କହିଛନ୍ତ, ସନାତନ ଧର୍ମ ଉପରେ ହେଉଥିବା ଆକ୍ରମଣର ମୁକାବିଲା କରିବା ସହ ହିନ୍ଦୁ ଧର୍ମରେ ପ୍ରଚଳିତ ଧାରଣାଗୁଡ଼ିକର ସତ୍ୟତା ଉଜାଗର କରିବା ଏହି ସମ୍ମିଳନୀର ଅନ୍ୟତମ ଉଦ୍ଦେଶ୍ୟ। ଏଥିସହ ସନାତନ ଧର୍ମର ମୂଳ ତତ୍ତ୍ୱ ଓ ଶୁଦ୍ଧ ସ୍ୱରୂପକୁ ଲୋକଲୋଚନକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ। ଭାରତର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସନାତନ ପରମ୍ପରା ସମ୍ପର୍କରେ ଆଲୋଚନା ଏବଂ ବିଚାରବିମର୍ଶ ପାଇଁ ଏହା ଏକ ଐତିହାସିକ ମଞ୍ଚ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
ସମ୍ମିଳନୀରେ ଆଚାର୍ଯ୍ୟ ବାଳକୃଷ୍ଣ ମହାରାଜ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି, ପତଞ୍ଜଳି ବିଶ୍ୱବିଦ୍ୟାଳୟର ପ୍ରତିକୁଳପତି ଡକ୍ଟର ସାଧ୍ୱୀ ଦେବପ୍ରିୟା, ଏଆଇଓସିର ମହାସଚିବ ପ୍ରଫେସର କବିତା ହୋଲେ ଓ ଯୁଗ୍ମ ସଚିବ ପ୍ରଫେସର ଶିବାନୀ ଭି, ପ୍ରଫେସର ଅରୁଣ ରଞ୍ଜନ ମିଶ୍ର, ପ୍ରଫେସର ରମାକାନ୍ତ ପାଣ୍ଡେୟ ଓ ମୟଙ୍କ ଅଗ୍ରୱାଲଙ୍କ ସମେତ ଦେଶବିଦେଶର ବହୁ ପ୍ରତିଷ୍ଠିତ ସଂସ୍କୃତ ବିଦ୍ୱାନ ଯୋଗଦେବେ।
Jagannath: ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ 'ଜଗନ୍ନାଥ ଧାମ'

58 minutes ago
2


