ARTICLE AD BOX
ଭୁବନେଶ୍ବର: ଗତ ଅକ୍ଟୋବର ୭ ତାରିଖରେ ନରେନ୍ଦ୍ର ମୋଦୀ ଶାସନ ମୁଖ୍ୟ ଭାବେ ଦେଶର ଜନସାଧାରଣଙ୍କ ସେବାରେ ୨୫ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଗଣତାନ୍ତ୍ରିକ ଓ ପ୍ରଶାସନିକ ଇତିହାସରେ ମୋଦୀଜୀଙ୍କ ଭଳି ନିରନ୍ତର ସେବା, ସମର୍ପଣ, ସଂକଳ୍ପର ଉଦାହରଣ ବିରଳ ଏବଂ ଅନନ୍ୟ। ତାଙ୍କର ଅସାମାନ୍ୟ ନେତୃତ୍ୱ ଓ ସେବା ମନୋଭାବ ପ୍ରତି ଦେଶର ଜନସାଧାରଣଙ୍କ ଅତୁଟ ସମର୍ଥନ ରହିଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ୧୨ ବର୍ଷର ସମୟ ହେଉଛି ଦେଶର କାୟାକଳ୍ପର ସମୟ। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ କରିବା ପାଇଁ ମୋଦୀଜୀ ଚାରିଟି ପ୍ରମୁଖ ବର୍ଗକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଗୁରୁତ୍ବାରୋପ କରିଛନ୍ତି। ଏହି ଚାରିଟି ବର୍ଗ ହେଉଛି ମହିଳା, କୃଷକ, ଗରିବ ଓ ଯୁବବର୍ଗ। ଏହି ଚାରି ବର୍ଗର ସଶକ୍ତୀକରଣ ଦ୍ୱାରା ସମଗ୍ର ଦେଶ ସଶକ୍ତ ହେଉଛି। ଅସାଧାରଣ ଚ୍ୟାଲେଞ୍ଜକୁ ସିଧାସଳଖ ଭାବେ ଗ୍ରହଣ କରିବାର ସାହସ ମୋଦୀଜୀଙ୍କ ନେତୃତ୍ୱରେ ପରିଲକ୍ଷିତ ହୁଏ।
SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ଭାବେ ମୋଦୀଜୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଓଡ଼ିଶାର ବିକାଶମୂଳକ ପଦକ୍ଷେପଗୁଡ଼ିକୁ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ମିଳିଛି। ଓଡ଼ିଶାରେ ଆମ ସରକାର ଗଠନ ହେବା ପରଠାରୁ ପ୍ରଧାନମନ୍ତ୍ରୀ ୮ ଥର ଓଡ଼ିଶା ଆସି ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଓ ପରାମର୍ଶ ମଧ୍ୟ ଦେଇଛନ୍ତି। ଓଡ଼ିଶାର ଭିତ୍ତିଭୂମି ବିକାଶ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ, ଟେକ୍ନୋଲୋଜି ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାର କେନ୍ଦ୍ରରେ ଓଡ଼ିଶା ହିଁ ରହିଛି। ୨୦୧୪ ମସିହାଠାରୁ ଓଡ଼ିଶାରେ ୨,୨୩୬ କିଲୋମିଟର ନୂତନ ରେଳପଥ ନିର୍ମାଣ କରାଯାଇଛି ଏବଂ ରାଜ୍ୟରେ ଶତପ୍ରତିଶତ ରେଳ ବିଦ୍ୟୁତ୍କରଣ ହାସଲ ହୋଇଛି। ୩୦ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ହେବା ଉପରେ। ୬ଟି ବନ୍ଦେ ଭାରତ ଟ୍ରେନ୍ ଓଡ଼ିଶାର ୨୫ଟି ଷ୍ଟପେଜ୍ ଦେଇ ୧୭ଟି ଜିଲ୍ଲାକୁ ସଂଯୋଗ କରୁଛି।
ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟ୍ରେ ସଂକଳ୍ପ ପାରିତ
Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ
ଏହା ବ୍ୟତୀତ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୯ଟି ଷ୍ଟେସନର ପୁନର୍ବିକାଶ କରାଯାଉଛି। ରାଜ୍ୟର ସଡ଼କ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇ ୧୧୧ କିଲୋମିଟର ଦୀର୍ଘ ୬-ଲେନ୍ ବିଶିଷ୍ଟ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ପାଇଁ ୮,୩୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶାର ସଡ଼କପଥ, ରେଳପଥ, ଆକାଶପଥ ଓ ଜଳପଥ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୋଦୀ ସରକାରଙ୍କ ସମୟରେ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ସ୍ୱାଧୀନ ଭାରତ ଇତିହାସରେ କେବେ ବି ଦେଖିବାକୁ ମିଳି ନଥିଲା। ଏହା ସହିତ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଆଧୁନିକୀକରଣ ସହିତ ରାଉରକେଲା ବିମାନବନ୍ଦରର ମଧ୍ୟ ସଂପ୍ରସାରଣ କରାଯାଉଛି। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଗ୍ରିନ୍ ଡାଟା ସେଣ୍ଟର ପ୍ରତିଷ୍ଠା ସହିତ ସାଇବର ସୁରକ୍ଷା ସୁବିଧା ପ୍ରଦାନ କରାଯାଉଛି। ଇନ୍ଫୋଭ୍ୟାଲିରେ ଇଲୋକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର୍ ପ୍ରତିଷ୍ଠା ଦ୍ୱାରା ରାଜ୍ୟକୁ ଇଲୋକ୍ଟ୍ରୋନିକ୍ସ କ୍ଷେତ୍ରରେ ବିପୁଳ ନିବେଶ ଆସୁଛି ଏବଂ ସେମିକଣ୍ଡକ୍ଟର ନିର୍ମାଣରେ ମଧ୍ୟ ଓଡ଼ିଶା ଏକ ଆଗୁଆ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଦୃଷ୍ଟି ରହିଛି। ଯେହେତୁ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରୁଛି, ତେଣୁ ନିତି ଆୟୋଗଙ୍କୁ ମୁଁ ବିକଶିତ ଭାରତର ଲକ୍ଷ୍ୟ ସହିତ ତାଳ ଦେଇ ଓଡ଼ିଶା ପାଇଁ ଦୁଇଟି ଭିଜନ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲି। ନିତି ଆୟୋଗ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେଣୁ ଓଡ଼ିଶା ପାଇଁ ପ୍ରସ୍ତୁତ ହେଲା ଭିଜନ୍ ୨୦୩୬ ଓ ୨୦୪୭। ଓଡ଼ିଶାର ଏହି ଭିଜନ୍କୁ ସାକାର କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

1 hour ago
1


