Narendra Modi: ଯେତେ ଖୁଆ‌ଇଲେ ବି ପେଟ ପୂରୁନି; ନିଯୁକ୍ତି-ଦରମା ବଢ଼ାଇଛନ୍ତି କି?

3 hours ago 4
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ ଉଦ୍ୟୋଗଜଗତକୁ କଠୋର ସମାଲୋଚନା କରିଛନ୍ତି। ସରକାର ପ୍ରଦାନ କରୁଥିବା ଟିକସ ହ୍ରାସଜନିତ ସୁବିଧାକୁ ସେମାନେ ସବୁ ହାତେଇ ନେଉଛନ୍ତି।ନୂଆ ନିଯୁକ୍ତି ଦେଉନାହାନ୍ତି କିମ୍ବା କର୍ମଚାରୀଙ୍କ ବେତନ ବଢ଼ାଉନାହାନ୍ତି। ଭାରତ ମଣ୍ଡପମ୍‌ରେ ଶିଳ୍ପ ସଂଘର ଫିକିର ଶତବାର୍ଷିକ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୨୦୧୪ରେ କର୍ପୋରେଟ୍‌ ଟିକସ ୩୦ ପ୍ରତିଶତ ସ୍ତରରେ ଥିଲା। ୨୦୧୯ରେ ତାହା ୨୨ ପ୍ରତିଶତ ସ୍ତରକୁ ଖସିଛି। ଟିକସ ରିଟର୍ଣ୍ଣ ଓ ରିଫଣ୍ଡକୁ ସରଳ କରାଯାଇଛି। ଅନେକ ଉତ୍ପାଦ ଉପରେ ଜିଏସ୍‌ଟି ହ୍ରାସ କରାଯାଇଛି। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନକୁ ଆୟକରମୁକ୍ତ କରାଯାଇଛି। କିନ୍ତୁ କର୍ପୋରେଟ୍‌ ଜଗତ ଏହାକୁ ମେଳ ଖାଇବା ଭଳି ସେଭଳି କିଛି ପଦକ୍ଷେପ ନେଇନାହାନ୍ତି। ଏଭଳି ସ୍ଥିତି ଜାରି ରହିବ କି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ୟୋଗୀମାନଙ୍କୁ ପ୍ରଶ୍ନ କରିଥିଲେ। 

କର୍ମଚାରୀମାନଙ୍କ ବେତନ ବଢ଼ାଇଛନ୍ତି କି? 
ବ୍ୟବସାୟ ବାତାବରଣକୁ ସହଜ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଭଲଭାବେ ଜାଣିଛନ୍ତି ଯେ ସେମାନେ ପ୍ରଶଂସା କରିବେ ନାହିଁ। ସେମାନଙ୍କ ଭୋକ ‌ଏତେ ଯେ ଯେତେ ବି ଖାଇବାକୁ ଦିଆଗଲେ ସେମାନଙ୍କ ପେଟ ପୂରିବ ନାହିଁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଆପଣ କର୍ମଚାରୀମାନଙ୍କ ବେତନ ବଢ଼ାଇଛନ୍ତି କି? କର୍ମଚାରୀ ସଂଖ୍ୟା ବଢ଼ାଇଛନ୍ତି କି? ଆପଣଙ୍କ ମନୋଭାବ ହେଉଛି ମୋଦୀଜୀ ଆପଣ ଏହା କରନ୍ତୁ, ଆମେ ଦେଖିବୁ। ଏଭଳି ସ୍ଥିତି ଜାରି ରହିବ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ରୋଜଗାର ଉପରେ ଆୟକର ଛାଡ଼ କରାଯାଇଥିବାରୁ ଲୋକଙ୍କ କ୍ରୟ ଶକ୍ତି ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରାୟ ୨୫ ବର୍ଷ ତଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବରିଷ୍ଠ ଆୟକର ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବା ସମୟର କଥା ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ପ୍ରତ୍ୟେକଙ୍କୁ ଚୋର ଭଳି ବ୍ୟବହାର କରିବା କେବେ ବନ୍ଦ କରିବେ ବୋଲି ପଚାରିଥିଲେ। ଏହା କି ପ୍ରକାର ଆଭିମୁଖ୍ୟ? ଆପଣ ଦେଶ ପାଇଁ କାମ କରୁଛନ୍ତି। ଆପଣ ଆପଣଙ୍କ କାମ କରୁଛନ୍ତି। ପ୍ରତ୍ୟେକ ନାଗରିକ ସେମାନଙ୍କ କାମ କରୁଛନ୍ତି। ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ପାଇଁ ହକ୍‌ଦାର ବୋଲି ସେ କହିଥିଲେ।

ମୋତେ ବି ସମାନ କଥା କହିବାକୁ ପଡ଼ୁଛି: ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କ ସ୍ବଦେଶୀ ବାର୍ତ୍ତାକୁ ଏହି ଅବସରରେ ଉଲ୍ଲେଖ କରିଥିଲେ। ଗାନ୍ଧୀଙ୍କର ୧୯୩୦ ମସିହାର ବାର୍ତ୍ତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ମହାତ୍ମା ଗାନ୍ଧୀ ୧୦୦ ବର୍ଷ ପୂର୍ବେ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବାକୁ କହିଥିଲେ। ଆଜି ମୋତେ ବି ସମାନ କଥା କହିବାକୁ ପଡ଼ୁଛି। ଆପଣ ମୋ କଥା ନ ମାନନ୍ତୁ, ଅନ୍ତତଃପକ୍ଷେ ଗାନ୍ଧୀଙ୍କ କଥା ତ ମାନନ୍ତୁ। ସ୍ବଦେଶୀ ଓ ଆତ୍ମନିର୍ଭର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ବାନ କରିଥିଲେ।

Earth Again Conference 2026: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌କି ବାତ୍‌’ରେ ଡେବ୍ରିଗଡ଼ କଥା ଉଲ୍ଲେଖ କରିଛନ୍ତି: ଈରାଶିଷ ଆଚାର୍ଯ୍ୟ

ଉଦ୍ୟୋଗ ଜଗତକୁ ଦେଲେ ପରାମର୍ଶ
୧୪୦ କୋଟି ଭାରତୀୟଙ୍କୁ ଏକ ନିଶ୍ଚିତ ବଜାର ଭାବେ ବିବେଚନା ନ କରିବାକୁ ସେ ଉଦ୍ୟୋଗ ଜଗତକୁ ପରାମର୍ଶ ଦେଇ ଉନ୍ନତ ମାନର ସାମଗ୍ରୀ ଉତ୍ପାଦନ କରି ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ଉଦ୍ୟୋଗଜଗତ ‘ଏକ୍ସପୋର୍ଟ ‌କ୍ବାଲିଟି’ ଷ୍ଟିକର ମାରି ସାମଗ୍ରୀ ରପ୍ତାନି କରୁଛନ୍ତି। ଦେଶବାସୀ କ’ଣ ସମାନ ମାନର ଉତ୍ପାଦ ବ୍ୟବହାର ପାଇଁ ଯୋଗ୍ୟ ‌ନୁହଁନ୍ତି ବୋଲି ମୋଦୀ କହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଭାରତ ଅନେକ ଦେଶ ସହିତ ବାଣିଜ୍ୟ ରାଜିନାମା କରିଛି। ତାହାର ସୁବିଧା ନେବାକୁ ସେ ଉଦ୍ୟୋଗମାନଙ୍କୁ ଆହ୍ବାନ କରିଥିଲେ। ବିଦେଶରୁ ବିପୁଳ ମାତ୍ରାରେ ଔଷଧ ସାମଗ୍ରୀ ଆମଦାନି କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.