Neck Pain: ବେକରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ତକିଆ ହୋଇପାରେ ଏହାର କାରଣ? ବଦଳାନ୍ତୁ ଅଭ୍ୟାସ...

1 hour ago 3
ARTICLE AD BOX

ଭୁବନେଶ୍ୱର: ସକାଳୁ ନିଦରୁ ଉଠିବା ପରେ ବେକରେ ଯନ୍ତ୍ରଣା, ଜଡ଼ତା କିମ୍ବା ଭାରିପଣ ଅନୁଭବ ହେଉଛି କି? ଅନେକ ଲୋକ ଏହାକୁ ଥକ୍କାପଣ କିମ୍ବା ଭୁଲ୍ ଶୈଳୀରେ ଶୋଇବାର ପ୍ରଭାବ ଭାବି ଅଣଦେଖା କରିଦିଅନ୍ତି। ତେବେ ଏହାର ଅନ୍ୟ ଏକ କାରଣ ହୋଇପାରେ ଆପଣ ବ୍ୟବହାର କରୁଥିବା ତକିଆ। ବିଶେଷକରି ଅତ୍ୟଧିକ ଉଚ୍ଚ, ପତଳା କିମ୍ବା ଶକ୍ତ ତକିଆ ଯୋଗୁଁ ଶୋଇବା ସମୟରେ ବେକର ସ୍ଥିତି ଠିକ୍ ରହିନଥାଏ। ଫଳରେ ମାଂସପେଶୀ ଉପରେ ଚାପ ପଡ଼ିବା ସହ ସକାଳୁ ଯନ୍ତ୍ରଣା ଅନୁଭବ ହୋଇଥାଏ।

ଶୋଇବା ସମୟରେ ମୁଣ୍ଡ ଓ ବେକକୁ ଉପଯୁକ୍ତ ସମର୍ଥନ ମିଳିବା ଆବଶ୍ୟକ। ତକିଆ ଅଧିକ ଉଚ୍ଚ ହେଲେ ବେକ ଆଗକୁ ନଇଁଯାଏ। ଅନ୍ୟପକ୍ଷରେ, ଅତ୍ୟଧିକ ପତଳା ତକିଆ ମୁଣ୍ଡକୁ ଆବଶ୍ୟକ ସମର୍ଥନ ଦେଇପାରେ ନାହିଁ। ଏହାଦ୍ୱାରା ବେକର ମାଂସପେଶୀ ଉପରେ ଅସ୍ୱାଭାବିକ ଚାପ ପଡ଼ିଥାଏ। ସେହିପରି ଦୀର୍ଘଦିନ ବ୍ୟବହାର ଯୋଗୁଁ ତକିଆର ଆକୃତି ନଷ୍ଟ ହୋଇଥାଏ। ତକିଆ ଭିତରେ ଥିବା ତୁଳା କିମ୍ବା ଫୋମ୍ ଚାପି ହୋଇଯିବା ଫଳରେ ମୁଣ୍ଡ ଓ ବେକକୁ ସମାନ ଭାବେ ସମର୍ଥନ ମିଳେନାହିଁ। ଏପରି ସ୍ଥିତିରେ ରାତିସାରା ବେକ ଭୁଲ୍ ସ୍ଥିତିରେ ରହିଥାଏ। ଏହାର ପ୍ରଭାବ ସକାଳୁ ଯନ୍ତ୍ରଣା ଓ ଜଡ଼ତା ଭାବେ ଦେଖାଦେଇଥାଏ।

କେଉଁ ତକିଆ ଦେବ ଆରାମ?
ବେକ ଯନ୍ତ୍ରଣା ଏଡ଼ାଇବା ପାଇଁ ତକିଆ ବାଛିବା ସମୟରେ ନିଜର ଶୋଇବା ଅଭ୍ୟାସକୁ ଧ୍ୟାନ ଦେବା ଉଚିତ। କଡ଼ ଲେଉଟାଇ ଶୋଉଥିବା ବ୍ୟକ୍ତିଙ୍କ ପାଇଁ ଏପରି ତକିଆ ଆବଶ୍ୟକ, ଯାହା ମୁଣ୍ଡ ଓ ମେରୁଦଣ୍ଡକୁ ପ୍ରାୟ ଏକ ସରଳ ରେଖାରେ ରଖିପାରିବ। ଏଥିପାଇଁ ସାମାନ୍ୟ ଉଚ୍ଚତାର ତକିଆ ଉପଯୁକ୍ତ ହୋଇପାରେ। ସେହିପରି ପିଠି ପଟେ ଶୋଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟମ ଉଚ୍ଚତାର ତକିଆ ଭଲ ହୋଇଥାଏ। ମେମୋରି ଫୋମ୍ କିମ୍ବା ବେକକୁ ଉପଯୁକ୍ତ ସମର୍ଥନ ଦେଉଥିବା ବିଶେଷ ଆକୃତିର ତକିଆ ମଧ୍ୟ କିଛି ଲୋକଙ୍କୁ ଆରାମ ଦେଇଥାଏ। ତେବେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ତକିଆ ଉପଯୁକ୍ତ ନୁହେଁ। ତେଣୁ ନିଜର ଆରାମ ଓ ଶରୀରର ଆବଶ୍ୟକତା ଅନୁଯାୟୀ ତକିଆ ବାଛିବା ଜରୁରୀ।

ତକିଆ ସହ ବଦଳାନ୍ତୁ ଏହି ଅଭ୍ୟାସ
କେବଳ ତକିଆ ବଦଳାଇଦେଲେ ବେକ ଯନ୍ତ୍ରଣାର ସମସ୍ୟା ଦୂର ହେବ ବୋଲି ନିଶ୍ଚିତ ନୁହେଁ। ଦିନସାରା ମୋବାଇଲ୍ କିମ୍ବା ଲାପଟପ୍ ବ୍ୟବହାର କରିବା ସମୟରେ ବେକକୁ ଦୀର୍ଘ ସମୟ ତଳକୁ ନୁଆଁଇ ରଖିବା ଅଭ୍ୟାସ ଏଡ଼ାଇବା ଉଚିତ। ମଝିରେ ମଝିରେ ବିରତି ନେବା ସହ ହାଲୁକା ଷ୍ଟ୍ରେଚିଂ କରିବା ମଧ୍ୟ ଲାଭଦାୟକ ହୋଇପାରେ। ଏଥିସହ ଶୋଇବା ଓ ଉଠିବାର ସମୟ ନିୟମିତ ରଖିବା ଭଲ।

Piyush Tripathy: ପ୍ରେମ କରନାହିଁ..ଶାସ୍ତି ବାପା ମାଆଙ୍କୁ ଦିଅନ୍ତୁ ନାହିଁ, ଯୁବପିଢିଙ୍କୁ ଏମିତି ଅନୁରୋଧ କଲେ ପିୟୁଷ

ତକିଆ ବଦଳାଇବା ଓ ଶୋଇବା ଶୈଳୀରେ ପରିବର୍ତ୍ତନ ପରେ ମଧ୍ୟ ଯଦି ଯନ୍ତ୍ରଣା ଲାଗି ରହେ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ବିଶେଷକରି ବେକ ଯନ୍ତ୍ରଣା ସହ ହାତରେ ଝିମ୍‌ଝିମ୍‌ ଅନୁଭବ, ଦୁର୍ବଳତା କିମ୍ବା ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଲେ ଅଣଦେଖା କରନ୍ତୁ ନାହିଁ। କାରଣ ଏହା କେବଳ ମାଂସପେଶୀରେ ଅସୁବିଧା ନୁହେଁ, ବରଂ ଅନ୍ୟ କୌଣସି ଶାରୀରିକ ସମସ୍ୟାର ସଙ୍କେତ ହୋଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.