Notorious Harekrushna arrested: କୁଖ୍ୟାତ ହରେକୃଷ୍ଣ ଗିରଫ: ମାଷ୍ଟରକ୍ୟାଣ୍ଟିନ୍‌ରୁ ୨ ବନ୍ଧୁକ, ୪ ଗୁଳି ଜବତ

1 hour ago 1
ARTICLE AD BOX

ଭୁବନେଶ୍ୱର: ରାଜଧାନୀରୁ ପୁଣି ବନ୍ଧୁକ ଜବତ। ରାଜଧାନୀର ସବୁଠାରୁ ହାଇପ୍ରୋଫାଇଲ ସ୍ଥାନ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରୁ କମିନସରେଟ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ ଦୁଇଟି ‌‌ସେମି ଅଟୋ ମେଟିକ ବନ୍ଧୁକ ଓ ୪ଟି ଗୁଳି ଜବତ କରିଛି। ଏହି ଘଟଣାରେ କଟକଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ନତି ଗ୍ରାମର ହରେକୃଷ୍ଣ ସ୍ୱାଇଁ ଓରଫ ହରି (୩୫)ଙ୍କୁ ଗିରଫ କରିଛି। ପୂର୍ବରୁ ହରେକୃଷ୍ଣ ନାମରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଜଘନ୍ୟ ଅପରାଧ ରହିଥିବା ଜଣାପଡ଼ିଛି। ପୂର୍ବରୁ ହରେକୃଷ୍ଣକୁ ଏନ୍‌କାଉଣ୍ଟର କରି ପୁଲିସ ଗିରଫ କରିଥିଲା। ଜାମିନରେ ଆସି ହରେକୃଷ୍ଣ ବେଆଇନ ବନ୍ଧୁକ କାରବାର ଚଳାଇଥିଲା।

Demand: ବାଇପାସ୍ ରାସ୍ତା ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ପୁଲିସର ସୂଚନା ଅନୁଯାୟୀ, ହରେକୃଷ୍ଣ ଜେଲରୁ ଜାମିନରେ ବାହାରିବା ପରେ ବନ୍ଧୁକ ବେପାର କରୁଥିବା କମିସନରେଟ ପୁଲିସକୁ ସୂଚନା ମିଳିଥିଲା। ପ୍ରାୟ ଏକ ମାସ ଧରି ହରେକୃଷ୍ଣକୁ ସ୍କାନରରେ ରଖିଥିବା ସ୍ପେସାଲ କ୍ରାଇମ ୟୁନିଟ୍‌କୁ ଆଜି ଠୋସ ସୂଚନା ମିଳିଥିଲା ଯେ ବ୍ରହ୍ମପୁରର ଜଣେ ଅପରାଧୀକୁ ବନ୍ଧୁକ ବିକିବାକୁ ହରେକୃଷ୍ଣ ମାଷ୍ଟରକ୍ୟାଣ୍ଟିନ ନିକଟକୁ ଆସିଛତ। ତେଣୁ ସ୍ପେସାଲ କ୍ରାଇମ ୟୁନିଟ୍‌ର ଏକ ଟିମ୍‌ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରି ତା’ଠାରୁ ୭.୬୫ ଏମ୍‌ଏମ୍‌ର ଗୋଟିଏ ପିସ୍ତଲ, ୯ ଏମ୍‌ଏମ୍‌ର ଗୋଟିଏ ପିସ୍ତଲ ସହ ୪ଟି ଗୁଳି ଜବତ କରିଥିଲା। ଏଥିସହ ଅଭିଯୁକ୍ତଙ୍କ ନିକଟରୁ ଏକ ସ୍କୁଟର ଓ ନଗଦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ବିହାରରୁ ଏହି ବନ୍ଧୁକ ଆଣିଥିବା ପୁଲିସ ନିକଟରେ ସ୍ବୀକାର କରିଛି।

ପୁଲିସ ରେକର୍ଡ ଅନୁଯାୟୀ, ହରେକୃଷ୍ଣଙ୍କ ନାମରେ ମଞ୍ଚେଶ୍ୱର, ଏୟାରପୋର୍ଟ, ନୟାପଲ୍ଲୀ, ଖଣ୍ଡଗିରି, ବାଲିଅନ୍ତା, ଧଉଳି, ସହିଦନଗର, ବଡ଼ଗଡ଼, ନାଲ୍‌କୋ, ଆଠଗଡ଼, ମଧୁପାଟଣା ଓ ଅନ୍ୟ ଥାନାରେ ଡକାୟତି, ଲୁଟ୍‌, ହତ୍ୟା ଉଦ୍ୟମ, ଅପହରଣ ଏବଂ ଆର୍ମସ୍‌ ଆକ୍ଟରେ ୨୦ରୁ ଅଧିକ ମାମଲା ରହିଛି। ଉଲ୍ଲେଖଯୋଗ୍ୟ, ରାଜଧାନୀରେ ବେଆଇନ ଅସ୍ତ୍ରଶସ୍ତ୍ରର ପ୍ରସାର ଓ ଅପରାଧରେ ଏହାର ବ୍ୟବହାର ନେଇ ନିକଟରେ ଉଦ୍‌ବେଗ ପ୍ରକାଶ ପାଇଛି। ନଭେମ୍ବର ୧୩ରେ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ବାଲିଅନ୍ତା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଦୁଇଟି ପିସ୍ତଲ ଓ ୮ଟି ଗୁଳି ଜବତ କରିଥିଲା।

Landslides: ଭୂସ୍ଖଳନ ଛଡାଇ ନେଲା ଗିଡିପାବାଲିର ସବୁକିଛି; ଧାନ ଫସଲ ବୟାନ କରୁଛି କରୁଣ ଚିତ୍ର

ପୂର୍ବରୁ ହରିକୁ ହୋଇଥିଲା ଏନ୍‌କାଉଣ୍ଟର
୨୦୧୯ ମସିହା ଅଗଷ୍ଟ ମାସରେ ଭୁବନେଶ୍ୱରର ଟଙ୍କପାଣି ରୋଡ୍ ଅଞ୍ଚଳରେ କମିସନରେଟ୍ ପୁଲିସର ଏନ୍‌କାଉଣ୍ଟରରେ ଅଭିଯୁକ୍ତ ହରେକୃଷ୍ଣ ସ୍ୱାଇଁ ଏବଂ ସିପୁନ୍ କବି ନାମକ ଦୁଇ ଅପରାଧୀ ଆହତ ହୋଇଥିଲେ। ସୂଚନା ଅନୁସାରେ ରସୁଲଗଡ଼ ଅଞ୍ଚଳର ଜଣେ ହୋଟେଲ ମାଲିକଙ୍କୁ ହାଣିବା ଘଟଣା‌ରେ ପୁୂଲିସ ସେମାନଙ୍କୁ ବହୁ ଦିନ ଗୋଡ଼ାଉଥିଲା‌। ପରେ ବଡ଼ଗଡ଼ ଥାନା ଚିଲି ପୋଖରୀ ନିକଟରେ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ ବେ‌ଳେ ପୁଲିସ ଦୁହିଁଙ୍କୁ ଏନ୍‌କାଉଣ୍ଟର କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.