ARTICLE AD BOX
ଭୁବନେଶ୍ୱର: ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ଜାତୀୟ ବିଷୟବସ୍ତୁ ‘ବିକଶିତ ଭାରତ: ବିଶ୍ୱ ମହାକାଶ ନେତୃତ୍ୱ ପାଇଁ ନୂତନତ୍ୱ, ସହଯୋଗ ଓ ପ୍ରେରଣା’ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ମୁଖ୍ୟ ଆକର୍ଷଣ ‘ସାଇକେଲରୁ ତାରା ଯାଏ ମହାକାଶରେ ଭାରତର ଯାତ୍ରା’ ଶୀର୍ଷକ ସ୍ୱତନ୍ତ୍ର ମହାକାଶ ପ୍ରଦର୍ଶନୀ। ଭାରତର ମହାକାଶ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଦିନଠାରୁ ଆରମ୍ଭ କରି ରକେଟ୍, ଉପଗ୍ରହ, ଗ୍ରହ ଅନୁସନ୍ଧାନ ଓ ଆଧୁନିକ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରାଯାଇଥିଲା। ପ୍ରଦର୍ଶନୀକୁ ଇସ୍ରୋର ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ଏରୋନଟିକ୍ସ ଏଣ୍ଟିଟି ଗ୍ରୁପ୍ ଲିଡ୍ ଅଶୋକ କୁମାର ରଥ ଉଦ୍ଘାଟନ କରିଥିଲେ।
Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ
ଏହି ଅବସରରେ ‘ମହାକାଶ ଉପଗ୍ରହ: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ବିଷୟବସ୍ତୁ ଉପରେ ସ୍ୱତନ୍ତ୍ର ଗ୍ଲୋବ୍ ପ୍ରୋଜେକ୍ସନ୍ ସୋ’ ମଧ୍ୟ ଆରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ଉପଗ୍ରହ ପ୍ରଯୁକ୍ତିର ବିକାଶ, ଏହାର ବିଭିନ୍ନ ବ୍ୟବହାର ଏବଂ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଦର୍ଶକମାନେ ଜାଣିବାର ସୁଯୋଗ ପାଇଥିଲେ। ଅନ୍ୟତମ ଆକର୍ଷଣ ‘ସ୍ପେସ୍ ଏକ୍ସପୋ-୨୦୨୬’ରେ ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ ସମ୍ପର୍କିତ ନିଜର ବିଚାର, ସୃଜନଶୀଳତା ବାବଦରେ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ମହାକାଶ ବିଜ୍ଞାନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ବିଜେତା ଓ ଅଂଶଗ୍ରହଣକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ବିଜ୍ଞାନ ଏକାଡେମୀର ମାୟାଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ‘ଅନ୍ତରୀକ୍ଷରେ ଆତ୍ମନିର୍ଭରତା’ ଶୀର୍ଷକ ଆଲୋଚନାରେ ଇସ୍ରୋର ବୈଜ୍ଞାନିକ ଶିବେଶ କୁମାର ଜସ୍ ପାସିଫ୍ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ୩୨୦ ଜଣ ଛାତ୍ରଛାତ୍ରୀ ଓ ମହାକାଶପ୍ରେମୀଙ୍କ ସହ ୧,୪୬୯ରୁ ଅଧିକ ଦର୍ଶକ ଅଂଶଗ୍ରହଣ କରିଥିଲେ।
Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର

1 hour ago
2


