ARTICLE AD BOX
ଶ୍ରୀନଗର: ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଲସ୍କର-ଏ-ତୋଇବା (ଏଲ୍ଇଟି)ର ଜଣେ ଶୀର୍ଷ କମାଣ୍ଡର ନିପାତ ହୋଇଛି। ନିହତ ଆତଙ୍କବାଦୀକୁ ଫୌଜୀ ମୁସା ବୋଲି ଚିହ୍ନଟ କରାଯାଇଛି। ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ଏକ ପୋଷ୍ଟ୍ କରି କହିଛି ଯେ ଏହି ଅପରେସନ୍ର ନାଁ ‘ଅପରେସନ୍ କୋରାଗ’।
ଆହୁରି ପଢନ୍ତୁ :CCQC 2026: ଓଏମ୍ସିର ଉଲ୍ଲେଖନୀୟ ସଫଳତା: ଅଂଶଗ୍ରହଣକାରୀ ୧୭ଟି ଟିମ୍କୁ ଗୋଲ୍ଡ ଆୱାର୍ଡ
ଭାରତୀୟ ସେନା, ପୁଲିସ ଓ ସିଆରପିଏଫ୍ ବଡ଼ଗାମର ୟୁସମାର୍ଗ ନିକଟ କୋରାଗରେ ଏହି ଅପରେସନ୍ ଚଳାଇଥିଲେ। ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ। ଏଥିରେ ମୁସା ନିପାତ ହୋଇଛି। ମୁସାର ପରିଚୟକୁ ନେଇ ସାମ୍ନାକୁ ଆସିଥିବା ସୂଚନା ଅନୁସାରେ, ସେ ପୂର୍ବତନ ପାକିସ୍ତାନ ସେନା କମାଣ୍ଡୋ ଥିଲା। ଏଲ୍ଇଟିରେ ଯୋଗ ଦେବା ପୂର୍ବରୁ ସେ ପାକିସ୍ତାନ ସେନାର ଏସ୍ଏସ୍ଜି (ସ୍ପେସାଲ୍ ଅପରେସନ୍ ଗ୍ରୁପ୍)ରେ କାର୍ଯ୍ୟ କରୁଥିଲା।
ଆହୁରି ପଢନ୍ତୁ :Accident: ଯୋଗ ଶିଖାଇବା ପାଇଁ ଭିଏତନାମରେ ଯାଇଥିଲେ; ଦୁର୍ଘଟଣାରେ ୨ ଭାରତୀୟଙ୍କ ମୃତ୍ୟୁ
ପାଖାପାଖି ୨୩ ବର୍ଷ ପାକିସ୍ତାନ ସେନାରେ ସେବା କରିବା ପରେ ୨୦୨୩ ମାର୍ଚ୍ଚ ୩୧ ତାରିଖରେ ୪୨ ବର୍ଷ ବୟସରେ ହାବିଲଦାର ଭାବେ ଅବସର ନେଇଥିଲା। ପାକିସ୍ତାନ ସେନାରୁ ଅବସର ନେବା ପରେ ମୁସା ଭାରତ ଆସି ଜମ୍ମୁ-କାଶ୍ମୀରରେ ଏଲ୍ଇଟିର ଆତଙ୍କୀ ନେଟୱର୍କର ଜଣେ ବରିଷ୍ଠ କମାଣ୍ଡର ହୋଇଥିଲା। ଜମ୍ମୁ-କାଶ୍ମୀରରେ ଅନେକ ଆକ୍ରମଣରେ ସେ ଜଡ଼ିତ ଥିବା ଜଣାପଡ଼ିଛି। ସେପ୍ଟେମ୍ବର ୫ ତାରିଖରେ ୟୁସମାର୍ଗ ପର୍ବତମାଳାରେ ହୋଇଥିବା ଏକ ଏନ୍କାଉଣ୍ଟରରୁ ସେ ବର୍ତ୍ତି ଯାଇଥିଲା। ତେବେ ତା’ର ଘନିଷ୍ଠ ସହଯୋଗୀ ୟାସିର ସେହି ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା।

49 minutes ago
1


