ARTICLE AD BOX
ଛତ୍ରପୁର (ବସନ୍ତ କୁମାର ମହାରଣା): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବାକୁ ବାମଦଳ ସମର୍ଥିତ ଅଖିଳ ଭାରତ କୃଷକ ସଭା (ଏଆଇକେଏସ୍) ପକ୍ଷରୁ ଦାବି କରାଯାଇଛି। ଆଜି (ଶୁକ୍ରବାର) ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
Ganjam Floods Man-Made ଗଞ୍ଜାମ ବନ୍ୟା ମନୁଷ୍ୟକୃତ, ସରକାର ଉତ୍ତରଦାୟିତ୍ବ ନିଅନ୍ତୁ: ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ୧୧ ଦଫା ସ୍ମାରକପତ୍ରରେ, କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ, ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ, ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ସ୍ଥାୟୀ ଓ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ଓ କୃଷି ଋଣ ଛାଡ଼ିବାକୁ ଦାବି କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଏକ ଅନୌପଚାରିକ ସଭାରେ ସଂଗଠନର ନେତାମାନେ କହିଥିଲେ ଯେ, ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ବିଭିନ୍ନ ପ୍ରକାର ଫସଲ ନଷ୍ଟ ହୋଇଛି। ଏହାଦ୍ୱାରା ଚାଷୀମାନେ ଆର୍ଥିକ ଦୁର୍ଦ୍ଦଶାରେ ପଡ଼ିଥିବା ବେଳେ ବ୍ୟବସାୟୀ ଓ ସାଧାରଣ ଲୋକେ ମଧ୍ୟ ଜୀବିକା ହରାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବନ୍ୟାରେ ବହୁ ପରିବାରଙ୍କ ଘରଦ୍ୱାର ଓ ଆସବାବପତ୍ର ନଷ୍ଟ ହୋଇଥିବାରୁ ସେମାନେ ଏବେ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। ଏଭଳି ସ୍ଥିତିରେ କେବଳ ଆଶ୍ୱାସନା ନୁହେଁ, ବରଂ କ୍ଷୟକ୍ଷତିର ନିରପେକ୍ଷ ଆକଳନ କରି ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ।
Ganjam Flood Damage: ଗଞ୍ଜାମ ବନ୍ୟା କ୍ଷୟକ୍ଷତି ୫ ହଜାର କୋଟି ଟପିବ, ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବି
ଏହି ଧାରଣାରେ ଅଖିଳ ଭାରତ କୃଷକ ସଭାର ଜାତୀୟ ଉପସଭାପତି ଆଶିଷ କାନୁଗୋ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା,ସାଙ୍ଗ ଠନିକ ସମ୍ପାଦକ ନୀଳକଣ୍ଠ ଦାଶ, ପ୍ରଦୀପ କୁମାର ସେଠୀ, ପ୍ରବୀଣ କୁମାର ଦାଶ, ଏସ. କ୍ରିଷ୍ଣା ରେଡ୍ଡୀ, ସୀମାଞ୍ଚଳ ସାହୁ, କୈଳାଶ ପାତ୍ର, ପଞ୍ଚାନନ ସ୍ୱାଇଁ, ବିଦେଶୀ ନାହାକ, ସତ୍ୟ ମହାପାତ୍ର, ଗୋପାଳ ଭୂୟାଁ, ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ଗୁରୁନାଥ ପ୍ରଧାନ, ଦୁର୍ଯ୍ୟୋଧନ ପରିଡ଼ା, ସିଏଚ୍ ସତ୍ୟ ନାରାୟଣ ରେଡ୍ଡୀ, ବିଶ୍ୱନାଥ ବିଶ୍ୱାଳ, ଭାସ୍କର ପାତ୍ର ଓ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଚାଷୀ ନେତା ଓ କର୍ମୀ ଯୋଗଦେଇଥିଲେ।

46 minutes ago
1


