Nighttime: ରାତ୍ରିକାଳୀନ ନାକାବନ୍ଦୀରେ ଫସିଲେ ଅମାନିଆ: ୭୦କାର୍, ୧୩୪ବାଇକ, ୮ଅଟୋ ଜବତ

1 hour ago 2
ARTICLE AD BOX

ଭୁବନେଶ୍ବର: ପାର୍ବଣକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଦ୍ବୈତନଗରୀରେ ରାତ୍ରିକାଳୀନ ନାକାବନ୍ଦୀ ଆରମ୍ଭ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା, ରାତିରେ କର୍ମଜୀବୀ ମହିଳାଙ୍କୁ ସୁରକ୍ଷା, ନିଶା କାରବାର ଓ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ବୁଧବାର ରାତିରେ ଭୁବନେଶ୍ୱର ଓ କଟକ ସହରାଞ୍ଚଳ ପୁଲିସ ଜିଲ୍ଲା ପକ୍ଷରୁ ଫୁଟ୍‌ ପାଟ୍ରୋଲିଂ ଓ ନାକାବନ୍ଦୀ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ୨୧୨ ଜଣ ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ୭୦ଟି ଚାରିଚକିଆ, ୮ଟି ତିନିଚକିଆ ଓ ୧୩୪ଟି ଦୁଇଚକିଆ ଜବତ କରାଯାଇଛି। ଏହାବ୍ୟତୀତ ମୋଟରଯାନ ଆଇନ୍ ଓ ଖୋଲାସ୍ଥାନରେ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କଠାରୁ ମୋଟ୍‌ ୮୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

Kathatiye jajabara: କଥାଟିଏ-ଯାଯାବର: ରାଜା ଓ ବିଦୂଷକ

୭୦କାର୍, ୧୩୪ବାଇକ, ୮ଅଟୋ ଜବତ
ଖୋଲାରେ ମଦ ପିଇ ୩ ବନ୍ଧା ହେଲେ
୮୩,୫୦୦ ତଣ୍ଡ ଗଣିଲେ

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

ଚନ୍ଦ୍ରଶେଖରପୁର ଥାନା ପୁଲିସ ଯାଞ୍ଚ ସମୟରେ ବାଲିବୋଝେଇ ୨ଟି ହାଇୱା ଜବତ କରିଛି। ସେହିପରି ମଞ୍ଚେଶ୍ୱର ଥାନା ପୁଲିସ ୨ଟି କାର୍‌ରୁ ଚୋରାମଦ ଜବତ କରି ଉଭୟ ଗାଡ଼ି ଜବତ କରିଛି। ଏହାସହ ବିକଟାଳ ସାଇଲେନ୍ସର ଲଗାଇଥିବା ଦୁଇଟି ବାଇକ୍‌କୁ ଜବତ କରି ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଖଣ୍ଡଗିରି ଥାନା ପୁଲିସର ତପୋବନ ବସ୍ତିରେ ଫୁଟ୍‌ ପାଟ୍ରୋଲିଂ କରୁଥିଲା। ସେହି ସମୟରେ ଦୁଇଭାଇ ତୋଫାନ ଦଳେଇ ଓ ସୁରଜଙ୍କ ସମେତ ରାଜେନ୍ଦ୍ର ଦିଗାଲ ଏକ ନିଛାଟିଆ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିଲେ। ତାଗିଦ୍ କରିବାରୁ ୩ ଜଣ ଯାକ ମିଶି ପୁଲିସକୁ ଠେଲାପେଲା କରିଥିଲେ। ଏହାସହିତ ବସ୍ତିର କିଛି ଲୋକେ ମଧ୍ୟ ପୁଲିସକୁ ପ୍ରତିରୋଧ କରିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା।

Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

ସେହିଭଳି କଟକ ସହରାଞ୍ଚଳ ପୁଲିସ ୨ଟି ଅବକାରୀ ମାମଲା ରୁଜୁ କରି ୩୫ ଲିଟର ମଦ ଜବତ କରିଛି। ବିକଟାଳ ସାଇଲେନ୍ସର ପାଇଁ ୨ଟି ଗାଡ଼ି ଜବତ କରିବା ସହିତ ୪ଟି ମୋବାଇଲ୍ ଜବତ କରାଯାଇଛି। ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅସାମାଜିକଙ୍କ ବିରୋଧରେ ଏହି ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି। ସମୁଦାୟ ୩୩୬ଜଣ ସବ୍‌ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏହି ଡ୍ରାଇଭ୍‌ ରାତ୍ରିକାଳୀନ ଅପରାଧ ଓ ଅସାମାଜିକ କାର୍ଯ୍ୟକଳାପ ରୋକିବା ସହ ମଦ୍ୟପ ଡ୍ରାଇଭରଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.