Orangutans health update: ୫ ଓରାଂଉଟାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

1 week ago 6
ARTICLE AD BOX

ବାରଙ୍ଗ (ରୁଦ୍ର ନାରାୟଣ ଷଡ଼ଙ୍ଗୀ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରର ଶିଶୁ ପ୍ରାଣୀ ସଂଗରୋଧ କକ୍ଷରେ ଚିକିତ୍ସାଧିନ ଥିବା ସମସ୍ତ ୫ ଓରାଂଉଟାନଙ୍କ ଅବସ୍ଥାରେ ସୁଧାର ଆସିଛି। ଏମସ୍ ଶିଶୁ ବିଭାଗ ଡାକ୍ତର ଓ ହେଲଥ କମିଟିର ୨ ଜଣ  ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରୀକ୍ଷଣ ଠିକ୍ ଥିବା ଜାଣିବାକୁ ପାଇ ପରାମର୍ଶ ଦେଇଛନ୍ତି। ଏମସ ଶିଶୁ ବିଭାଗ ଡାକ୍ତରଙ୍କ ପରାମର୍ଶ କ୍ରମେ ଓରାଂଉଟାନ ଛୁଆମାନଙ୍କୁ କୃମି ପାଇଁ ଆଇମରବିମିକଟିନ୍‌ ଦେବାକୁ କହିଛନ୍ତି। 

ରକ୍ତ, ଅସ୍ଥି ଓ ଶରୀରର ବିକାଶ ପାଇଁ ଆଇରନ, କ୍ୟାଲସିଅମ ଓ ପ୍ରୋଟିନ୍ ଦେବାକୁ ପରାମର୍ଶ ଦେଇଛନ୍ତି। ହେଲଥ କମିଟି ସଦସ୍ୟ ଦୁଇଜଣ ଶିଶୁ ପ୍ରାଣୀ ହେଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିସାର ଖାଦ୍ୟର ଆଦଶ୍ୟ ରହିଥିବାରୁ ଦୈନଦିନ ଖାଦ୍ୟ ତାଲିଖାରେ ପରିବର୍ତ୍ତନ କରିଛନ୍ତି।  

Orangutan: ଓରାଂଉଟାନ୍‌ ଉଦ୍ଧାର ଘଟଣା: ଅଟକ ହୋଟେଲ୍‌ କର୍ମଚାରୀଙ୍କ ହେବ ମିଛଧରା ପରୀକ୍ଷା

ପରାମର୍ଶକ୍ରମେ ଓରାଂଉଟାନମାନଙ୍କୁ ଦିଆଯାଉଥିବା ନାନୋଲାକରେ ଏବେ ଗାଜର, ବିନ୍ ଓ ସ୍ବିଟପଟାଟୋକୁ ସିଝାଇ ଗ୍ରାଇଣ୍ଡିଂ କରି ମିଶ୍ରଣ କରି ଦିଆଯାଉଛି। ଡାକ୍ତରଙ୍କ ଉପସ୍ଥିତିରେ ସମସ୍ତ ଖାଦ୍ୟ ଓ ଔଷଧ ଦେଇ ଯାଉଥିବା ବେଳେ ସେ ସବୁକୁ ରେକଡ଼ କରାଯାଉ ଥିବା ନନ୍ଦନକାନନ ତରଫରୁ ସୂଚନା ଦିଆଯାଇଛି। ସେହିଭଳି ଓରାଂଉଟାନ ଛୁଆମାନଙ୍କର ଶରୀର ଓଜନ ଓ ତାପମାତ୍ରାରେ ପରିବର୍ତ୍ତନ ଅସିଥିବା ରିପୋଟେ ଉଲ୍ଲେଖ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.