Odisha Vigilance: ବାଲେଶ୍ୱରର ୩ ପଞ୍ଚାୟତ ଅଧିକାରୀ ଗିରଫ, ୧୬.୭୬ ଲକ୍ଷ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ହଡ଼ପ ଅଭିଯୋଗ

20 minutes ago 1
ARTICLE AD BOX

ଭୁବନେଶ୍ବର: ସାମାଜିକ ସୁରକ୍ଷା ଯୋଜନାରେ ଦୁର୍ନୀତିବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି ଓଡ଼ିଶା ଭିଜିଲାନ୍ସ। ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ୩ ଜଣ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥକୁ ଜାଲିଆତି କରି ଅନ୍ୟତ୍ର ବ୍ୟବହାର ଓ ହଡ଼ପ କରିବା ଅଭିଯୋଗରେ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ—
୧. ସୁବ୍ରତ କୁମାର ପତି, ପୂର୍ବତନ ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର (PEO), କଖରା ଗ୍ରାମ ପଞ୍ଚାୟତ। ବର୍ତ୍ତମାନ କୁସୁଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଥିଲେ।
୨. ଚିତ୍ତରଞ୍ଜନ ବାଗସିଂ, ପୂର୍ବତନ ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର (PEO), କୁମ୍ଭାରମୁଳି ଗ୍ରାମ ପଞ୍ଚାୟତ। ବର୍ତ୍ତମାନ ଖଇରା ବ୍ଲକରେ କାର୍ଯ୍ୟରତ ଥିଲେ।
୩. ଗୌତମ ଦଳାଇ, ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର, ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତ, ଭୋଗରାଇ ବ୍ଲକ।

ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୨୨/୨୦୨୬ରେ PC (Amendment) Act, 2018ର ଧାରା ୧୩(୨) ସହିତ ଧାରା ୧୩(୧)(a) ଏବଂ IPCର ଧାରା ୪୦୯ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଭିଜିଲାନ୍ସର ଗଭୀର ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୨ରୁ ୨୦୨୫ ମଧ୍ୟରେ ନିଜ ନିଜ କାର୍ଯ୍ୟକାଳ ସମୟରେ ଅଭିଯୁକ୍ତ ଅଧିକାରୀମାନେ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ପ୍ରତିମାସ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ପାଇଁ ଭୋଗରାଇ ବ୍ଲକ ଉନ୍ନୟନ କାର୍ଯ୍ୟାଳୟରୁ ନିୟମିତ ଭାବେ ଅଗ୍ରିମ ଟଙ୍କା ଉଠାଉଥିଲେ।

ତେବେ ଭତ୍ତା ବଣ୍ଟନ ପରେ ବଳକା ରହିଯାଉଥିବା ଅବ୍ୟବହୃତ ଟଙ୍କାକୁ ସରକାରୀ ହିସାବରେ ଜମା କରିବା କିମ୍ବା ଏହାର ହିସାବ ଦେବା ପରିବର୍ତ୍ତେ, ତିନିଜଣ ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ମୋଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ନିଜର ବ୍ୟକ୍ତିଗତ ଲାଭ ପାଇଁ ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି।

ମାମଲାର ତଦନ୍ତ ଜାରି 

ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସଜଜ୍‌ଙ୍କ ଅଦାଲତରେ ହାଜର କରାଯାଉଛି।ମାମଲାର ତଦନ୍ତ ଜାରି ରହିଛି।

Bank Robbery: କିରେଇ ବ୍ୟାଙ୍କ ଡକାୟତି ମାମଲାର ରୋଚକ ଚିତ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.