ARTICLE AD BOX
ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ରବି ତେଜାଙ୍କ ସୁପରହିଟ୍ ଆକ୍ସନ୍-ଡ୍ରାମା ଫିଲ୍ମ 'ଇରୁମୁଡି' ବକ୍ସ ଅଫିସରେ ଧମାକା କରିବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମ ହଲରେ ୨୦୦ କୋଟିରୁ ଅଧିକ ବ୍ୟବସାୟ କରିବା ପରେ ଏହାର ଓଟିଟି ରିଲିଜ୍ ତାରିଖ ସ୍ପଷ୍ଟ ହୋଇସାରିଛି।
ଫିଲ୍ମ 'ଇରୁମୁଡି'ର ଓଟିଟି ରିଲିଜ୍ ନେଇ ଘୋଷଣା ପୂର୍ବରୁ ହିଁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ (Netflix) ରେ ଏହାର ନୋଟିଫିକେସନ୍ ଶୋ' ହେବା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହ ସେପ୍ଟେମ୍ବର ୧୮ ତାରିଖ (ଶୁକ୍ରବାର) ରୁ ଏହି ଫିଲ୍ମଟି ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ।
ବଜେଟ୍ ୩୫ କୋଟି, ରୋଜଗାର ୨୨୯ କୋଟିରୁ ଅଧିକ
ବକ୍ସ ଅଫିସ ରିପୋର୍ଟ ଅନୁସାରେ ଫିଲ୍ମର ନିର୍ମାଣ ବଜେଟ୍ ୩୫ କୋଟି ଟଙ୍କା ଥିବାବେଳେ ବିଶ୍ବବ୍ୟାପୀ ୨୨୯.୨୫ କୋଟିରୁ ଅଧିକ ଟଙ୍କା ଏହା ଆୟ କରିଥିଲା | ୩୫ କୋଟିର ବଜେଟ୍ ତୁଳନାରେ ୨୨୯.୨୫ କୋଟି ଟଙ୍କା ଆଦାୟ କରି ଏହି ଫିଲ୍ମଟି ବକ୍ସ ଅଫିସରେ ୫୫୫ ପ୍ରତିଶତ ଲାଭ କମାଇଛି। ଏହା ରବି ତେଜାଙ୍କ କ୍ୟାରିୟରର ସବୁଠାରୁ ଅଧିକ ଲାଭଦାୟକ ଫିଲ୍ମ ଭାବେ ସାବ୍ୟସ୍ତ ହୋଇଛି।
ଆହୁରି ପଢନ୍ତୁ: AAP GFP alliance: 'ଗୋଆ ଫାର୍ଷ୍ଟ' ମେଣ୍ଟର ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
ଗତ ଅଗଷ୍ଟ ୨୧ ରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା 'ଇରୁମୁଡି' ହେଉଛି ଏକ ଆକ୍ସନ୍ ଡ୍ରାମା ଫିଲ୍ମ, ଯେଉଁଥିରେ ପୌରାଣିକ ଛାପ ସହ ବାପା-ଝିଅଙ୍କ ମଧ୍ୟରେ ଥିବା ସମ୍ପର୍କର ଏକ ଭାବପୂର୍ଣ୍ଣ କାହାଣୀ ଦର୍ଶାଯାଇଛି। ଏଥିରେ ରବି ତେଜା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରିୟା ଭବାନୀ ଶଙ୍କର ନାୟିକା ଭୂମିକାରେ ନଜର ଆସିଛନ୍ତି।

2 weeks ago
12

