Nuakhai: ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି

3 hours ago 2
ARTICLE AD BOX

ଭୁବନେଶ୍ବର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଁ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଅଛି। ନୂଆଁଖାଇ କେବଳ ଏକ ପାରଂପରିକ ପର୍ବ ନୁହେଁ, ପଂକ୍ତି ଭୋଜନ ଓ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ପ୍ରତୀକ ମଧ୍ୟ । 

ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର । ମା’ ସମଲେଶ୍ୱରୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।

ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ ଉପଲକ୍ଷେ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଧ୍ୟମରେ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ଆହୁରି ସୁଦୃଢ଼ ହେବ ବୋଲି ମୋର ବିଶ୍ୱାସ। ନୂଆଁଖାଇ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି। ନୂଆଁଖାଇ ହେଉଛି ଏକତା, ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ପର୍ବ। ନବାନ୍ନ ସେବନ, ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ। ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ ବାର୍ତ୍ତା ଦେଉଛି। ଆଜିର ଏହି ମହାନ ଅବସରରେ ମା’ ସମଲେଶ୍ୱରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି।

ଠିକ୍ ସେହିପରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବି ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,

ଖୁସିର ବଡ଼ଖା ତିହାର୍ 
ସମ୍ କୁ ମୋର୍ ନୂଆଁଖାଇ ଜୁହାର୍ ।

ଓଡ଼ିଶାର କୃଷିଭିତ୍ତିକ, ସାମାଜିକ ତଥା ସାଂସ୍କୃତିକ ଗଣପର୍ବ ପବିତ୍ର ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମାଁ ସମଲେଇଙ୍କ ନିକଟରେ ପ୍ରାର୍ଥନା କରୁଛି । 
ଜୟ ମାଁ ସମଲେଇ 🙏

ପରିବାର ସହ ନୂଆଁଖାଇ ପାଳିଲେ ଖୁସି ମିଳେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.