ARTICLE AD BOX
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଶକ୍ତ ଆଘାତ ପାଇଛନ୍ତି। ଦତିୟା ଉପନିର୍ବାଚନ ଲଢ଼ିବା ପାଇଁ ନରୋତ୍ତମ ମିଶ୍ର ଟିକେଟ୍ ପାଇବାକୁ ଆଶା ରଖିଥିଲେ। କିନ୍ତୁ ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ଏଥିରେ ଭାଙ୍ଗି ପଡ଼ିଛନ୍ତି। ବିଜେପି ପ୍ରାର୍ଥୀ ଆଶୁତୋଷ ତିୱାରୀଙ୍କ ପ୍ରାର୍ଥିପତ୍ର ଦାଖଲ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ନରୋତ୍ତମ ଭାବବିହ୍ବଳ ହୋଇ କାନ୍ଦି ପକାଇବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ବୁଝାଇଥିଲେ।
ଆହୁରି ପଢନ୍ତୁ: DelhiRiot: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲା: ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାରେ ତାହିର ହୁସେନ ଓ ଅନ୍ୟ ୪ ଜଣ ଦୋଷୀସାବ୍ୟସ୍ତ
ନରୋତ୍ତମ ମଞ୍ଚ ଉପରେ ତିୱାରୀଙ୍କ ସମର୍ଥନରେ ଭାଷଣ ଦେବା ସମୟରେ ଭାବବିହ୍ବଳ ହୋଇଯାଇଥିଲେ ଏବଂ ସମର୍ଥକଙ୍କୁ ବୁଝାଇବା ସମୟରେ ସେ ନିଜର କୋହ ସମ୍ବରଣ କରିନପାରି କାନ୍ଦି ପକାଇଥିଲେ। କିନ୍ତୁ ତିୱାରୀଙ୍କ ବିଜୟ ପାଇଁ ସେ ପ୍ରତିଟି ଘରକୁ ଯିବେ ବୋଲି କହିଛନ୍ତି। ନରୋତ୍ତମ ଆଶୁତୋଷଙ୍କ କାନ୍ଧରେ ହାତ ରଖି କହିଥିଲେ ଯେ ଆସନ୍ତା ୧୬ ତାରିଖରୁ ମୁଁ ଏଠାରେ କ୍ୟାମ୍ପ୍ ପକାଇବି। ଆଶୁତୋଷଙ୍କ ବିଜୟ ପାଇଁ ପ୍ରତିଟି ଘରେ ମୁଁ ଭୋଟ୍ ପାଇଁ ନିବେଦନ କରିବି। ବିଜେପିରେ ଫାଟ ସୃଷ୍ଟି ହୋଇଛି ବୋଲି କଂଗ୍ରେସ କହୁଛି। କିନ୍ତୁ ଦେଖ ଆମେ ସମସ୍ତେ ଏକ। କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଓ ରାଜା ସାହେବଙ୍କୁ କଟାକ୍ଷ କରି ନରୋତ୍ତମ କହିଛନ୍ତି, ରାଜା ସାହେବ ହେଉଛନ୍ତି ଏକ୍ସପାୟାରି ହୋଇଥିବା ଔଷଧ, ଯାହାର କୌଣସି ପ୍ରଭାବ ନାହିଁ।

7 hours ago
1


