Odisha Governor Advises ୨୦୨୩ ବ୍ୟାଚ୍‌ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, ଜନକଲ୍ୟାଣ ଯୋଜନାକୁ ଭଲଭାବେ ଜାଣନ୍ତୁ

1 hour ago 1
ARTICLE AD BOX

ଭୁବନେଶ୍ୱର:  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଭଲଭାବେ ଜାଣନ୍ତୁ। ଏହାଦ୍ବାରା ସାଧାରଣ ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ସୁଗମ ହେବ ବୋଲି ୨୦୨୩ ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା ବେଳେ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ପରାମର୍ଶ ଦେଇଛନ୍ତି। 

Governor to OAS1

ମଙ୍ଗଳବାର ଲୋକଭବନ ଭୁବନେଶ୍ୱରସ୍ଥିତ ଅଭିଷେକ ହଲ୍‌ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି, ଅଧିକାରୀମାନେ ତୃଣମୂଳସ୍ତରର ବାସ୍ତବତା ବିଷୟରେ ସ୍ପଷ୍ଟ ଧାରଣା ରଖିବା ଉଚିତ। କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ସଠିକ ରୂପାୟନ ଓ ଏଥିରେ ଯୋଗ୍ୟ ହିତାଧିକାରୀଙ୍କ ସମ୍ପୃକ୍ତିକୁ ସୁନିଶ୍ଚିତ କରିବା ପାଇଁ ଏହି ଜ୍ଞାନ ଅତ୍ୟନ୍ତ ଜରୁରୀ। ଏଥି ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ନିଜକୁ ପଞ୍ଜିକୃତ କରାଇବା ସହିତ ଏହି ଯୋଜନାଗୁଡ଼ିକର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

Governor of Odisha ନିଜ ବିଦ୍ୟାଳୟକୁ ନିଜେ ସଫା ରଖ: ରାଜ୍ୟପାଳ

ସମ୍ପ୍ରତି ବିଶ୍ୱ ଅର୍ଥନୈତିକ ପ୍ରତିବନ୍ଧକଗୁଡ଼ିକ ଉପରେ ଉଲ୍ଲେଖ କରି ରାଜ୍ୟପାଳ ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ଦେଶର ଅଶୋଧିତ ତୈଳ ଆମଦାନି କ୍ଷେତ୍ରରେ ମାତ୍ରାଧିକ ନିର୍ଭରଶୀଳତାରୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡିଥିବା ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ବ୍ୟକ୍ତିଗତ ସ୍ତରରେ ଆଚରଣ ପରିବର୍ତ୍ତନ, ବିଶେଷ କରି ପେଟ୍ରୋଲ ଏବଂ ଡିଜେଲ ଯାନ ବଦଳରେ କ୍ରମଶଃ ଇଲେକ୍ଟ୍ରିକ ଯାନ ବ୍ୟବହାରକୁ ଉତ୍ସାହିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ସ୍ୱଚ୍ଛ ଗତିଶୀଳତାକୁ ନବୀକରଣଯୋଗ୍ୟ ଶକ୍ତି ସହ ଯୋଡ଼ି ରାଜ୍ୟପାଳ ପିଏମ୍ ସୂର୍ଯ୍ୟ ଘର ଯୋଜନାର ଗୁରୁତ୍ୱ ଏବଂ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ସହ ଇଭି ଚାର୍ଜିଙ୍ଗ୍ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଲୋକ ଭବନ 'ସବୁଜ ପ୍ରମାଣପତ୍ର' (ଗ୍ରୀନ ସାର୍ଟିଫିକେସନ) ହାସଲ ଦିଗରେ ଅଗ୍ରସର ହେଉଥିବାର ପ୍ରସଙ୍ଗ ରାଜ୍ୟପାଳ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ। 

Odisha Governor at Mahendragiri ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ

ପ୍ରାରମ୍ଭରେ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନର ଉପ ମହାନିର୍ଦେଶକ ଡଃ ମୋନାଲିସା ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରଶିକ୍ଷାର୍ଥୀଙ୍କ ତାଲିମ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.