New DCP: ନୂଆ ଡିସିପି, ପୁରୁଣା ଚ୍ୟାଲେଞ୍ଜ: ଟ୍ରାଫିକ୍‌ ସମସ୍ୟା, ଭିଭିଆଇପି ସୁରକ୍ଷା

5 days ago 6
ARTICLE AD BOX

ଭୁବନେଶ୍ବର: ରାଜଧାନୀ‌ରେ ଡିସିପି ଭାବେ ନୂଆ କରି ଦାୟିତ୍ବ ନେଇଥିବା ସର୍ବଣ ବିବେକ୍‌ ଏମ୍‌.ଙ୍କ ସମ୍ମୁଖରେ ବହୁ ଚ୍ୟାଲେଞ୍ଜ ରହିଛି। ମେଡିକାଲ ସାଇନ୍‌ସେସ୍‌ର ଛାତ୍ର ହେଲେ ବି ଆଇପିଏସ୍‌ ଭାବେ ଓଡ଼ିଶାରେ କାମ କରି ସେ ବହୁ ଅଭିଜ୍ଞତା ହାସଲ କରିଛନ୍ତି। ମାଓପ୍ରବଣ ଜିଲ୍ଲାମାଲକାନଗିରିରେ ଏସ୍‌ଡିପିଓ ଭାବେ କାମ କରିବାଠାରୁ ଆରମ୍ଭ କରି ଗୁରୁପ୍ରିୟା ସେତୁ ନିର୍ମାଣର ସୁରକ୍ଷା ତଦାରଖ କରିବା, ରାୟଗଡ଼ା ଓ କଳାହାଣ୍ଡି ଏସ୍‌ପି ଭାବେ ଦାୟିତ୍ୱ ତୁଲାଇବା ଓ ଅପରାଧପ୍ରବଣ ବ୍ରହ୍ମପୁରରେ ଏସ୍‌ପି ଭାବେ ଦାୟିତ୍ୱ ନେବା ଓ ଭୁବନେଶ୍ବର ଭିଜିଲାନ୍ସ ଏସ୍‌ପି ଭାବେ କାର୍ଯ୍ୟକରିବା ଭଳି ବହୁ ଅଭିଜ୍ଞତା ତାଙ୍କ ନିକଟରେ ରହିଛି। ରାଜଧାନୀରେ ରାଜନୈତିକ ଚାପ ସାଙ୍ଗକୁ ଭିଭିଆଇପି ସଂସ୍କୃତି ଓ ବସ୍ତି ସଂସ୍କୃତିରେ ସେ କିଭଳି ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି, ତାହା ପରଖିବା ପାଇଁ ରାଜଧାନୀବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସମ୍ପ୍ରତି ରାଜଧାନୀରେ ବଢ଼ୁଥିବା ନିଶା କାରବାର, ସଂଗଠିତ ଅପରାଧ, ମୁଣ୍ଡ ଟେକୁଥିବା ନୂଆନୂଆ ଗ୍ୟାଙ୍ଗ୍‌, ମହିଳା ହିଂସା, ଟ୍ରାଫିକ୍‌ ସମସ୍ୟା ଆଦି ନୂଆ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହେବ।

Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ

ଟ୍ରାଫିକ୍‌ ସମସ୍ୟା
ରାଜଧାନୀର ଟ୍ରାଫିକ୍‌ ସମସ୍ୟା ସମସ୍ତଙ୍କୁ ବିବ୍ରତ କରିଛି। ପ୍ରତିଦିନ ସହର ଭିତରେ କେଉଁଠି ନା କେଉଁଠି ଟ୍ରାଫିକ୍‌ ଭିଡ଼ରେ ଲୋକେ କଲବଲ ହେଉଛନ୍ତି। ମୁଖ୍ୟ ରାସ୍ତାରୁ ଗଳିକନ୍ଦି ସବୁଠି ଜାମ୍‌। ଟ୍ରାଫିକ୍‌ ଛକଗୁଡ଼ିକରେ ସିଗ୍‌ନାଲ୍‌ ଠିକ୍‌ରେ କାମ କରୁନାହିଁ, ଟ୍ରାଫିକ୍‌ ପରିଚାଳନା ପାଇଁ କର୍ମଚାରୀଙ୍କ ଅଭାବ ରହିଛି। ପୂର୍ବରୁ ଅମାନିଆ ଚାଳକମାନଙ୍କ ପାଇଁ ବହୁ କଟକଣା କରାଯାଇଥିଲେ ହେଁ ଆଜି ବି ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂ ଜାରି ରହିଛି। 
ଭିଭିଆଇପି ସୁରକ୍ଷା
ରାଜଧାନୀରେ ବିଧାନସଭା, ବିଭିନ୍ନ ରାଜନୈତିକ ଦଳର ମୁଖ୍ୟାଳୟ, ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ, ବଡ଼ବଡ଼ ବ୍ୟବସାୟିକ ସଂସ୍ଥା ଓ ତାରକା ହୋଟେଲ୍‌ ରହିଛି। ସବୁବେଳେ ସରକାରୀ କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟକ୍ରମ ହେଉଛି। ମେକ୍‌ଇନ୍‌ ଓଡ଼ିଶା, ମେକ୍‌ ଇନ୍‌ ଇଣ୍ଡିଆ ଭଳି ଜାତୀୟସ୍ତରୀୟ ସରକାରୀ କାର୍ଯ୍ୟକ୍ରମ ଓ ଶିଳ୍ପପତିଙ୍କ କନ୍‌ଫରେନ୍‌ସ ଆୟୋଜନ କରାଯାଉଛି। ବର୍ଷର ଅଧିକାଂଶ ସମୟରେ ଲୋୟର ପିଏମ୍‌ଜିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଏ। ବିଭିନ୍ନ ସମୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ହେଭିୱେଟ୍‌ ନେତା, ପ୍ରତିଷ୍ଠିତ ଶିଳ୍ପପତି, ବ୍ୟବସାୟୀ, କ୍ରୀଡ଼ାବିତ୍‌, ସିନେ ତାରକାଙ୍କ ଭଳି ଭିଭିଆଇପି ଆସନ୍ତି। 

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ସାଇବର ଓ ବଢ଼ୁଥିବା ଅନ୍ୟାନ୍ୟ ଅପରାଧ
ସମ୍ପ୍ରତି ସାଇବର ଅପରାଧ କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ରାଜଧାନୀରେ ରହୁଥିବା ବରିଷ୍ଠ ନାଗରିକମାନେ ଏହାର ଶିକାର ହେଉଛନ୍ତି। ଏଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ଠକେଇ ଅଭିଯୋଗ ପାଇବା ମାତ୍ରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଦରକାର। ସେହିଭଳି ରାଜଧାନୀର କଳେବର ବଢ଼ୁଥିବାରୁ ଶିଳ୍ପ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବଢ଼ୁଛି। ଜମିବାଡ଼ି ଦର ବଢ଼ୁଛି। ଏସବୁରୁ ବଟି ଆଦାୟ କରିବାକୁ ଅଭ୍ୟାସଗତ ଅପରାଧୀ, ଅନ୍ତଃରାଜ୍ୟ ଅପରାଧୀ ରାଜଧାନୀ‌ରେ ଡେରା ପକାଉଛନ୍ତି। ନିଶା ବେପାର, ବଟି କାରବାର ଓ ଅନ୍ୟାନ୍ୟ କାରଣରୁ ଏବେ ରାଜଧାନୀ ଅପରାଧପ୍ରବଣ ସହର ହେବାକୁ ଯାଉଛି। ବିଶେଷକରି ରାଜଧାନୀର ଯୁବପିଢ଼ି ଡ୍ରଗ୍‌ସ କବଳରୁ ମୁକୁଳିପାରିନାହାନ୍ତି। ନିଶା ବ୍ୟବସାୟରେ ଅଙ୍କୁଶ ଲଗାଇବା ନୂଆ ଡିସିପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। 
ପାର୍ବଣ ପରିଚାଳନା 
ଚଳିତବର୍ଷ ରାଜଧାନୀର ଦଶହରା ପରିଚାଳନା ଉପରେ ସମସ୍ତଙ୍କ ନଜର। ଲକ୍ଷଲକ୍ଷ ଲୋକଙ୍କ ଭିଡ଼ରେ ରାଜଧାନୀ ସନ୍ତୁଳି ହୋଇଯିବ। ସିନ୍ଧିଚୋରି, ଚୋରି, ଲୁଟ୍‌ପାଟ, ଛିନ୍‌ତାଇ ଭଳି ଅପରାଧ ବଢ଼ିବ। ଟ୍ରାଫିକ୍‌ ଭିଡ଼ରେ ବି ଲୋକେ ଆଉଟୁପାଉଟୁ ହେବାର ଆଶଙ୍କା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.