Odisha High Court: ବୌଦ୍ଧସ୍ଥଳ ''ହୀରକ ତ୍ରିଭୁଜ''ର ସଂରକ୍ଷଣ ଓ ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା

2 hours ago 2
ARTICLE AD BOX

କଟକ: ବୌଦ୍ଧ କୀର୍ତ୍ତିରାଜି ଭାବରେ ପରିଚିତ ''ହୀରକ ତ୍ରିଭୁଜ'' ବୌଦ୍ଧ ପର୍ଯ୍ୟଟନ ସର୍କିଟର ଉଦୟଗିରି-ଲଳିତଗିରି-ରତ୍ନଗିରି, ଲାଙ୍ଗୁଡିର ସୁରକ୍ଷା ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏ ସବୁ ସ୍ଥାନରେ ବେଆଇନ ଜବରଦଖଲ ସହିତ ଅନଧିକୃତ ନିର୍ମାଣ, ଖନନ କାର୍ଯ୍ୟ ଉପରେ ଅଙ୍କୁଶ ସହିତ ଏହି ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ ନେଇ ସଂସ୍କୃତି ତଥା ବୌଦ୍ଧଗବେଷକ ପ୍ରକାଶ ଚନ୍ଦ୍ର ନାୟକ ଦାୟର କରିଥିବା ମାମଲାର ସେପ୍ଟେମ୍ବର ୧୦ରେ ହାଇକୋର୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ବାଲିଚନ୍ଦ୍ରପୁର ଥାନାରେ ଦୁଇଥର ଲିଖିତ ଅଭିଯୋଗ କରିଥିଲେ

ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଏହି ବୌଦ୍ଧସ୍ଥଳଗୁଡିକ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ କୀର୍ତ୍ତିସ୍ଥଳଭାବରେ ପ୍ରାରମ୍ଭିକ ଅସ୍ଥାୟୀ ତାଲିକାରେ ଅନ୍ତର୍ଭୁକ୍ତ ହେବା ଫଳରେ ଏସବୁ ପୀଠର ଗୁରୁତ୍ୱ ବହୁତ ବଢିଯାଇଛି। ପୂର୍ବରୁ ଓଡ଼ିଶାର ଏକ ମାତ୍ର କୋଣାର୍କସୂର୍ଯ୍ୟ ମନ୍ଦିର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି। ହୀରକ ତ୍ରିଭୁଜ ବୌଦ୍ଧ ସର୍କିଟ ଓ ସଂଲଗ୍ନ ପାରିପାର୍ଶ୍ୱିକ ଅଞ୍ଚଳର ଦାୟିତ୍ବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଛନ୍ତି। କିନ୍ତୁ ଉପଯୁକ୍ତ ପଦକ୍ଷେପ ନିଆ ଯାଉ ନଥିବାରୁ କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏହି ସବୁ ସଂରକ୍ଷିତ ସ୍ଥଳରେ ବେଆଇନ ଖନନ, ଜବରଦଖଲ ଓ ନିର୍ମାଣ କାର୍ଯ୍ୟ କରୁଛନ୍ତି। ବିଶ୍ଵପ୍ରସିଦ୍ଧ ଉଦୟଗିରି ବୌଦ୍ଧ ମହାବିହାର ସଂଲଗ୍ନ ଗୋଚର ଜମିରେ ଅନଧିକୃତ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ବେଆଇନ କାର୍ଯ୍ୟ ରୋକିବାକୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ପ୍ରଥମେ କାର୍ଯ୍ୟ ବନ୍ଦ ଓ ପରେ ଫୌଜଦାରୀ ମାମଲା ପାଇଁ ବାଲିଚନ୍ଦ୍ରପୁର ଥାନାରେ ଦୁଇଥର ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଏଭଳି ଘଟଣା ଉଦୟଗିରି ସହିତ ରତ୍ନଗିରି, ଲଳିତଗିରି, ଶୁଖୁଆପଡା, ଲାଙ୍ଗୁଡ଼ି, ତରାପୁର, ବଜ୍ରଗିରି, କୋଲଣଗିରି ଇତ୍ୟାଦି ଐତିହ୍ୟ ସମ୍ପର୍ଣ୍ଣ ସ୍ଥାନରେ ଦେଖିବାକୁ ମିଳୁଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଯାଜପୁର ଜିଲ୍ଲାପାଳ, ଏସପି, ଦର୍ପଣ ତହସିଲଦାର, ବାଲିଚନ୍ଦ୍ରପୁର ଥାନା ଆଇଆଇସି, କଟକ ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରଦୀପ୍ତ କିଶୋର ଭୂୟାଁ ମାମଲା ପରିଚାଳନା କରୁଛନ୍ତି।

Accident:କେରଳର ତ୍ରିଶୁରରେ ପାର୍କିଂ ଗାଡ଼ିକୁ କାର ଧକ୍କା ଦେବାରୁ ୮ ଜଣଙ୍କର ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.