ARTICLE AD BOX
ପାକିସ୍ତାନ: ପାକିସ୍ତାନର ଖେବର ପଖତୁନଖ୍ବା ପୁଲିସ ଚେକପୋଷ୍ଟରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ, ୨ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଏହାଛଡ଼ା ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି।
ଯେଉଁ ଚେକପୋଷ୍ଟରେ ବିସ୍ଫୋରଣ ଘଟିଛି, ତାହାକୁ ପୁଲିସ ଡିଆଇ ଖାନ-କ୍ୱେଟା ମାର୍ଗରେ ସୁରକ୍ଷା ଏବଂ ଯାଞ୍ଚ ପାଇଁ ବ୍ୟବହାର କରୁଥିଲା।
ରିପୋର୍ଟ ଅନୁସାରେ, ଖେବର ପଖତୁନଖ୍ବା ଏବଂ ବାଲୁଚିସ୍ତାନ ସୀମା ନିକଟରେ ଡେରା ଇସ୍ମାଇଲ ଖାନର ଦରାଜିନ୍ଦାସ୍ଥିତ ‘ଅମନ ମେଳା’ ପୁଲିସ ଚେକପୋଷ୍ଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରିଥିଲେ। ଘଟଣା ପରେ ବିସ୍ଫୋରଣର କାରଣ ଜାଣିବା ପାଇଁ ବୋମା ନିରୋଧକ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

1 day ago
2


