Odisha Teachers’ Issues ସରକାରଙ୍କୁ ମିଳିଲା ଶିକ୍ଷକଙ୍କ ସମସ୍ୟାର ରିପୋର୍ଟ

1 week ago 6
ARTICLE AD BOX

କମିଟିର ସୁପାରିଶ ଉପରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ନିଜର ରିପୋର୍ଟ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଦାନ କରିଛନ୍ତି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ୨୦୨୫ ଡିସେମ୍ବର ୬ ତାରିଖରେ ଗଠିତ ହୋଇଥିଲା ଏବଂ  ୨୦୨୬ ଫେବୃଆରି ୩ ତାରିଖରେ ପୁର୍ନଗଠିତ ହୋଇଥିଲା । ଆଜି ଏହି କମିଟି ତା’ର ରିପୋର୍ଟ ପ୍ରଦାନ କରିଛି । ଏହି ସୁପାରିଶ ଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଜୁନାଗଡ଼ ବ୍ଲକ୍‌ରେ ଶିକ୍ଷକ ସମସ୍ୟା : ସହରରେ ଅଧିକ, ଗାଁରେ ଅଭାବ

 ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକମାନଙ୍କର ୧୦୪ଟି ସଂଘ କମିଟିକୁ ଭେଟିଛନ୍ତି । କମିଟି ଏହି ଦାବି ସମ୍ପର୍କରେ ୯୦ଟି ବୈଠକ ଅନୁଷ୍ଠିତ କରିଛନ୍ତି ଏବଂ ସରକାରଙ୍କୁ ୭୯ଟି ରିପୋର୍ଟ ପ୍ରଦାନ କରିଛନ୍ତି। ବୈଠକରେ ବିଭିନ୍ନ ସୁପାରିଶ ସମ୍ପର୍କରେ କମିଟିର ଅଧ୍ୟକ୍ଷ  ଅଶୋକ ତ୍ରିପାଠୀ ଏବଂ ସହ ଅଧ୍ୟକ୍ଷ ସୁଦର୍ଶନ ନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ । 

Supreme Court: ଶିକ୍ଷକ ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ: ଆର୍‌ଟିଇ, ଏନ୍‌ସିଟିଇ, ୟୁଜିସି ଯୋଗ୍ୟତା ବିନା ନିଯୁକ୍ତି ହେବନାହିଁ

ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସଚିବମାନେ ଉପସ୍ଥିତ ଥିଲେ । କମିଟିର ଅନ୍ୟ ସଦସ୍ୟ ଶାନ୍ତନୁ କୁମାର ସାହୁ, ମନୋରଞ୍ଜନ ମିଶ୍ର ଏବଂ ସଂଯୋଜକ ସଦସ୍ୟ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.