Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂ‌ଯୋଗ, ୭୫୦ଟିରେ ଶୌଚାଳୟ

1 hour ago 2
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବହୁତ ଦୁର୍ବଳ ରହିଛି। କେଉଁ କେନ୍ଦ୍ରର ନିଜସ୍ବ କୋଠା ନାହିଁ, ଆଉ କେଉଁଟି ବିଦ୍ୟୁତ‌ ସଂଯୋଗ ନାହିଁ, କେଉଁଠି  ପିଇବା ପାଣି, ଶୌଚାଳୟ ଓ ରୋଷଇ ଘର ନାହିଁ। କିଛି ସ୍ଥାନରେ ଶୌଚାଳୟ ଥିଲେ ପାଣି ଟାଙ୍କି ନାହିଁ। ସବୁ ଥିଲେ ବିଦ୍ୟୁତ ସଂଯୋଗ ହୋଇପାରୁନି। ବାରମ୍ବାର ସମୀକ୍ଷା ବୈଠକ ଏବଂ ଏସବୁକୁ ସଜାଡିବା ପାଇଁ ଚିଠି ଦେଣ ନେଣ ଚାଳୁଥିଲେ ହେଁ କାର୍ଯ୍ୟକାରିତା ଓ ଫଳ ମିଳୁନି। 

ଜିଲ୍ଲାର ୧୦ବ୍ଲକ, ଉମରକୋଟ ଓ ନବରଙ୍ଗପୁର ପୌରପାଳିକାକୁ ନେଇ ୧୦ଟି ସିଡିପିଓଙ୍କ ଅଧିନରେ ୯୯ଟି ମଣ୍ଡଳରେ ରହିଛି ୨୩୩୦ଟି ଅଙ୍ଗନବାଡ଼ି କେନ୍ଦ୍ର। ଏଥିରୁ ୧୯୬୦ଟି ନିଜସ୍ବକୋଠାରେ ଚାଳିଥିବା ବେଳେ ଏଥିମଧ୍ୟରୁ ହିଁ ୬୩୬ଟି କେନ୍ଦ୍ରକୁ ସକ୍ଷମ ଭାବେ ପରିବର୍ତ୍ତନ କରାଯାଇଛି। ୩୭୦ଟି ନିଜସ୍ବ କେନ୍ଦ୍ର, ରୋଷଇଘର ଓ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏହାସହ ୬୪୨ଟି ସ୍ଥାନରେ ବିଦ୍ୟୁତ ସଂଯୋଗ ଓ, ୭୫୦ଟି କେନ୍ଦ୍ରରେ ଶୌଚାଳୟ ନାହିଁ। ଏହି ସ୍ଥିତିରେ ଜିଲ୍ଲାର ଅଙ୍ଗନୱାଡୀ କେନ୍ଦ୍ରର ଭିତ୍ତିଭୂମି ଦୁର୍ବଳ ରହିଛି। 

ngp-anganwadi-1 (2)

ଚନ୍ଦାହାଣ୍ଡି ବ୍ଲକରେ ୧୪୨ରୁ ୧୮ଟିରେ କେନ୍ଦ୍ର, ୪୮ଟିରେ ଶୌଚାଳୟ ଓ ୪୯ଟିରେ ବିଦ୍ୟୁତ ସଂଯୋଗ ନାହିଁ। ସେହିପରି ଡାବୁଗାଁରେ ୧୪୨ରୁ ୧୭ଟିରେ କେନ୍ଦ୍ର, ୨୧ଟି ଶୌଚାଳୟ ଓ ୪୮ଟିରେ ବିଦ୍ୟୁତ ସଂଯୋଗ, ଝରିଗାଁ ୩୦୪ରୁ ୩୮ଟିରେ କେନ୍ଦ୍ର ଏବଂ ଶୌଚାଳୟ ଓ ୪୯ଟିରେ ବିଦ୍ୟୁତ ସଂଯୋଗ, କୋଷାଗୁମୁଡାରେ ୩୧୦ରୁ ୫୫ଟିରେ କେନ୍ଦ୍ର, ୧୩୩ଟି ଶୌଚାଳୟ ଓ ୭୨ଟିରେ ବିଦ୍ୟୁତ ସଂଯୋଗ, ନବରଙ୍ଗପୁର ୧୬୩ରୁ ୩୬ଟିରେ କେନ୍ଦ୍ର, ୫୪ଟି ଶୌଚାଳୟ ଓ ୫୪ଟିରେ ବିଦ୍ୟୁତ ସଂଯୋଗ,  ନନ୍ଦାହାଣ୍ଡି ୧୩୫ରୁ ୪୪ଟିରେ କେନ୍ଦ୍ର, ୬୬ଟି ଶୌଚାଳୟ ଓ ୬୦ଟିରେ ବିଦ୍ୟୁତ ସଂଯୋଗ, ପାପଡାହାଣ୍ଡି୨୯୪ରୁ ୩୧ଟିରେ କେନ୍ଦ୍ର , ୯୨ଟି ଶୌଚାଳୟ ଓ ୧୦୨ଟିରେ ବିଦ୍ୟୁତ ସଂଯୋଗ, ରାଇଘର ୩୧୩ରୁ ୫୩ଟିରେ କେନ୍ଦ୍ର , ୧୩୬ଟି ଶୌଚାଳୟ ଓ ୮୯ଟିରେ ବିଦ୍ୟୁତ ସଂଯୋଗ, ତେନ୍ତୁଳିଖୁଣ୍ଟି ୨୦୪ରୁ ୫୭ଟିରେ କେନ୍ଦ୍ର ଏବଂ ଶୌଚାଳୟ ଓ ୬୨ଟିରେ ବିଦ୍ୟୁତ ସଂଯୋଗ ଓ ଉମରକୋଟ ୩୨୩ରୁ ୨୧ଟିରେ କେନ୍ଦ୍ର , ୧୦୫ଟି ଶୌଚାଳୟ ଓ ୫୭ଟିରେ ବିଦ୍ୟୁତ ସଂଯୋଗ ନାହିଁ। ଦୀର୍ଘ ବହୁ ବର୍ଷଧରି ଏହି ସମସ୍ୟା ଲାଗିରହିଥିବା ବେଳେ  ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ, ଦୁରଦୃଷ୍ଟି , କ୍ଷେତ୍ରପରିଦର୍ଶନ ଓ ସମୀକ୍ଷା ଅଭାବରୁ ଭିତ୍ତିଭୂମି ଦୋହଲି ଯାଇଛି। 

Anganwadi: ଭଡ଼ାଘରେ ବନ୍ଧାପଡ଼ିଛି ପିଲାଙ୍କ ଭବିଷ୍ୟତ, ୨୧୯ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ

ଦୁର୍ବଳ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ସମୀକ୍ଷା ବୈଠକ ଉପରେ ବୈଠକ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଦପାଣି ଓ ଡିଏସଡବ୍ଲୁ ରୋମା ପଟ୍ଟନାୟକଙ୍କୁ ନେଇ କରିଛନ୍ତି। ତଥାଫି ବିଭିନ୍ନ ବିଭାଗର ସମନ୍ବୟ ଅଭାବରୁ ଭିତ୍ତଭୂମିକୁ ସଜାଡିବାରେ ପ୍ରଶାସନ ବିଫଳ। 


Read Entire Article
LEFT SIDEBAR AD

Hidden in mobile, Best for skyscrapers.