Objectionable Remarks ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଯୁବକ ଗିରଫ

1 day ago 3
ARTICLE AD BOX

ହାଟଡିହି:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି। 

ବାପାମାଆଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ରଣବୀର ଆଲ୍ଲାବାଦିଆଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌କୋର୍ଟ

ସୂଚନା ଅନୁସାରେ ସୁଶାନ୍ତ ଦାସ(୨୮) ନିଜ ଫେସ ବୁକ ଆଇଡି 'ଦାସ କୁମାର ଦାସ ସୁଶାନ୍ତ' ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଲେଖି ଭିଡିଓ ପୋଷ୍ଟ କରିଥିଲେ l ଏପରିକି ଉକ୍ତ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା l ଅପର ପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ଚକ୍ରାନ୍ତ କରି ବଦନାମ ଉଦ୍ୟମ କରାଯାଉଥିବା ନେଇ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେପି କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ କଳିଙ୍ଗା ଗ୍ରାମର କହ୍ନେଇ ଚରଣ ଦାସ ନନ୍ଦିପଦା ଥାନାରେ ଗତ ଜୁଲାଇ ୩୧ ଶୁକ୍ରବାର ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ l  

ବିଜେପିର ମହିଳା ବିରୋଧୀ ଅଶାଳୀନ ମନ୍ତବ୍ୟକୁ ନିନ୍ଦା କଲା ବିଜେଡି

ପୁଲିସ ମାମଲା ନଂ ୩୧୪/୨୦୨୬ ଏବଂ ବିଏନଏସ ୩୫୧(୨)/୨୯୬/୩୫୬(୨)/୩୫୩(୨)/୨୩୮ ସହ ଆଇଟି ଆକ୍ଟ ୬୭ରେ ପଞ୍ଜିକରଣ କରିଥିଲା l ଏଥିସହ ଅଭିଯୋଗକାରୀ କହ୍ନେଇ ଫେସବୁକ ରେ ପୋଷ୍ଟ ହୋଇଥିବା ଭିଡିଓର ରେକର୍ଡ଼ିଂ ଥାନାଧିକାରୀଙ୍କୁ ପ୍ରଦାନ କରିଥିଲେ l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଅଭିଯୁକ୍ତ ସୁଶାନ୍ତଙ୍କୁ ରବିବାର ପୂର୍ବାହ୍‌ଣରେ ଗିରଫ କରାଯାଇଛି l ଏଥିସହ ଗୋଟିଏ ମୋବାଇଲ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.