New project: ଏମ୍‌ଜିଏମ୍‌ ହାଉସି-ହର୍ଷପ୍ରିୟା ଗ୍ରୁପ୍‌ର ନୂଆ ପ୍ରକଳ୍ପ ‘କ୍ବାଲା’

1 hour ago 1
ARTICLE AD BOX

ଭୁବନେଶ୍ବର: ଏମ୍‌ଜିଏମ୍‌ ହାଉସିଂ ଗ୍ରୁପ୍‌ ଓ ହର୍ଷପ୍ରିୟା ଗ୍ରୁପ୍‌ ପକ୍ଷରୁ ନୂଆ ପ୍ରକଳ୍ପ ‘କ୍ବାଲା’ ଘୋଷଣା କରାଯାଇଛି। ପ୍ରାୟ ୨.୩୮ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ତିନିଟି ପ୍ରିମିୟମ୍‌ ଆବାସିକ ଟାୱାର ରହିବ। ‌ସେଥିରେ ୨୯୬ଟି ୩ ବିଏଚ୍‌କେ ଓ ୩.୫ ବିଏଚ୍‌‌କେ ଫ୍ଲାଟ୍‌ ରହିବ। 

ପ୍ରଥମ ପର୍ଯ୍ୟାୟର ଦୁଇଟି ଟାୱାର୍‌ରେ ଥିବା ୧୮୮ଟି ଫ୍ଲାଟ୍‌ ପାଇଁ ବୁକିଂ ଆରମ୍ଭ ହୋଇଛି। ଆସନ୍ତା ଚାରି ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଏମ୍‌ଜିଏମ୍‌ ହାଉସିଂ ଗ୍ରୁପ୍‌ର ଅଧ୍ୟକ୍ଷ ବିନୋଦ ଅଗ୍ରୱାଲ୍‌ ଓ ହର୍ଷପ୍ରିୟା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ସିଏମ୍‌ଡି ଚେତନ ଟେକରିୱାଲା କହିଛନ୍ତି।

ଏହି ଅବସରରେ ହର୍ଷପ୍ରିୟା ଗ୍ରୁପ୍‌ର ସିଏମ୍‌ଡି ଶ୍ରୀ ଟେକରିୱାଲା କହିଛନ୍ତି ଯେ ଏହି ପ୍ରକଳ୍ପକୁ ଏକ ଜୀବନଶୈଳୀ ସ୍ଥଳ ଭାବେ ବିକାଶ କରାଯାଉଛି। ସେଥିରେ ସମକାଳୀନ ସ୍ଥାପତ୍ୟକଳା, ବିସ୍ତୃତ ସବୁଜ ପରିସର ଓ ପ୍ରିମିୟମ୍‌ ସୁବିଧା ରହିବ। ଭୁବନେଶ୍ବରର ଦକ୍ଷିଣ ଭାଗରେ ଏକ ଅତ୍ୟନ୍ତ ସୁବିଧାଜନକ ସ୍ଥାନରେ ଏହି ପ୍ରକଳ୍ପ ରହିଛି। ଏଥିରେ ତିନି ମହଲାର ଭୂତଳ ପାର୍କିଂ ରହିବ ଯାହା ପେସାଦାର, ଉଦ୍ୟୋଗୀ ଓ ପରିବାର ସହିତ ରହିବାକୁ ଚାହୁଥିବା ଗ୍ରାହକମାନଙ୍କ ପସନ୍ଦର ସ୍ଥଳରେ ପରିଣତ ହେବ।

Honda ZR-V: ହୋଣ୍ଡା କାର୍‌ସ ଇଣ୍ଡିଆର ନୂଆ ଜେଡ୍‌ଆର୍‌-ଭି

Read Entire Article
LEFT SIDEBAR AD

Hidden in mobile, Best for skyscrapers.