ARTICLE AD BOX
କେତେକ ମୁଖ୍ୟାଂଶ
- ରାଜ୍ୟରେ ୮ ନଭେମ୍ବର ୨୦୨୬ ସୁଦ୍ଧା
- ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୯ ଲକ୍ଷ ୧୨ ହଜାର ୬୨୩
- ଯୁବ ଭୋଟରଙ୍କ ସଂଖ୍ୟା ୩,୮୬,୧୮୫
- ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪,୫୨,୦୭୩
- -----------
- ୩୦ ନଭେମ୍ବର ୨୦୨୬ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ
- ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ସଂଶୋଧନ ଓ ଆପତ୍ତି ଦାଖଲ
- ୧୬ ଜାନୁଆରି ୨୦୨୭ ସୁଦ୍ଧା ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା
- ୨୧ ଜାନୁଆରି ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
- ରାଜ୍ୟନୈତିକ ଦଳର ଆପତ୍ତି ନିମନ୍ତେ ୭ ଦିନର ସମୟ
- --------------
- ଆଧାର ନମ୍ବନର ଦାଖଲ ନକରି ମଧ୍ୟ କରିପାରିବେ ଆବେଦନ
- ଆବେଦନକାରୀମାନେ ଉଭୟ ଅଫ୍ଲାଇନ୍ ଓ ଅନଲାଇନ୍ରେ ଆବେଦନ କରିପାରିବେ
- ସ୍ଥାପିତ ହେବ ଜିଲ୍ଲାସ୍ତରୀୟ ଓ ନିର୍ବାଚନମଣ୍ଡଳୀସ୍ତରୀୟ ଭୋଟର ସହାୟତା କେନ୍ଦ୍ର
ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ୨୦୨୭ ମସିହା ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସଏସଆର) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ୧ ଜାନୁଆରି ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।
ଏନେଇ ଆଜି (ମଙ୍ଗଳବାର) ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ୨୦୨୭ ମସିହା ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ, ଏହାର କାର୍ଯ୍ୟପନ୍ଥା, ନିର୍ଦ୍ଧାରିତ ସମୟସୀମା ଏବଂ ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା।
Voter List: ରାଜସ୍ଥାନ ନିର୍ବାଚନରେ ଭୋଟର ତାଲିକା ବିବାଦ: ତାଲିକାରେ ୩୦ ଲକ୍ଷରୁ ଅଧିକ ଭୋଟରଙ୍କ ପାର୍ଥକ୍ୟ
ବୈଠକରୁ ମିଳିଥିବା ତଥ୍ୟାନୁସାରେ, ୮ ନଭେମ୍ବର ୨୦୨୬ ସୁଦ୍ଧା ଓଡ଼ିଶାରେ ମୋଟ ଭୋଟରଙ୍କ ସଂଖ୍ୟା ୩,୧୯,୧୨,୬୨୩ ରହିଛି। ସେଥିମଧ୍ୟରୁ ପୁରୁଷ ଭୋଟର ୧,୬୨,୫୧,୪୪୩ ଏବଂ ମହିଳା ଭୋଟର ୧,୫୬,୫୮,୪୦୫ ଅଛନ୍ତି। ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨,୭୭୫ ରହିଛି। ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ୩,୮୬,୧୮୫ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪,୫୨,୦୭୩ ରହିଛି।
VoterList: ପଶ୍ଚିମବଙ୍ଗ ବୁଥ୍ରୁ ୩୪୦ ମୁସଲିମ ଭୋଟର ହଟିଲେ, ତାଲିକାରେ ବିଏଲ୍ଓ ବି ସାମିଲ
ଏହି ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଂଗତ ପୁନର୍ଗଠନ ଓ ପୁନର୍ବିନ୍ୟାସ କାର୍ଯ୍ୟ ୨୦ ନଭେମ୍ବର ୨୦୨୬ ସୁଦ୍ଧା ଶେଷ ହେବ। ୩୦ ନଭେମ୍ବର ୨୦୨୬ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୩୦ ନଭେମ୍ବରରୁ ୩୦ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଭୋଟରମାନେ ନାମ ଯୋଡ଼ିବା, ବାଦ୍ ଦେବା ଓ ସଂଶୋଧନ ସମ୍ପର୍କିତ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ୧୬ ଜାନୁଆରି ୨୦୨୭ ସୁଦ୍ଧା କରାଯିବ। ଶେଷରେ ୨୧ ଜାନୁଆରି ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
SSR Voter List: ୧୭ ରାଜ୍ୟରେ ସ୍ୱତନ୍ତ୍ର ସାରାଂଶ ସଂଶୋଧନ କରିବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ
ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ଏବଂ ଅନ୍ୟାନ୍ୟ ସଂଶୋଧନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ଫର୍ମର ବ୍ୟବସ୍ଥା କରାଯାଇଛି। ଫର୍ମ-୬ ମାଧ୍ୟମରେ ଆବେଦନ କରି ଯୋଗ୍ୟ ଭୋଟର ମାନେ ନିଜର ନାମ ଭୋଟର ତାଲିକାରେ ସାମିଲ କରିପାରିବେ। ଫର୍ମ-୬ଏ ରେ ବିଦେଶରେ ରହୁଥିବା ଭାରତୀୟ ଭୋଟରଙ୍କ ନାମ ପଞ୍ଜୀକରଣ କରାଯାଇପାରିବ।
/filters:format(webp)/sambad/media/media_files/2026/11/10/voter-list-correction-2026-11-10-18-53-44.jpeg)
ସେହିପରି ଫର୍ମ-୭ ମାଧ୍ୟମରେ ଭୋଟର ତାଲିକାରେ ପ୍ରସ୍ତାବିତ ନାମ ଅନ୍ତର୍ଭୁକ୍ତି କିମ୍ବା ନାମ ବାଦ୍ ଦେବା ବିରୋଧରେ ଆପତ୍ତି ଦାଖଲ କରାଯାଇପାରିବ ଏବଂ ଫର୍ମ-୮ ମାଧ୍ୟମରେ ବାସସ୍ଥାନ ପରିବର୍ତ୍ତନ, ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ନୂତନ ଭୋଟର ପରିଚୟପତ୍ର (EPIC) ପାଇବା ଏବଂ ଦିବ୍ୟାଙ୍ଗ ଭୋଟର ଭାବେ ଚିହ୍ନିତ କରିପାରିବେ।
Voter List: ଏହା କନିଷ୍ଠ କର୍ମଚାରୀଙ୍କ ତ୍ରୁଟି ନୁହେଁ, ରାଜନୈତିକ ପ୍ରତିଶୋଧ: ରାଘବ ଚଢା
ଆବେଦନକାରୀମାନେ ଅନଲାଇନ୍ରେ ଭୋଟର ସର୍ଭିସ ପୋର୍ଟାଲ (https://voters.eci.gov.in) ମାଧ୍ୟମରେ ଆବେଦନ କରିପାରିବେ। ଏହା ବ୍ୟତୀତ ସମ୍ପୃକ୍ତ ମତଦାନ କେନ୍ଦ୍ରର ବୁଥ୍ ସ୍ତରୀୟ ଅଧିକାରୀ ଙ୍କ ନିକଟରେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ ଦାଖଲ କରିପାରିବେ।
ଏଥିସହିତ ୧ ଏପ୍ରିଲ୍ ୨୦୨୭, ୧ ଜୁନ୍ ୨୦୨୭ ଏବଂ ୧ ଅକ୍ଟୋବର.୨୦୨୭ ତାରିଖକୁ ପରବର୍ତ୍ତୀ ଯୋଗ୍ୟତା ତାରିଖ ପାଇଁ ମଧ୍ୟ ଆଗୁଆ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନଗୁଡ଼ିକ ସମ୍ପୃକ୍ତ ତ୍ରୈମାସିକରେ ପ୍ରକ୍ରିୟାକରଣ କରାଯିବ।
Odisha Voter List Revision 2026 ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬: ଅଗଷ୍ଟ ୧୯ ଯାଏଁ ହୋଇପାରିବ ଆବେଦନ
ବୁଥସ୍ତରୀୟ ଏଜେଣ୍ଟ ମାନେ ଦୈନିକ ସର୍ବାଧିକ ୧୦ଟି ଏବଂ ଦାବି ଓ ଆପତ୍ତି ଅବଧିରେ ସମୁଦାୟ ୩୦ଟି ଫର୍ମ-୬, ୭ ଓ ୮ ସଂଗ୍ରହ କରି ଦାଖଲ କରିପାରିବେ। ଯଦି କୌଣସି ବିଏଲଏ ସମୁଦାୟ ୩୦ରୁ ଅଧିକ ଆବେଦନ ଦାଖଲ କରନ୍ତି, ତେବେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ /ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ପକ୍ଷରୁ ସେଗୁଡ଼ିକର ପୁନଃଯାଞ୍ଚ କରାଯିବ। ଆବେଦନରେ ଦିଆଯାଇଥିବା ତଥ୍ୟଗୁଡ଼ିକୁ ନିଜେ ଯାଞ୍ଚ କରିଥିବା ନେଇ ବିଏଲଏ ମାନେ ଘୋଷଣାନାମା ଦାଖଲ କରିବେ।
SSR: ଏସ୍ଏସ୍ଆର୍ ପରେ ରାଜନୈତିକ ଦଳମାନଙ୍କୁ ଭୋଟର ତାଲିକାର ସଫ୍ଟ କପି ଦେବାକୁ ଇସିଙ୍କ ପ୍ରତିଶ୍ରୁତି
ଏଥିସହିତ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ସମ୍ପର୍କରେ ପ୍ରସ୍ତାବ ଚୂଡ଼ାନ୍ତ ହେବା ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ପରାମର୍ଶ ଓ ପ୍ରସ୍ତାବ ଦାଖଲ କରିବାକୁ ଅନୁରୋଧ କରାଯାଇଛି।
ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ଦାବି ଓ ଆପତ୍ତିର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବସାଇଟ୍ରେ ପ୍ରକାଶ କରାଯିବ। ଏହି ତାଲିକା ପ୍ରକାଶ ଏବଂ ରାଜନୈତିକ ଦଳମାନଙ୍କୁ ଯୋଗାଇ ଦିଆଯିବା ପରେ ଦାବି ଓ ଆପତ୍ତିର ଫଇସଲା ପୂର୍ବରୁ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁପାଳନ ସହ ଅତି କମ୍ରେ ୭ ଦିନର ସ୍ପଷ୍ଟ ସମୟ ଦିଆଯିବ।
ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ଥର ପଞ୍ଜୀକୃତ ହୋଇଥିବା ଭୋଟରଙ୍କ ନାମ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଯୁକ୍ତ ଯାଞ୍ଚ ପରେ ହିଁ ବାଦ୍ ଦିଆଯିବ।
House-to-house survey: ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ
ଭୋଟର ତାଲିକାରେ ନାମ ସାମିଲ କିମ୍ବା ବଜାୟ ରଖିବା ପାଇଁ ଆଧାର ନମ୍ବର ପ୍ରଦାନ ସ୍ୱେଚ୍ଛାକୃତ। କେବଳ ଆଧାର ନମ୍ବର ଦାଖଲ ନ କରିବା କାରଣରୁ କୌଣସି ଆବେଦନକୁ ଖାରଜ କରାଯିବ ନାହିଁ କିମ୍ବା ଭୋଟର ତାଲିକାରୁ କୌଣସି ନାମ ବାଦ୍ ଦିଆଯିବ ନାହିଁ।
ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଙ୍କ ନିଷ୍ପତ୍ତି ବିରୋଧରେ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୪(କ) ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ପ୍ରଥମ ଅପିଲ୍ ଏବଂ ଧାରା ୨୪(ଖ) ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିବାର ବ୍ୟବସ୍ଥା ରହିଛି।
ଏଥିସହିତ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ପ୍ରସ୍ତୁତ ଚିଠା ଓ ଚୂଡ଼ାନ୍ତ ଭୋଟର ତାଲିକାର ଗୋଟିଏ ମୁଦ୍ରିତ ନକଲ ଏବଂ ଗୋଟିଏ ସଫ୍ଟ କପି ପ୍ରତ୍ୟେକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ମାଗଣାରେ ଯୋଗାଇ ଦିଆଯିବ।
2.13 lakh missing voters: ୨.୧୩ ଲକ୍ଷ ନିଖୋଜ ଭୋଟରଙ୍କୁ ଖୋଜିବେ: କାହିଁକି ଭୋଟର ତାଲିକାରେ ସାମିଲ ହେଲେନି ରିପୋର୍ଟ ଦେବେ
ଏହି ବୈଠକରେ ବିଭିନ୍ନ ରାଜନୈତିକ ପ୍ରତିନିଧିମାନଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର,ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ କୁମାର ଲୁଗୁନ ,ଯୁଗ୍ମ ସିଇଓ ଗୋପୀନାଥ କୁଅଁର ଡେ଼ପୁଟି ସିଇଓ ଡ଼.ଲକ୍ଷ୍ମୀପ୍ରସାଦ ସାହୁ, ଡେ଼ପୁଟି ସିଇଓ ଅନାମିକା ସିଂ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ର ଅନ୍ୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

2 days ago
2


