Neglect: ନବରଂଗପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କଟିଲେ ସବୁ ଅନ୍ଧାର

47 minutes ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଏବେ ପ୍ରତ୍ୟେକ ଦିନ ଜିଲ୍ଲାର ୧୦ଟି ବ୍ଲକରେ  ଥିବା ଲକ୍ଷାଧିକ ଶ୍ରମିକଙ୍କର ପୁନଃନବୀକରଣ ଓ ପଂଜୀକରଣ କାମ ଚାଳିଛି। ଜଣେ ଜିଲ୍ଲାଶ୍ରମ ଅଧିକାରୀ ଓ  ୪ଜଣଜଣ ସହକାରୀ ଶ୍ରମ ଅଧିକାରୀ ସମ୍ଭାଳିଛନ୍ତି। ମାସକ ଛୁଟିରେ ଅଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ରାଜ୍ୟ ସରକାର ଅଚାନକ ଭାବେ ଏଠାରେ ଆଉଟସୋର୍ସିଂରେ କାମ କରୁଥିବା ଜଣେ କଲ୍ୟାଣ ସଂଯୋଜକ ଓ ଜଣେ ଡିଇଓଙ୍କୁ ଅଚାନକ ଭାବେ ବାହାର କରିଦେଇଛନ୍ତି। ଫଳରେ ଅଧିକାରୀ ମାନେ ଦିନକୁ ୫୦ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ପଞୀକରଣ କରୁଛନ୍ତି। 

ଅପରପକ୍ଷରେ  କାର୍ଯ୍ୟାଳୟକୁ ପୁନଃନବୀକରଣ, ପଞୀକରଣ ପାଇଁ ଆସୁଥିବା ଲୋକେ ବସିବା ପାଇଁ ବିଶ୍ରାମଗାର ଓ ଶୌଚାଳୟ ଅବସ୍ଥା ନ କହିବା ଭଲ। ଏହା ଠାରୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି , ବିଦ୍ୟୁତ ସଂଯୋଗ କଟିଲେ କାର୍ଯ୍ୟାଳୟଟି ସମ୍ପୁର୍ଣ୍ଣ ଅନ୍ଧକାରମୟ, କମ୍ପୁଟର ସବୁ ନିର୍ଜିବ ପାଲଟିଯାଉଛି। ନେଟ୍ ସଂଯୋଗ ନଥିବାରୁ ମୋବାଇଲ ନେଟରେ କାମ ଚାଳିଛି। 
ପ୍ରକାଶ ଯୋଗ୍ୟ, ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ଶ୍ରମ ଆୟୁକ୍ତ ପଦବୀ ଖାଲି ପଡିଛି।ଦୁଇ ଜଣ ଜିଲ୍ଲାଶ୍ରମ ଅଧିକାରୀ ରହିବା ସ୍ଥାନରେ ଜଣେ ରହିଛନ୍ତି।  

ସେହିପରି ୧୦ଟି ବ୍ଲକ ଓ ୨ ପୌରାଂଚଳରେ ୧୨ଜଣ ସହକାରୀ ଶ୍ରମ ଅଧିକାରୀ ରହିବା ସ୍ଥାନରେ  ୪ଜଣ ସହକାରୀ ଶ୍ରମ ଅଧିକାରୀ ରହିଛନ୍ତି। ଜଣେ ଜଣେ ଶ୍ରମ ଅଧିକାରୀ ୩ରୁ ୪ବ୍ଲକ ସମ୍ଭାଳିଛନ୍ତି। ପାପାଡାହାଣ୍ଡି ସହକାରୀ ଶ୍ରମଅଧିକାରୀ ସଂଗ୍ରାମ ଭୂମିଆ ନିଜ ବ୍ଲକ ସହ ନବରଙ୍ଗପୁର ପୌରପାଳିକାର ଶ୍ରମିକ ପଞୀକରଣ କରିବା ବେଳେ ସେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ପୂର୍ବରୁ କଲ୍ୟାଣ ସଂଯୋଜକ ଓ ଡିଇଓ ଏହି କାମରେ ସହଯୋଗ କରି ଆସୁଥିବାରୁ ସହକାରୀ ଶ୍ରମ ଅଧିକାରୀ ମାନେ ଚଢ଼ାଉ ସହ ଅନ୍ୟାନ୍ୟ କାମ କରି ପାରୁଥିଲେ। 

ତେବେ ଏହି ଦୁଇ କର୍ମଚାରୀଙ୍କୁ ସରକାର ବାହାର କରିଦେବା ପରେ କାମରେ ବାଧା ଉପୁଜୁଛି। ଅପରପକ୍ଷରେ ଶୌଚାଳୟର ସମ୍ମୁଖ କବାଟ ଭାଙ୍ଗିରୁଜି ପଡ଼ିବା ସହ ସଫାସୁତୁରା ବି କରାଯାଇନି। ବିଶ୍ରାମଗାରରେ ବାଇକ ପାର୍କିଂ କରାଯାଇଥିବା ଦେଖିବାକୁ ମିଳିଛି। ପଂଜୀକରଣ ପ୍ରକ୍ରିୟା ଚାଳୁଥିବା ବେଳେ ଯଦି ଅଚାନକ ବିଦ୍ୟୁତ ସଂଯୋଗ କଟିଗଲେ କିମ୍ବା ବିଦ୍ୟୁତ କାଟ ହେଲେ କାମ ଅର୍ଦ୍ଧପନ୍ତରିଆ ହୋଇ ରହୁଛି। ସିସିଟିଭି କ୍ୟାମେରା ଲାଗିଥିଲେ ହେଁ ସୋଫିସ୍ ହୋଇ ରହିଛି। ଏସବୁ କାଯ୍ୟକ୍ଷମ ହେଉନି। 

ଲକ୍ଷାଧିକ ଲୋକଙ୍କ କାମ ଜିଲ୍ଲାଶ୍ରମ ଅଧିକାରୀଙ୍କ ସହ ଆଉ ୪ଜଣ ସହକାରୀ ଶ୍ରମ ଅଧିକାରୀ ପୂରଣ କରିବା ସହ ବିଭିନ୍ନ ଯୋଜନାରେ କରାଯାଇଥିବା ଆବେଦନପତ୍ରର ଯାଂଚ ପାଇଁ ସମୟ ମିଳୁନି ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ ଛୋଟରାୟ ଟୁଡୁ। ତା ସହ ବିଭିନ୍ନ ବସରେ ଦାଦନଶ୍ରମିକ ଚାଳାଣ ହେଉଥିଲେ ହେଁ ଏହି କର୍ମଚାରୀ ମାନେ ସମୟ ଅଭାବରୁ ଯେଭଳି ନିୟମିତ ଚଢ଼ାଉ କରିବା କଥା କରି ପାରୁନଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ସନ୍ତୋଷ ମିଶ୍ର। ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିକୁ ସଜାଡିବା ଦିଗରେ ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଆଇନଜୀବୀ ମାନେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.