ARTICLE AD BOX
ଶରୀରରେ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ୱର ଅଭାବ ଅନେକ ସମସ୍ୟା ସୃଷ୍ଟି କରେ। ଯଦି ଏହି ଅଭାବ ପୂରଣ ନ ହୁଏ, ତେବେ ଶରୀରରେ ରୋଗ ଆରମ୍ଭ ହୁଏ। ଆମ ଶରୀରରେ କେତେକ ଭିଟାମିନ୍ ଓ ଖଣିଜ ପଦାର୍ଥର ଅଭାବ ପ୍ରାରମ୍ଭିକ ଅବସ୍ଥାରେ କୌଣସି ସମସ୍ୟା ସୃଷ୍ଟି କରନ୍ତି ନାହିଁ, ହେଲେ ଏହା ଆମ ସ୍ବାସ୍ଥ୍ୟ ପାଇଁ ନିରାପଦ ନୁହେଁ। ଶରୀରରେ ଏଭଳି କିଛି ଅଭାବ ଥିଲେ, ଆପଣଙ୍କ ଚର୍ମ ବା ତ୍ବଚା ଓ ନଖ ବି ସୂଚନା ଦେଇଦିଅନ୍ତି। ଆପଣଙ୍କ ଶରୀରରେ ଭିଟାମିନ୍ ବା ଲୌହର ଅଭାବ ଥିଲେ ବା ଡିହାଇଡ୍ରେସନ୍ ସମସ୍ୟା ଥିଲେ ଆପଣ ପାପୁଲି ଓ ନଖରୁ ଏଭଳି ଆଭାସ ପାଇପାରିବେ।
Health: ସଂକ୍ରାମକ ରୋଗ ନିରାକରଣ ଓ ପରିଚାଳନା ନେଇ ବ୍ରିକ୍-ଆଇଏଲଏସ୍ର ସଚେତନତା କାର୍ଯ୍ୟକ୍ରମ
ଆଙ୍ଗୁଠି ସନ୍ଧି କଳା ପଡ଼ିବା- ଯଦି ଆପଣଙ୍କ ପାପୁଲିର ଉପର ଭାଗରେ ଥିବା ଆଙ୍ଗୁଠି ସନ୍ଧିଗୁଡ଼ିକ କଳା ଦେଖାଯାଏ କିମ୍ବା କଳାଦାଗ ଦେଖାଯାଏ, ତେବେ ଏହା ଭିଟାମିନ୍ ବି୧୨ର ଅଭାବକୁ ସୂଚିତ କରେ। ଭିଟାମିନ୍-ବି୧୨ର ଅଭାବ ଅନ୍ୟାନ୍ୟ ଲକ୍ଷଣ ବି ସୃଷ୍ଟି କରିପାରେ। ତେଣୁ ଏହି ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାନ୍ତୁ। ନଖ ଶୁଖିବା ତଥା ଭାଙ୍ଗିବା- ନଖ ଶୁଷ୍କ ଓ ମଳିନ ଦେଖାଯିବା ସହ ସହଜରେ ଭାଙ୍ଗିଗଲେ କିମ୍ବା ମଝିରେ ବିଭାଜିତ ହେଲେ ଲୋକେ ସାଧାରଣତଃ କ୍ୟାଲ୍ସିୟମ୍ ସ୍ତର ଯାଞ୍ଚ କରାନ୍ତି। ତେବେ ଏଭଳି ହେଉଥିଲେ ପ୍ରଥମେ ଆପଣଙ୍କ ଶରୀରର ଲୌହ ସ୍ତର ଯାଞ୍ଚ କରିବା ଉଚିତ। କାରଣ ଶରୀରରେ ହିମୋଗ୍ଲୋବିନ୍ ଓ ଅମ୍ଳଜାନ ସ୍ତର ହ୍ରାସ ପାଇଲେ ନଖ ଦୁର୍ବଳ ହୋଇଥାଏ।
Health expensive: ଚିକିତ୍ସାରେ ପକେଟ୍ରୁ ଖର୍ଚ୍ଚ କମୁଛି; ସରକାରୀ ଖର୍ଚ୍ଚରେ ୩ ଗୁଣା ବୃଦ୍ଧି
ହାତର ତ୍ବଚା ଢିଲା ହେବା- ଯଦି ଆପଣଙ୍କ ପାପୁଲିର ପଛପଟ ତ୍ବଚା ଢିଲା ହୋଇ ସହଜରେ ପ୍ରସାରିତ ହୁଏ, ଅଥଚ ତୁରନ୍ତ ଏହାର ମୂଳ ସ୍ଥିତିକୁ ଫେରି ନଥାଏ, ତେବେ ଏହା ଡିହାଇଡ୍ରେସନ୍ର ଲକ୍ଷଣ ହୋଇପାରେ। ଶରୀର ଡିହାଇଡ୍ରେଟେଡ୍ ହେଲେ ତ୍ବଚା ଢିଲା ହୋଇଯାଏ। ସାଧାରଣତଃ କୁହାଯାଏ ଯେ, କୋଲାଜେନ୍ ଓ ଇଲାଷ୍ଟିସିଟିର ଅଭାବ କିମ୍ବା ବୟସ ବୃଦ୍ଧି ଯୋଗୁଁ ତ୍ବଚା ଢିଲା ହୁଏ। ଶରୀର ପର୍ଯ୍ୟାପ୍ତ ପୋଷଣ ନପାଇବା ତଥା ଜଳୀୟ ଅଂଶର ଅଭାବ ମଧ୍ୟ ଢିଲା ତ୍ବଚାର କାରଣ ହୋଇପାରେ। ଆଙ୍ଗୁଠିରେ ଫୁଲା ଓ ଯନ୍ତ୍ରଣା- ଯଦି ଆପଣ ଆଙ୍ଗୁଠିରେ ଫୁଲା ଓ ସାମାନ୍ୟ ଯନ୍ତ୍ରଣା ଅନୁଭବ କରନ୍ତି, ତେବେ ଏହା ରିଉମାଟଏଡ୍ ଆର୍ଥ୍ରାଇଟିସ୍ର ଲକ୍ଷଣ ହୋଇପାରେ। ଯଦି ଆପଣଙ୍କ ଶରୀରର ଛୋଟ ଛୋଟ ସନ୍ଧିଗୁଡ଼ିକରେ ଯନ୍ତ୍ରଣା ହୁଏ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଆପଣଙ୍କ କ୍ୟାଲ୍ସିୟମ୍ ଓ ଭିଟାମିନ୍ ଗ୍ରହଣରେ ସମସ୍ୟା ରହିଛି। ହଳଦିଆ ନଖ- ଯଦି ନଖର ରଙ୍ଗ ହଳଦିଆ ଓ ମଳିଛିଆ ଦେଖାଯିବା ସହ ଭାଙ୍ଗିବା ଆରମ୍ଭ କରେ, ତେବେ ଏହା ଫଙ୍ଗାଲ୍ ସଂକ୍ରମଣର ଲକ୍ଷଣ ହୋଇଥାଏ।

2 hours ago
1


