ARTICLE AD BOX
ବରଗଡ଼: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ବରଗଡ଼ରୁ ଦୁଇ ଜଣ ନିଖୋଜ ଥିବା ଜଣାପଡିଛି | ସେମାନେ ହେଲେ ସରଲା ଜାମପାଲି ଅଞ୍ଚଳର ଗୁନ୍ନମ ଜୟକ୍ରିଷ୍ଣାଙ୍କ ପତ୍ନୀ ଗୁନ୍ନମ ସାଇ ବିନ୍ଦୁ କୁମାରୀ ଓ ତାଙ୍କ ୨ ବର୍ଷୀୟ ଝିଅ l ନେପାଳରେ ଗୁନ୍ନମ ଜୟକ୍ରିଷ୍ଣା ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ | ତେବେ ବନ୍ୟାରେ ଗୁନ୍ନମ ସୁରକ୍ଷିତ ଥିବାବେଳେ ତାଙ୍କ ପତ୍ନୀ ଓ ଝିଅର ପତ୍ତା ମିଳୁନି | ଏବେ ସେମାନଙ୍କୁ ତାଙ୍କ ପରିବାର ଯୋଗାଯୋଗ କଲେ ମଧ୍ୟ କୌଣସି ସମ୍ପର୍କ ହୋଇପାରୁନାହିଁ l
ଆହୁରି ପଢନ୍ତୁ: Sonia Gandhi: ସୋନିଆଙ୍କ ମେମୋଏର ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶନ କରୁନାହିଁ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍
ଘଟଣାକୁ ନେଇ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମଧ୍ୟ କହିଛନ୍ତି ବରଗଡ଼ ସରଲା ଜାମପାଲିର ଏକ ଦମ୍ପତି ପରିବାରର ଦୁଇ ଜଣ ବର୍ତ୍ତମାନ୍ ନିଖୋଜ ଅଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାରଙ୍କୁ ସୂଚନା ଦେବା ସହିତ କିପରି ନେପାଳରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି।

1 hour ago
2


