Nuapada NAC Fund Fraud ନୂଆପଡ଼ା ଏନଏସିରେ ଜାଲିଆତି:  ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ କରି ୨୧ ଲକ୍ଷ ଟଙ୍କା ଖାଇଗଲେ ସହକାରୀ ହିସାବ ରକ୍ଷକ

1 hour ago 1
ARTICLE AD BOX

ନୂଆପଡ଼ା:   ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ସହକାରୀ ହିସାବରକ୍ଷକ  ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ କରି ସରକାରୀ ତହବିଲରୁ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହା ଧରାପଡ଼ିବା ପରେ ପୁଲିସ ଉକ୍ତ କର୍ମଚାରୀଙ୍କୁ ଗିରଫ କରିଛନ୍ତି। 

3 Arrested: ଢେଙ୍କାନାଳ ବନଖଣ୍ଡରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ମାମଲା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ
ମିଲିଥିବା ସୂଚନା ଅନୁଯାୟୀ, ୮ବର୍ଷ ତଳେ ନୂଆପଡ଼ା ବସଷ୍ଟାଣ୍ଡ ନିର୍ମାଣ ଓ ମରାମତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅନୁଦାନ ଟଙ୍କା ନୂଆପଡ଼ା ଏନଏସି ଏକାଉଣ୍ଟରେ ଜମା ଥିଲା । ଅନେକ ବର୍ଷ ଧରି ଅନୁଦାନ ରାଶି ନିର୍ମାଣ ଓ ମରାମତି କାଯ୍ୟରେ ବ୍ୟବହାର ହୋଇନଥିଲା।  ଏହାର ସୁଯୋଗରେ ସହକାରୀ ହିସାବରକ୍ଷକ ଗୋପାଳ ମହାନନ୍ଦ ଏନ୍‌ଏସି ଚେକରେ ସରକାରୀ ଅନୁଦାନକୁ ଉଠାଣ ଆରମ୍ଭ କରିଥିଲେ। ଏନଏସିରୁ ମିଥ୍ୟା ଚିଠି କରି ନିଜ ନାଁରେ ସରକାରୀ ଅନୁଦାନକୁ ଟ୍ରାନ୍ସଫର କରି ଅର୍ଥ ଆତ୍ମସାତ କରିଥିଲେ। ନୂଆପଡ଼ା ଏନଏସିର ପ୍ରାୟ ୨୦ଟି ଟ୍ରାଜେକ୍ଟନରେ ୨୦ଲକ୍ଷ ୮୯ହଜାର ୭୯୯ଟଙ୍କା ହେରଫେର କରିଥିଲେ। ୧୬ଟି ଚେକରେ ଏନଏସି ଇଓଙ୍କ  ଜାଲ ଦସ୍ତଖତ ଦେଇ ଟଙ୍ଗା ଉଠାଣ କରିଥିଲେ। 

SCB: ଏସ୍‌ସିବିରେ ଟଙ୍କା ହେରଫେର ଘଟଣା: ୫ କର୍ମଚାରୀଙ୍କୁ ପଚରାଉଚରା
ଏହି ଜାଲିଆତି ଏନଏସି ଇଓ ସନ୍ଦୀପ ଚନ୍ଦ୍ରକାର ଜାଣି, ତାଙ୍କୁ ତାଗିତ କରି ଟଙ୍କା ଜମା କରିବାକୁ କହିଥିଲେ । ଫଳରେ ବିଗତ ଦିନରେ ୩ଲକ୍ଷ ୪୦ହଜାର ଟଙ୍କା ଜମା କରି ଦେଇଥିଲେ। କିନ୍ତୁ ପ୍ରାୟ ୧୭ଲକ୍ଷ ୫୦ହଜାର ଟଙ୍କା ଜମା କରିବାକୁ ବାରମ୍ବାର ତାରିଖ ଗଡ଼ାଉଥିଲେ।  ଚଳିତମାସ ୪ତାରିଖରେ ନୂଆପଡ଼ା ଏନଏସି ଇଓ ଶ୍ରୀ ଚନ୍ଦ୍ରକାର ନୂଆପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

Vigilance Court Verdict ୯ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପିଡି ଓ ଠିକାଦାର ଦୋଷୀ
ଅଭିଯୋଗ ପରେ ପୁଲିସ ତଦନ୍ତ କରିଥିଲା। ଏନଏସିର ସମସ୍ତ ଦସ୍ତାବିଜକୁ ଜବତ କରି ପୁଲିସ ଛାନଭିନ କରିଥିଲା । ପଚରାଉଚରାରେ ସହକାରୀ ହିସାବରକ୍ଷକଜଣକ ଏହି ଟଙ୍କାକୁ ନେଇ ଅନଲାଇ ଏଭିଏଟର୍ ଗେମ୍ ଖେଳୁଥିଲେ।  ଗତକାଲି (ଗୁରୁବାର) ଗତକାଲି  ମହାନନ୍ଦଙ୍କୁ ପୁଲିସ ଗିରଫ କରିବା ସହ ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.