NASA's Mars Mission: ‘ନାସା’ର ମଙ୍ଗଳ ଅଭିଯାନ: ଖାଦ୍ୟ ଚ୍ୟାଲେଞ୍ଜରେ ତିନି ଲକ୍ଷ ଡଲାର୍‌ ଜିଣିଲେ ମହିଳା

40 minutes ago 1
ARTICLE AD BOX

୨୦୩୦ ମସିହାରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ଯୋଜନା କରୁଛି। ମଙ୍ଗଳ ଗ୍ରହକୁ ଯାଇ ପୃଥିବୀ ଫେରିବାକୁ ମହାକାଶଚାରୀଙ୍କୁ ପାଖାପାଖି ୩୪ରୁ ୩୬ ମାସ ଲାଗିପାରେ। ତେଣୁ ମଙ୍ଗଳ ଅଭିଯାନରେ ଖାଦ୍ୟପେୟ ବ୍ୟବସ୍ଥା କେମିତି ସୁଗମ ହୋଇପାରିବ ସେ ଚେଷ୍ଟା ଚାଲିଛି। 
ଏଥିପାଇଁ ‘ନାସା’ ‘ଡିପ୍‌ ସ୍ପେସ୍‌ ଫୁଡ୍‌ ଚ୍ୟାଲେଞ୍ଜ: ମାର୍ସ ଟୁ ଟେବଲ୍‌’ ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ଭାଗ ନେଇଥିଲେ ୩୩ଟି ଦେଶର ଶତାଧିକ ପ୍ରତିଯୋଗୀ। ସେମାନଙ୍କ ମଧ୍ୟରୁ ବିଜୟିନୀ ହୋଇଛନ୍ତି ଫିଲାଡେଲ୍‌ଫିଆର ୨୫ ବର୍ଷୀୟା କମ୍ପ୍ୟୁଟର୍‌ ବୈଜ୍ଞାନିକା ଚିନାଇରି ଚିଚି ଉକେଜେ। ସେ ଯେଉଁ ବୁଦ୍ଧି ବାହାର କରିଛନ୍ତି ତାହା ସାକାର ହୋଇପାରିଲେ ମଙ୍ଗଳ ଗ୍ରହରେ ମହାକାଶଚାରୀଙ୍କର ଖାଦ୍ୟପେୟ ଅସୁବିଧା ରହିବ ନାହିଁ। ଏଥିପାଇଁ ‘ନାସା’ ଉକେଜେଙ୍କୁ ୩ ଲକ୍ଷ ଡଲାର୍‌ ବା ପ୍ରାୟ ୨ କୋଟି ୮୮ ଲକ୍ଷ ଟଙ୍କା ପୁରସ୍କାର ଦେବ। ଉକେଜେ ଯେଉଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି ତାହାକୁ ‘ଆଡାପ୍‌ଟିଭ୍‌ ନରିସ୍‌ମେଣ୍ଟ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌’ ବା ‘ଏଏନ୍‌ଆଇ’ ବୋଲି କୁହାଯାଉଛି। ଫସଲ ଅମଳ ଓ ଉର୍ବରାଶକ୍ତି ପାଇଁ ପୂଜିତା ନାଇଜେରୀୟ ଭୂଦେବୀ ‘ଆନି’ଙ୍କ ନାମାନୁସାରେ ଏହି ଖାଦ୍ୟ ବ୍ୟବସ୍ଥାର ନାମକରଣ କରାଯାଇଛି। 

Walkathon: ସନ୍‌ସାଇନ୍‌ ହସ୍ପିଟାଲ୍‌ର ୱାକାଥନ୍‌

ମହାକାଶଚାରୀଙ୍କ ଖାଦ୍ୟ ଯୋଜନା ପ୍ରସ୍ତୁତି ପାଇଁ ‘ନାସା’ ବଡ଼ ଅଡୁଆରେ ପଡ଼ିଥିଲା। ଏହାର କାରଣ ହେଉଛି ମଙ୍ଗଳ ଗ୍ରହରେ ୫୦୦ ଦିନ ପୃଥିବୀରେ ୫୧୩ ଦିନ ସଙ୍ଗେ ସମାନ। ମଙ୍ଗଳ ଗ୍ରହରେ ଏତିକି ଦିନ ପାଇଁ ୧୫ ଜଣ ମହାକାଶଚାରୀଙ୍କ ପାଇଁ ‘ନାସା’କୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ ଉକେଜେ ପ୍ରସ୍ତୁତ କରିଥିବା ଉପାୟର ନାମ ହେଉଛି ‘ମୋଡୁଲାର୍‌ ଫୁଡ୍‌ ଇକୋସିଷ୍ଟମ୍‌’। ଏଥିରେ ଆବଦ୍ଧ-ପରିବେଶରେ କୃଷି, ଫର୍‌ମେଣ୍ଟେସନ୍‌, ଛତୁଚାଷ ଏବଂ ବର୍ଜ୍ୟ ପଦାର୍ଥରୁ ସାର ସଂଗ୍ରହ କରି ପୁନଃ ବ୍ୟବହାର ଆଦି ଅନ୍ତର୍ଭୁକ୍ତ। ଏହି ଉପାୟରେ ମଙ୍ଗଳ ଗ୍ରହରେ ମହାକାଶଚାରୀଙ୍କ ନିମନ୍ତେ ଯେତେ ଖାଦ୍ୟ ଦରକାର ତା’ର ଅଧାଅଧି ଉତ୍ପାଦନ କରାଯାଇ ପାରିବ।

Education: ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିସନ ଆରମ୍ଭ କରାଯାଇଛି: ମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.