Paddy Registration Deadline ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରିବାକୁ ଦାବି କଲା ବିଜେଡି

1 hour ago 1
ARTICLE AD BOX

ଭୁବନେଶ୍ୱର:  ରାଜ୍ୟରେ ଖରିଫ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ବିଳମ୍ୱ ନିମନ୍ତେ ରାଜ୍ୟସରକାରଙ୍କ ପରିଚାଳନାଗତ ଅପରାଗତା ଦାୟୀ ବୋଲି ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ (ବିଜେଡି) କହିଛି। ପଞ୍ଜୀକରଣ ସମୟସୀମା ୭ ଦିନ ପରିବର୍ତ୍ତେ ୧୦ ଦିନ ବୃଦ୍ଧି କରାଯାଉ ବୋଲି ଦାବି କରିଛି। 

Kharif Paddy Procurement ୨୦୨୬-୨୭ ଖରିଫ ଧାନ ବିକ୍ରି: ୧୫ ଦିନରେ ପଞ୍ଜୀକରଣ କଲେଣି ୫ଲକ୍ଷରୁ ଅଧିକ ଚାଷୀ

ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଉପସଭାପତି ସଞ୍ଜୟ ଦାସବର୍ମା ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରି କହିଛନ୍ତି, ରାଜ୍ୟର ୨୦ଟି ଜିଲ୍ଲା ବର୍ଷା ଓ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ନଦୀଗୁଡ଼ିକରେ ୨ରୁ ୩ଥର ବନ୍ୟା ଆସିବା ଫଳରେ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗତବର୍ଷ ୨୩ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୭ ଲକ୍ଷ ଚାଷୀ ନାମ ପଞ୍ଜୀକୃତ ହୋଇପାରିଛନ୍ତି। ଗତବର୍ଷର ହିସାବରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି। ଏଭଳି ସ୍ଥିତିରେ, ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣର ଅବଧିକୁ ସେପ୍ଟେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ସରକାର ବୃଦ୍ଧି କରନ୍ତୁ ବୋଲି ସେ କହିଛନ୍ତି। 

AgriStack for Kharif Paddy ଖରିଫ୍‌ ପାଇଁ ଏଗ୍ରିଷ୍ଟାକ୍‌ ଜରିଆରେ ପଞ୍ଜୀକରଣ କଲେଣି ୮୫ହଜାର ଚାଷୀ

ଶ୍ରୀ ଦାସବର୍ମା ଅଭିଯୋଗ କରିଛନ୍ତି, ଭାଗଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ଆଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନାହିଁ। ସରକାର ଯେଉଁ ଆପ୍ ଦେଇଛନ୍ତି, ତାହା ଦ୍ୱାରା ଲକ୍ଷାଧିକ ଭାଗ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ି ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ବାସ୍ତବ ସମୟ ଭିତ୍ତିରେ ଜମିମାଲିକ ନିଜେ ସମବାୟ ସମିତିରେ ଉପସ୍ଥିତି ରହି ଇ-କେୱାଇସି କରିବା ପାଇଁ ସଫ୍ଟୱେୟାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଭାଗଚାଷୀ ପୋର୍ଟାଲରେ ପଞ୍ଜୀକରଣ କରି କେମିତି ଧାନ ବିକ୍ରି କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି । 

Neglect: ଧାନ ବିକ୍ରି ପୂର୍ବରୁ ଚାଷୀଙ୍କୁ ସର୍ଭର ଯନ୍ତ୍ରଣା! ପଞ୍ଜୀକରଣ ପାଇଁ ଦିନରାତି ଧାଡ଼ି

ଏହା ସହିତ ସରକାର ଆଣିଥିବା ‘କଲମ-୨'' ସଂଶୋଧନକୁ ଏକ ‘କଳା ଆଇନ’ ଆଖ୍ୟା ଦେଇ ଦାସବର୍ମା କହିଛନ୍ତି ଯେ ଏକାସମୟରେ ଏହି ସଂଶୋଧନ କରିବାକୁ ଯାଇ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ ଚକବନ୍ଦୀ କାର୍ଯ୍ୟ ଶେଷ କରାଯାଉ, ତା''ପରେ ଗ୍ରହଣଯୋଗ୍ୟ ଢଙ୍ଗରେ କଲମ-୨ ସଂଶୋଧନ କରାଯାଉ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.